୩ ମାସର ପିଡିଏସ୍‌ ଚାଉଳ ହଡ଼ପ

ଲାଞ୍ଜିଗଡ଼,୨୪।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମଳିଜୁବାଙ୍ଗ ପଞ୍ଚାୟତରେ ୩ ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି।
ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକ ଅଧୀନ ମାଳିଯୁବାଙ୍ଗ ପଞ୍ଚାୟତ ୧୬ଟି ଗ୍ରାମର ୬୭୨ ହିତାଧିକାରୀଙ୍କୁ ପ୍ରତି ମାସରେ ୧୫୩ କୁଇଣ୍ଟାଲ ପିଡିଏସ ଚାଉଳ ପଞ୍ଚାୟତ ପକ୍ଷରୁ ବଣ୍ଟନ କରାଯାଉଛି। ଏଥିରେ ପିଏଚଏଚ, ଏସଏଫଏସଏସ ଓ ଅନ୍ତଦୋୟ ରହିଛନ୍ତି। ପିଏଚଏଚ, ଏସଏଫଏସଏସ କାର୍ଡରେ ୫୨୦ଜଣ ହିତାଧିକାରୀଙ୍କୁ ଜଣ ପିଛା ୫ କେଜି ହିସାବରେ ପ୍ରତି ମାସରେ ୧୦୦ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଉଛି। ସେହିପରି ଅନ୍ତଦୋୟ କାର୍ଡରେ ୧୫୨ଜଣ ହିତାଧିକାରୀଙ୍କ ପାଇଁ ପ୍ରତି ମାସରେ କାର୍ଡ ପିଛା ୩୫ କେଜି ହିସାବରେ ୫୩ କୁଇଣ୍ଟାଲ ଚାଉଳ ପଞ୍ଚାୟତକୁ ଯୋଗାଇ ଦିଆଯାଉଛି। ହେଲେ ଆଜକୁ ୩ ମାସ ହେଲା ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚର ୧୫୯ କୁଇଣ୍ଟାଲ ପିଡିଏସ ଚାଉଳ ଦେବା ବଦଳରେ ୧୫୨ଜଣ ଅନ୍ତଦୋୟ କାର୍ଡ ହିତାଧିକାରୀଙ୍କୁ ଜଣ ପିଛା ୫ କେଜି ହିସାବରେ ପ୍ରତି ମାସରେ ୨୯ କୁଇଣ୍ଟାଲ ଦିଆଯାଇଥିବା ବେଳେ ତିନି ମାସରେ ମାତ୍ର ୮୭ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ପ୍ରତି ମାସର ୨୪ କୁଇଣ୍ଟାଲ ହିସାବରେ ୩ ମାସର ୭୨ କୁଇଣ୍ଟାଲ ଚାଉଳ ଆତ୍ମସାତ କରାଯାଇଛି ବୋଲି ଅନ୍ତଦୋୟ କାର୍ଡ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତର ବେଙ୍ଗଭଟା ଗ୍ରାମର ଅନ୍ତଦୋୟ ହିତାଧିକାରୀ ପଦ୍ମିନୀ ନରିଆଙ୍କୁ ୩ ମାସର ୭୫ କେଜି ଚାଉଳ ମିଳିଛି। ତାଙ୍କ ୩୦ କେଜି ଚାଉଳ ଦିଆଯାଇନାହିଁ। ସେହିପରି ଉକ୍ତ ଗ୍ରାମର ଲକ୍ଷ୍ମଣ ମାଝିଙ୍କୁ ତିନି ମାସର ୬୦ କେଜି ଚାଉଳ ମିଳିଛି, ତାଙ୍କୁ ମଧ୍ୟ ୪୫ କେଜି ଚାଉଳ ଦିଆଯାଇ ନାହିଁ। ମାଳିଯୁବାଙ୍ଗ ଗ୍ରାମର ସୁଲଚନା ବେହେରାଙ୍କୁ ମଧ୍ୟ ୩ ମାସର ୬୦ କିଲୋ ଚାଉଳ ମିଳିଛି ତାଙ୍କର ୪୫ କେଜି ଚାଉଳ ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ୧୬ଟି ଗ୍ରାମର ୧୫୨ଜଣ ଗରିବ ଅନ୍ତଦୋୟ କାର୍ଡ ହିତାଧିକାରୀଙ୍କ ପିଡିଏସ ଚାଉଳ ଆତ୍ମସାତ କରିଥିବା ଅଭିଯୋଗ ହେଉଛି। ୨୦୨୩ ଜାନୁୟାରୀ ପୂର୍ବରୁ ପଞ୍ଚାୟତରେ ଗୋଟିଏ ଅନ୍ତଦୋୟ କାର୍ଡରେ ୩୫ କେଜି ଚାଉଳ ଦିଆଯାଉଥିଲା। ବର୍ତ୍ତମାନ ଆମକୁ ଜାନୁୟାରୀଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଡ ପିଛା ୩୫ କେଜି ଚାଉଳ କାହିଁକି ଦିଆଯାଉନାହିଁ ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି। ନୂତନ ଭାବେ ପିଇଓ ପ୍ୟାରିଲାଲ ମାଝି ମାଳିଯୁବାଙ୍ଗ ପଞ୍ଚାୟତରେ ଯୋଗଦେବା ପରେ ପଞ୍ଚାୟତ ପିଡିଏସ ଚାଉଳ ବାଣ୍ଟିବା ଦାୟିତ୍ୱ ମାଳିଯୁବାଙ୍ଗ ଗାଁର ଜଣେ ଯୁବକଙ୍କୁ ଦେଇଛନ୍ତି। ଏ ନେଇ ବ୍ଲକ ଯୋଗାଣ ଅଧିକାରୀ ହରିହର ସାହୁଙ୍କୁ ପଚାରିବାରୁ ଅନ୍ତଦୋୟ କାର୍ଡ ପିଛା ୩୫ କେଜି ଚାଉଳ ଦେବା କଥା, କ’ଣ ପାଇଁ ଦିଆଯାଇନାହିଁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri