୩ ମାସର ପିଡିଏସ୍‌ ଚାଉଳ ହଡ଼ପ

ଲାଞ୍ଜିଗଡ଼,୨୪।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମଳିଜୁବାଙ୍ଗ ପଞ୍ଚାୟତରେ ୩ ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି।
ସୂଚନା ମୁତାବକ ଲାଞ୍ଜିଗଡ ବ୍ଲକ ଅଧୀନ ମାଳିଯୁବାଙ୍ଗ ପଞ୍ଚାୟତ ୧୬ଟି ଗ୍ରାମର ୬୭୨ ହିତାଧିକାରୀଙ୍କୁ ପ୍ରତି ମାସରେ ୧୫୩ କୁଇଣ୍ଟାଲ ପିଡିଏସ ଚାଉଳ ପଞ୍ଚାୟତ ପକ୍ଷରୁ ବଣ୍ଟନ କରାଯାଉଛି। ଏଥିରେ ପିଏଚଏଚ, ଏସଏଫଏସଏସ ଓ ଅନ୍ତଦୋୟ ରହିଛନ୍ତି। ପିଏଚଏଚ, ଏସଏଫଏସଏସ କାର୍ଡରେ ୫୨୦ଜଣ ହିତାଧିକାରୀଙ୍କୁ ଜଣ ପିଛା ୫ କେଜି ହିସାବରେ ପ୍ରତି ମାସରେ ୧୦୦ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଉଛି। ସେହିପରି ଅନ୍ତଦୋୟ କାର୍ଡରେ ୧୫୨ଜଣ ହିତାଧିକାରୀଙ୍କ ପାଇଁ ପ୍ରତି ମାସରେ କାର୍ଡ ପିଛା ୩୫ କେଜି ହିସାବରେ ୫୩ କୁଇଣ୍ଟାଲ ଚାଉଳ ପଞ୍ଚାୟତକୁ ଯୋଗାଇ ଦିଆଯାଉଛି। ହେଲେ ଆଜକୁ ୩ ମାସ ହେଲା ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚର ୧୫୯ କୁଇଣ୍ଟାଲ ପିଡିଏସ ଚାଉଳ ଦେବା ବଦଳରେ ୧୫୨ଜଣ ଅନ୍ତଦୋୟ କାର୍ଡ ହିତାଧିକାରୀଙ୍କୁ ଜଣ ପିଛା ୫ କେଜି ହିସାବରେ ପ୍ରତି ମାସରେ ୨୯ କୁଇଣ୍ଟାଲ ଦିଆଯାଇଥିବା ବେଳେ ତିନି ମାସରେ ମାତ୍ର ୮୭ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ପ୍ରତି ମାସର ୨୪ କୁଇଣ୍ଟାଲ ହିସାବରେ ୩ ମାସର ୭୨ କୁଇଣ୍ଟାଲ ଚାଉଳ ଆତ୍ମସାତ କରାଯାଇଛି ବୋଲି ଅନ୍ତଦୋୟ କାର୍ଡ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତର ବେଙ୍ଗଭଟା ଗ୍ରାମର ଅନ୍ତଦୋୟ ହିତାଧିକାରୀ ପଦ୍ମିନୀ ନରିଆଙ୍କୁ ୩ ମାସର ୭୫ କେଜି ଚାଉଳ ମିଳିଛି। ତାଙ୍କ ୩୦ କେଜି ଚାଉଳ ଦିଆଯାଇନାହିଁ। ସେହିପରି ଉକ୍ତ ଗ୍ରାମର ଲକ୍ଷ୍ମଣ ମାଝିଙ୍କୁ ତିନି ମାସର ୬୦ କେଜି ଚାଉଳ ମିଳିଛି, ତାଙ୍କୁ ମଧ୍ୟ ୪୫ କେଜି ଚାଉଳ ଦିଆଯାଇ ନାହିଁ। ମାଳିଯୁବାଙ୍ଗ ଗ୍ରାମର ସୁଲଚନା ବେହେରାଙ୍କୁ ମଧ୍ୟ ୩ ମାସର ୬୦ କିଲୋ ଚାଉଳ ମିଳିଛି ତାଙ୍କର ୪୫ କେଜି ଚାଉଳ ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ୧୬ଟି ଗ୍ରାମର ୧୫୨ଜଣ ଗରିବ ଅନ୍ତଦୋୟ କାର୍ଡ ହିତାଧିକାରୀଙ୍କ ପିଡିଏସ ଚାଉଳ ଆତ୍ମସାତ କରିଥିବା ଅଭିଯୋଗ ହେଉଛି। ୨୦୨୩ ଜାନୁୟାରୀ ପୂର୍ବରୁ ପଞ୍ଚାୟତରେ ଗୋଟିଏ ଅନ୍ତଦୋୟ କାର୍ଡରେ ୩୫ କେଜି ଚାଉଳ ଦିଆଯାଉଥିଲା। ବର୍ତ୍ତମାନ ଆମକୁ ଜାନୁୟାରୀଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଡ ପିଛା ୩୫ କେଜି ଚାଉଳ କାହିଁକି ଦିଆଯାଉନାହିଁ ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି। ନୂତନ ଭାବେ ପିଇଓ ପ୍ୟାରିଲାଲ ମାଝି ମାଳିଯୁବାଙ୍ଗ ପଞ୍ଚାୟତରେ ଯୋଗଦେବା ପରେ ପଞ୍ଚାୟତ ପିଡିଏସ ଚାଉଳ ବାଣ୍ଟିବା ଦାୟିତ୍ୱ ମାଳିଯୁବାଙ୍ଗ ଗାଁର ଜଣେ ଯୁବକଙ୍କୁ ଦେଇଛନ୍ତି। ଏ ନେଇ ବ୍ଲକ ଯୋଗାଣ ଅଧିକାରୀ ହରିହର ସାହୁଙ୍କୁ ପଚାରିବାରୁ ଅନ୍ତଦୋୟ କାର୍ଡ ପିଛା ୩୫ କେଜି ଚାଉଳ ଦେବା କଥା, କ’ଣ ପାଇଁ ଦିଆଯାଇନାହିଁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri