୩ମାସ ଶିଶୁର ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର,୨୩।୫ (ବ୍ୟୁରୋ): ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ (କିମ୍ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି। କିମ୍ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ ସନ୍ଦେହ ହେବାରୁ ଶିଶୁଟିର ରେଟିନା ସ୍କ୍ରିନିଂ କରାଇବା ପାଇଁ ଡାକ୍ତର ପରମର୍ଶ ଦେଇଥିଲେ। ସ୍କ୍ରିନିଂରେ ଶିଶୁର ଦୃଷ୍ଟିଶକ୍ତିରେ ଆବଶ୍ୟକତା ଅନୁସାରେ ଉନ୍ନତି ଘଟୁ ନ ଥିବାରୁ ଶିଶୁଟି ଦେଖିବାକୁ ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଚକ୍ଷୁ ଚିକିତ୍ସା ବିଭାଗର ରେଟିନା ସର୍ଜନ ଡ. ମନ୍ମଥ କୁମାର ଦାସଙ୍କ ପ୍ରୟାସ କ୍ରମେ ଶିଶୁକୁ ଲେଜର ପ୍ରଣାଳୀରେ ଚିକିତ୍ସା କରାଯାଇଥିଲା। ପରେ ଡ. ଦାସ ଶିଶୁର ବାମ ଆଖିରେ ଅସ୍ତ୍ରୋପଚାର କରିଥିଲେ। ଶିଶୁର ବୟସ ଦୃଷ୍ଟିରୁ ଏଭଳି ଅସ୍ତ୍ରୋପଚାର ଯଥେଷ୍ଟ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ତେବେ ଡ. ଦାସଙ୍କ ନେତୃତ୍ୱରେ କିମ୍ସ ଶିଶୁ ରୋଗ ବିଭାଗର ଡ. ସନ୍ତୋଷ ପଣ୍ଡା, ଡ. ଶାଶ୍ୱତୀ ଦାସଙ୍କୁ ନେଇ ଗଠିତ ୫ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧ ଘଣ୍ଟା ପରିଶ୍ରମ କରି ଶିଶୁଠାରେ ରେଟିନା ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ଏବେ ଶିଶୁଟି ଭଲ ଅଛି ଓ ଦେଖିପାରୁଥିବା ଜଣାପଡ଼ିଛି। ଏଭଳି ଅସ୍ତ୍ରୋପଚାର ପ୍ରଥମ ବୋଲି ଡ. ଦାସ କହିଛନ୍ତି।
ଜଣେ ମା’ ୩୭ରୁ ୪୦ ସପ୍ତାହ ଭିତରେ ସ୍ବାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ। ଏହାଠାରୁ କମ୍‌ ଦିନ ମଧ୍ୟରେ ଜନ୍ମ ହେଉଥିବା ଶିଶୁଙ୍କୁ ଅପରିପକ୍ୱ ବୋଲି କୁହାଯାଇଥାଏ। ୧୭୫୦ ଗ୍ରାମ୍‌ରୁ କମ୍‌ ଓଜନ ଥିଲେ ଏହି ଶିଶୁଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହେବାର ଆଶଙ୍କା ଥାଏ। ତେବେ ଠିକ୍‌ ସମୟରେ ରେଟିନା ସ୍କ୍ରିନିଂ କରାଗଲେ ଶିଶୁଙ୍କଠାରେ ଥିବା ଦୃଷ୍ଟିଜନିତ ସମସ୍ୟା ଜଣାପଡ଼େ ଓ ସଫଳ ଚିକିତ୍ସା କରାଯାଇପାରେ ବୋଲି ଡ. ଦାସ ସୂଚନା ଦେଇଛନ୍ତି। ରାଜ୍ୟ ବାହାରେ ଏହି ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା ବେଳେ କିମ୍ସରେ ଅତ୍ୟାଧୁନିକ ପଦ୍ଧତିରେ ଓ କମ୍‌ ଖର୍ଚ୍ଚରେ ହୋଇପାରୁଛି। ଅସ୍ତ୍ରୋପଚାର ପରେ ଶିଶୁଟିର ମାଆ, ବାପା ଖୁସି ବ୍ୟକ୍ତ କରିବା ସହ ଡ. ଦାସ ଓ ତାଙ୍କ ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି। ଅପରପକ୍ଷରେ କିମ୍ସରେ ଏଭଳି ବିରଳ ଓ ସଫଳ ଅସ୍ତ୍ରୋପଚାର କରିଥିବାରୁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶିଶୁଟିର ଆରୋଗ୍ୟ କାମନା କରିବା ସହ ସର୍ଜନ ମନ୍ମଥ କୁମାର ଦାସ ଓ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri