୩ମାସ ଶିଶୁର ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର,୨୩।୫ (ବ୍ୟୁରୋ): ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ (କିମ୍ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି। କିମ୍ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ ସନ୍ଦେହ ହେବାରୁ ଶିଶୁଟିର ରେଟିନା ସ୍କ୍ରିନିଂ କରାଇବା ପାଇଁ ଡାକ୍ତର ପରମର୍ଶ ଦେଇଥିଲେ। ସ୍କ୍ରିନିଂରେ ଶିଶୁର ଦୃଷ୍ଟିଶକ୍ତିରେ ଆବଶ୍ୟକତା ଅନୁସାରେ ଉନ୍ନତି ଘଟୁ ନ ଥିବାରୁ ଶିଶୁଟି ଦେଖିବାକୁ ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଚକ୍ଷୁ ଚିକିତ୍ସା ବିଭାଗର ରେଟିନା ସର୍ଜନ ଡ. ମନ୍ମଥ କୁମାର ଦାସଙ୍କ ପ୍ରୟାସ କ୍ରମେ ଶିଶୁକୁ ଲେଜର ପ୍ରଣାଳୀରେ ଚିକିତ୍ସା କରାଯାଇଥିଲା। ପରେ ଡ. ଦାସ ଶିଶୁର ବାମ ଆଖିରେ ଅସ୍ତ୍ରୋପଚାର କରିଥିଲେ। ଶିଶୁର ବୟସ ଦୃଷ୍ଟିରୁ ଏଭଳି ଅସ୍ତ୍ରୋପଚାର ଯଥେଷ୍ଟ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ତେବେ ଡ. ଦାସଙ୍କ ନେତୃତ୍ୱରେ କିମ୍ସ ଶିଶୁ ରୋଗ ବିଭାଗର ଡ. ସନ୍ତୋଷ ପଣ୍ଡା, ଡ. ଶାଶ୍ୱତୀ ଦାସଙ୍କୁ ନେଇ ଗଠିତ ୫ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧ ଘଣ୍ଟା ପରିଶ୍ରମ କରି ଶିଶୁଠାରେ ରେଟିନା ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ। ଏବେ ଶିଶୁଟି ଭଲ ଅଛି ଓ ଦେଖିପାରୁଥିବା ଜଣାପଡ଼ିଛି। ଏଭଳି ଅସ୍ତ୍ରୋପଚାର ପ୍ରଥମ ବୋଲି ଡ. ଦାସ କହିଛନ୍ତି।
ଜଣେ ମା’ ୩୭ରୁ ୪୦ ସପ୍ତାହ ଭିତରେ ସ୍ବାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ। ଏହାଠାରୁ କମ୍‌ ଦିନ ମଧ୍ୟରେ ଜନ୍ମ ହେଉଥିବା ଶିଶୁଙ୍କୁ ଅପରିପକ୍ୱ ବୋଲି କୁହାଯାଇଥାଏ। ୧୭୫୦ ଗ୍ରାମ୍‌ରୁ କମ୍‌ ଓଜନ ଥିଲେ ଏହି ଶିଶୁଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହେବାର ଆଶଙ୍କା ଥାଏ। ତେବେ ଠିକ୍‌ ସମୟରେ ରେଟିନା ସ୍କ୍ରିନିଂ କରାଗଲେ ଶିଶୁଙ୍କଠାରେ ଥିବା ଦୃଷ୍ଟିଜନିତ ସମସ୍ୟା ଜଣାପଡ଼େ ଓ ସଫଳ ଚିକିତ୍ସା କରାଯାଇପାରେ ବୋଲି ଡ. ଦାସ ସୂଚନା ଦେଇଛନ୍ତି। ରାଜ୍ୟ ବାହାରେ ଏହି ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା ବେଳେ କିମ୍ସରେ ଅତ୍ୟାଧୁନିକ ପଦ୍ଧତିରେ ଓ କମ୍‌ ଖର୍ଚ୍ଚରେ ହୋଇପାରୁଛି। ଅସ୍ତ୍ରୋପଚାର ପରେ ଶିଶୁଟିର ମାଆ, ବାପା ଖୁସି ବ୍ୟକ୍ତ କରିବା ସହ ଡ. ଦାସ ଓ ତାଙ୍କ ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି। ଅପରପକ୍ଷରେ କିମ୍ସରେ ଏଭଳି ବିରଳ ଓ ସଫଳ ଅସ୍ତ୍ରୋପଚାର କରିଥିବାରୁ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶିଶୁଟିର ଆରୋଗ୍ୟ କାମନା କରିବା ସହ ସର୍ଜନ ମନ୍ମଥ କୁମାର ଦାସ ଓ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri