ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୯।୯ (ବ୍ୟୁରୋ) : ଗୁରୁବାର ଅପରାହ୍ନ ୪ଟାରେ ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ ପଯର୍‌ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଫିସିଆଲ ଓ୍ବେବସାଇଟର ସୂଚନା ଅନୁଯାୟୀ, ଏହି ତାଲିକା ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମରେ ପ୍ରକାଶ ପାଇବ। ଛାତ୍ରୀଛାତ୍ର ନିଜନିଜ ତାଲିକା samsodisha.gov.in ଓ୍ବେବସାଇଟ ମାଧ୍ୟମରେ ଦେଖିପାରିବେ।

ସୂଚନାଯୋଗ୍ୟ, ଏହି ତାଲିକା ଆଜି ଦିନ ୧୧ ଟାରେ ପ୍ରକାଶ ପାଇବାର ଥିଲା କିନ୍ତୁ ବିଳମ୍ବ ହେବାରୁ ଏହି ତାଲିକା ଅପରାହ୍ନ ୪ ଟାରେ ପ୍ରକାଶ ପାଇବ। ଯଦି କୌଣସି ଛାତ୍ରୀଛାତ୍ର ସମସ୍ୟାରେ ସମ୍ମୁ୍‌ଖୀନ ହେବେ ତେବେ ସେମାନେ ୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।