ପ୍ରଥମ ଦିନରେ ଓଡ଼ିଶା ଖେଳାଳିଙ୍କୁ ୩ ପଦକ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ବେଙ୍ଗାଲୁରୁ ସ୍ଥିତ ଶ୍ରୀ କାନ୍ତିବୀରା ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓପନ ପାରା ଆଥଲେଟିକ୍ସ ଇଣ୍ଟରନ୍ୟାଶନାଲ ଚାମ୍ପିୟନଶିର ପ୍ରଥମ ଦିନରେ ଓଡ଼ିଶା ଆଥଲେଟଙ୍କୁ ୩ ପଦକ। ୧୨ଦେଶର ୨୯୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ପକ୍ଷରୁ ଜୟନ୍ତୀ ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ପଙ୍କଜ ଭୁଏ ରୌପ୍ୟ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ମହିଳା ୧୦୦ ମିଟର ଟି୩୫/୪୨/୪୭/୬୨ ବର୍ଗରେ ଜୟନ୍ତୀ ୧୩.୨୮ ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରୀଲଙ୍କାର କୁମୁଦିକା ଦୟାନି ରୌପ୍ୟ ଓ ଅନ୍ୟତମ ଭାରତୀୟ ଖେଳାଳି ପ୍ରୀତି ପାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ୧୦୦ ମିଟର ଟି୧୩ ବର୍ଗରେ ପଙ୍କଜ ଭୁଏ ୧୨.୩୪ ସେକେଣ୍ଡର ସମୟ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ଶଟ୍‌ ପୁଟ୍‌ର ଏଫ୍‌-୫୪ ବର୍ଗରେ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ୬.୯୧ ମିଟର ଦୂରକୁ ଶଟପୁଟ ଫିଙ୍ଗିଥିଲେ।