ହକି ବିଶ୍ୱକପ୍‌ ପରେ ୩ ଲେନ୍‌ ଆର୍‌ଓବି କାମ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଲୋକସେବା ଭବନରେ ଶୁକ୍ରବାର ବାଣୀବିହାର ରେଲ୍‌ଓ୍ବେ ଓଭର ବ୍ରିଜ୍‌ (ଆରଓବି) ଏବଂ ଭୁବନେଶ୍ୱର ରେଳଷ୍ଟେଶନ କାର୍ଯ୍ୟ ସମୀକ୍ଷା କରାଯାଇଛି। ହକି ବିଶ୍ୱକପ୍‌ ପରେ ଅର୍ଥାତ ଆସନ୍ତା ଫେବୃୟାରୀରୁ ପ୍ରସ୍ତାବିତ ୩ ଲେନ ବିଶିଷ୍ଟ ବାଣୀବିହାର ଆରଓବି କାର୍ଯ୍ୟ ଆରମ୍ଭ କରିବାକୁ ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ହକି ବିଶ୍ୱକପ୍‌ ସମୟରେ ଟ୍ରାଫିକ୍‌ ଭିଡ଼କୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି।
ମୋଟ ୫୮୧ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବାରଙ୍ଗ ରୁଟ୍‌ ତୃତୀୟ ରେଲ୍‌ଓ୍ବେ ଟ୍ରାକ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ୩୨ କିଲୋମିଟର ବିଶିଷ୍ଟ ଏହି ରେଳପଥର ୨୬ କିମି କାମ ଶେଷ ହୋଇଛି। ଭୁବନେଶ୍ୱର-ମଞ୍ଚେଶ୍ୱର ମଧ୍ୟରେ ୬ କି.ମି. ରେଳପଥ ସମ୍ପ୍ରସାରଣ ଲାଗି ବାଣୀବିହାର ଆରଓବିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଇତିମଧ୍ୟରେ ବିକଳ୍ପ ରାସ୍ତା ଭାବେ ପୁରୁଣା ଆର୍‌ଓବିକୁ ଲାଗି ନୂତନ ଦୁଇଲେନ୍‌ ବିଶିଷ୍ଟ ଆର୍‌ଓବି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତ ୧୫ ତାରିଖଠାର ସେହି ରାସ୍ତା ଦେଇ ଯାନବାହନ ଚଳାଚଳ କରୁଛି। ପୁରୁଣା ଆରଓବି ଭାଙ୍ଗିବା ପରେ କାମ ତ୍ୱରାନ୍ବିତ ହେବ ବୋଲି ରେଳ ବିକାଶ ନିଗମ ଲିମିଟେଡ୍‌ର ମୁଖ୍ୟ ପ୍ରକଳ୍ପ ମ୍ୟାନେଜର ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି। ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ୩ ଲେନ୍‌ ବିଶିଷ୍ଟ ଆରଓବି କାର୍ଯ୍ୟ ଶେଷ ହେଲେ ଏହା ସବୁଦିନିଆ ରାସ୍ତା ଭାବେ ବ୍ୟବହୃତ ହେବ। ନବନିର୍ମିତ ଦୁଇ ଲେନ୍‌ ବିଶିଷ୍ଟ ଆରଓବି ରସୁଲଗଡ଼କୁ ସଂଯୋଗ କରୁଥିବା ରାସ୍ତା ଭାବେ ବ୍ୟବହାର କରାଯିବ।
ଏହି ଅବସରରେ ଭୁବନେଶ୍ୱର ରେଳଷ୍ଟେଶନ ନିକଟବର୍ତ୍ତୀ କଳ୍ପନା ଏବଂ ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱ ଆଧୁନିକୀକରଣ କାର୍ଯ୍ୟର ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ। ତେବେ ନୂତନ ପ୍ରକଳ୍ପ ନିର୍ମାଣ ପୂର୍ବରୁ ବିଡିଏ ସହ ପରାମର୍ଶ କରିବାକୁ ସେ ପୂର୍ବତଟ ରେଳଓ୍ବେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଲଓ୍ବେ ସମନ୍ବୟ କମିଶନର ମନୋଜ କୁମାର ମିଶ୍ର, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଖୋର୍ଦ୍ଧା ରୋଡ୍‌ ଡିଭିଜନ ଡିଆରଏମ୍‌ ରିଙ୍କେଶ ରୟ, ପୂର୍ବତଟ ରେଳବାଇ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri