ଜଙ୍ଗଲ ଭିତରେ ଯାତନା

ପରଜଙ୍ଗ,୨୨।୭(ନିଗମାନନ୍ଦ ଦଳବେହେରା): ଜଙ୍ଗଲିଆ ରାସ୍ତାରେ ହାତୀ ଉପଦ୍ରବ। ବନ୍ୟଜନ୍ତୁଙ୍କ ଆକ୍ରମଣ ଭୟ। ହେଲେ ଏଭଳି ବିପଦ ମୁଣ୍ଡେଇ ବହିବସ୍ତାନି ଧରି ସ୍କୁଲ ମୁହାଁ ହେଉଛନ୍ତି କୋମଳମତି ପିଲା। କୌଣସି ଆଗପଛ ବିଚାର ନ କରି ସ୍କୁଲ ମିଶ୍ରଣ କରି ଦିଆଯିବା ପରେ ଶିକ୍ଷାକୁ ନେଇ ଏମିତି ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବାରିହାପୁର ପଞ୍ଚାୟତ ଅଧୀନ ଚକ୍ରଧରପୁର ସାହିର ଛାତ୍ରୀଛାତ୍ର। ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୭ କି.ମି. ଦୂରରେ ଥିବା ଏହି ଅଞ୍ଚଳରେ ବିକାଶର ପ୍ରଦୀପ ଜଳାଇବା ପାଇଁ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ସମୟ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ପରଜଙ୍ଗ ବ୍ଲକର ଅନ୍ୟତମ ହାତୀ ଉପଦ୍ରୁତ ଅଞ୍ଚଳ ଚକ୍ରଧରପୁର, ଜଗନ୍ନାଥପୁର। ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଥିବା ଦୁଇ ସାହିରେ ବାସ କରନ୍ତି ପ୍ରାୟ ୭୦୦ ପରିବାର। ହେଲେ ଅଦ୍ୟାବଧି ଉକ୍ତ ଦୁଇ ସାହିକୁ ପକ୍କା ସଡ଼କ ହୋଇପାରିନାହିଁ। ବର୍ଷା ହେଲେ ପାହାଡ଼ ପାଣି ମାଟି ରାସ୍ତାରେ ମାଡୁଛି। ଯାତାୟାତ ଠପ୍‌ ହୋଇଯାଉଛି। ବିଶୁଦ୍ଧ ପାଣି ସାତସପନ ହୋଇଥିବାବେଳେ ନଳକୂପରୁ ବାହାରୁଥିବା ଆଇରନ୍‌ ଯୁକ୍ତ ଜଳ ସ୍ବାସ୍ଥ୍ୟହାନିର କାରଣ ସାଜୁଛି। ସ୍ବାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ବି ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କେବଳ ଏତିକି ନୁହେଁ, ଶିକ୍ଷା ବିଭାଗର ବିଚିତ୍ର ନୀତି ପାଇଁ କୋମଳପତି ପିଲାମାନେ ପାଠ ପଢ଼ିବା ଲାଗି ସଂଘର୍ଷ କରୁଛନ୍ତି। ପୂର୍ବରୁ ଦୁଇ ସାହିରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ରହିଥିଲା। ତେବେ ଉପସ୍ଥାନ କମ୍‌ ଥିବା ଦର୍ଶାଇ ଚକ୍ରଧରପୁର ସ୍କୁଲକୁ ବନ୍ଦ କରିଦିଆଯାଇଛି। ଜଗନ୍ନାଥପୁର ବିଦ୍ୟାଳୟ ଯିବାକୁ ହେଲେ ହାତୀ ଚଳପ୍ରଚଳ କରୁଥିବା ଘଞ୍ଚ ଜଙ୍ଗଲ ଅତିକ୍ରମ କରିବାକୁ ପଡ଼ିବ। ଜୀବନ ପ୍ରତି ବିପଦ ଥିବାରୁ ଚକ୍ରଧରପୁର ସାହିର ପିଲାମାନେ ବାଧ୍ୟ ହୋଇ ୩ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରି ବରିହାପୁରକୁ ଆସୁଛନ୍ତି। ତଥାପି ସେମାନଙ୍କ ସମସ୍ୟା ସରୁନାହିଁ। ଲଗାଣବର୍ଷା ହେଲେ ବଣରୁ ଖସୁଥିବା ପାଣିରେ ରାସ୍ତା ବୁଡ଼ିଯାଉଛି। ପାଣି କମିବା ଯାଏ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। କେବଳ ଏତିକି ନୁହେଁ, ରାତିରେ ଜରୁରୀ ସ୍ବାସ୍ଥ୍ୟସେବା ଆବଶ୍ୟକ ହେଲେ ଲୋକଙ୍କ ଚିନ୍ତା ବଢ଼ିଯାଉଛି। ବର୍ଷ ବର୍ଷ ଧରି ଏଭଳି ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ଗ୍ରାମବାସୀ ଏଥିପାଇଁ ପ୍ରଶାସନିକ ଅବହେଳା ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ, ବନ୍ଦ ଥିବା ସ୍କୁଲ ପୁନର୍ବାର ଆରମ୍ଭ କରିବା ଦିଗରେ ଜିଲାପାଳ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି। ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦିଆ ନ ଗଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଭୋଟ ବର୍ଜନ କରିବେ ବୋଲି ହିମାଂଶୁ ବାରିକ, ସୁଦାମ ସାମଲ, ହେମନ୍ତ ସାହୁ, ଅଜୟ ସାମଲ, ଟୁକୁନା ସାମଲ, ସାଧୁ ମାଝି, ସିପୁନ ସାମଲ, ସୁରଥ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ସଂଗ୍ରାମ କେଶରୀ ଭୋଳ କୁହନ୍ତି, ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ପକ୍କା ରାସ୍ତା କିପରି ହୋଇପାରିବ, ସେ ଦିଗରେ ଦୃଷ୍ଟି ଦିଆଯିବ। ଶିକ୍ଷା ସମସ୍ୟାର ସମାଧାନ ଲାଗି ବିଇଓଙ୍କ ସହ ଆଲୋଚନା କରାଯିବ। ବିଇଓ ହରିହର ଦେହୁରୀ କୁହନ୍ତି, ପିଲା ସଂଖ୍ୟା କମ୍‌ ଥିବାରୁ ଚକ୍ରଧରପୁର ସ୍କୁଲ ବନ୍ଦ କରାଯାଇଥିଲା। ଏବେ ଛାତ୍ରୀଛାତ୍ର ସଂଖ୍ୟା ବଢ଼ିଛି। ଏ ନେଇ ସରକାରଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପଠାଯାଇଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ସ୍କୁଲ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri