ଶପଥ ଗ୍ରହଣ କଲେ ହାଇକୋର୍ଟର ୩ ବିଚାରପତି

କଟକ ଅଫିସ ,୧୯।୧୦: ହାଇକୋର୍ଟର ୩ ନୂଆ ବିଚାରପତି ମଙ୍ଗଳବାର ଶପଥ ନେଇଛନ୍ତି। ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍‌ ରାଧାକ୍ରିଷ୍ଣ ପଟ୍ଟନାୟକ ଏବଂ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ.ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।