ବରଗଡ/ଭୁବନେଶ୍ୱର,୯।୬(ପ୍ରେମାନନ୍ଦ ଖମାରୀ): ଜଳ ସମ୍ପଦ ବିଭାଗର ୩ ଇଞ୍ଜିନିୟରଙ୍କୁ ସସ୍ପେଣ୍ଡ କରାଯାଇଛି। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲଙ୍କୁ କେନାଲ ପକଳ୍ପ କାର୍ଯ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ କରାଯାଇଛି। ଏହାସହ ଏହି ୩ ଇଞ୍ଜିନିୟରଙ୍କ ଉପରେ କଟକଣା ଜାରି କରାଯାଇଛି। ଭୁବନେଶ୍ୱର ମୁଖ୍ୟାଳୟରେ ମଦନଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲା ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସରେ ରହିବାକୁ କୁହାଯାଇଛି।