ହାତୀ ଆକ୍ରମଣରେ ୩ ମୃତ

ବେଗୁନିଆ/ବଡ଼ସାହି(ଡି.ଏନ୍‌.ଏ./ସ୍ବ.ପ୍ର.)/ଅନୁଗୋଳ ଅଫିସ ୭।୬:
ହାତୀ ଭଳି ବିଶାଳକାୟ ପ୍ରାଣୀକୁ ଜଙ୍ଗଲରେ ମିଳୁନାହିଁ ପର୍ଯ୍ୟାପ୍ତ ଖାଇବା। ଏହା ସେମାନଙ୍କୁ ଅଧିକ ହିଂସ୍ର କରୁଛି। ଖାଦ୍ୟ ଅନ୍ବେଷଣରେ ସେମାନେ ଜନବସତିମୁହଁା ହେଉଛନ୍ତି। ଫଳରେ ହାତୀ-ମଣିଷ ସଂଘର୍ଷ ଭୟଙ୍କର ରୂପ ଧାରଣ କରିଛି। ମଙ୍ଗଳବାର ରାଜ୍ୟର ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୬୩) ଭୋର୍‌ ସାଢ଼େ ୫ଟାରେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଗ୍ରାମବାସୀ, ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ଟାଙ୍ଗୀ ଓ ଖୋର୍ଦ୍ଧାରୁ ବନ କର୍ମଚାରୀ ପହଞ୍ଚତ୍ ଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରିଯାଇଥିଲେ। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ସହଯୋଗ କରୁ ନ ଥିବା ଅଭିଯୋଗ ଆଣିଥିଲେ। ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ପହଞ୍ଚତ୍ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩/୨୩) ରୁଜୁ ହୋଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତହସିଲଦାର ପ୍ରଧାନ ଟୁଲ୍ଲୀ ଆମ୍ମା ମୃତକଙ୍କ ପରିବାରଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜର ପଣ୍ଡା କହିଛନ୍ତି, ପ୍ରତିଦିନ ସନ୍ଧ୍ୟାରେ ବନ ବିଭାଗର ଏକ ଟିମ୍‌ ପାଟ୍ରୋଲିଂ କରୁଛି। ହାତୀ ଉପଦ୍ରୁତ ଅଞ୍ଚଳବାସୀଙ୍କୁ ସନ୍ଧ୍ୟା ପରେ ଘରୁ ନ ବାହାରିବାକୁ ସତର୍କ କରାଯାଇଛି। ତଦନ୍ତ ପରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ଅନୁରୂପ ଭାବେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଗଜଡି ସଂରକ୍ଷିତ ଜଙ୍ଗଲର ଡାହି ଅଞ୍ଚଳରେ ଏକ ହିଂସ୍ର ଦନ୍ତା ଆକ୍ରମଣରେ ଭରତଚନ୍ଦ୍ରପୁର ଗ୍ରାମର ସ୍ବର୍ଗତ ରାମଜିତ୍‌ ଟୁଡୁଙ୍କ ଦିବ୍ୟାଙ୍ଗ ସ୍ତ୍ରୀ ସୀତା (୫୬)ଙ୍କ ମୃତ୍ୟୁ ଘଟିଛି। ମହୁଲ ଫଳ ଗୋଟାଇବା ପାଇଁ ଯାଇଥିବାବେଳେ ତାଙ୍କୁ ଉକ୍ତ ଦନ୍ତା ଦଳିଦେଇଥିଲା। ହାତୀକୁ ଦେଖି ଅନ୍ୟ ମହିଳାମାନେ ଦୌଡ଼ି ପଳାଇ ଆସିଥିଲେ। ବନପାଳ ସୁଶୀଲ ମହାନ୍ତ ମୃତଦେହ ଜବତ କର ବଡ଼ସାହି ପୋଲିସ ସହାୟତାରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସରକାରୀ ନିୟମ ଅନୁସାରେ ମୃତ ମହିଳାଙ୍କ ପରିବାରକୁ ସହାୟତା ମିଳିବ ବୋଲି ବନପାଳ କହିଛନ୍ତି। ସେହିପରି ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ହମାମିରା ଅଞ୍ଚଳର ଚମ୍ପା ସାହୁ (୭୦)ଙ୍କ ମୃତ୍ୟୁ ଘଟିଛି। ଗ୍ରାମର ନେହେରୁ ସାହୁ (୬୦) ଗୁରୁତର ହୋଇଛନ୍ତି। ଦୁହେଁ ଆମ୍ବ ତୋଳିବାକୁ ନିକଟ ଆମ୍ବୁରିକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri