୩ ଦିନ ଖୋଲା, ୩ ଦିନ ତାଲା

ଅନୁଗୋଳ ଅଫିସ, ୭।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଲଟ୍ରାସାଉଣ୍ଡ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି। ଫଳରେ ମାସେ ହେଲା ଅଲଟ୍ରାସାଉଣ୍ଡ ସେବା ବନ୍ଦ ରହିଥିଲା। ଏବେ ଛେଣ୍ଡିପଦାରୁ ଜଣେ ଡାକ୍ତରଙ୍କୁ ଡେପୁଟେଶନରେ ଅଣାଯିବା ପରେ ଗତ ଗୁରୁବାରଠାରୁ ରୋଗୀଙ୍କ ଅଲଟ୍ରାସାଉଣ୍ଡ ଆରମ୍ଭ ହୋଇଛି। ପୂର୍ବରୁ ସପ୍ତାହରେ ୬ ଦିନ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଏବେ ମାତ୍ର ୩ ଦିନ ଅଲଟ୍ରାସାଉଣ୍ଡ କରାଯିବ। ବାକି ୩ ଦିନ ଉକ୍ତ ପ୍ରକୋଷ୍ଠରେ ତାଲା ଝୁଲାଯିବ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନାମୂଲ୍ୟରେ ଏହି ସେବା ମିଳୁଥିବାରୁ ଦୈନିକ ୨୫ରୁ ୩୦ ଜଣ ଅଲଟ୍ରାସାଉଣ୍ଡ ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ ଗର୍ଭବତୀଙ୍କ ସଂଖ୍ୟା ଅଧିକ ଥାଏ। ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକ୍‌ରେ ଏଥିପାଇଁ ୭ଶହରୁ ୮ଶହ ଟଙ୍କା ପଡ଼ୁଥିବାରୁ ପ୍ରାୟତଃ ଗର୍ଭବତୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପସନ୍ଦ କରିଥାନ୍ତି। କିଛି ମାସ ପୂର୍ବରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୪ ଜଣ ଡାକ୍ତର ଥିଲେ। ସେମାନଙ୍କ ମଧ୍ୟରୁ ଡା. ଶ୍ୟାମ ପ୍ରସାଦ ଦାଶ ଓ ଡା. ସୁଜାତା ଦାଶ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରୁଥିଲେ। ହେଲେ କରୋନାରେ ଡା. ଶ୍ୟାମପ୍ରସାଦଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ଥାନରେ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଡାକ୍ତର ସୁଜାତା ଦାଶ ମଧ୍ୟ ଅଲଟ୍ରାସାଉଣ୍ଡ ବନ୍ଦ କରିଦେଇଥିଲେ। ଏହାପରେ ଅକ୍ଟୋବର ୭ ତାରିଖରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ବନ୍ଦ ରହିଥିଲା। ନୂଆ ଡାକ୍ତର ନିଯୁକ୍ତି କରାଯାଇ ନ ଥିବାରୁ କେବେ ପ୍ରକୋଷ୍ଠରୁ ତାଲା ଖୋଲିବ ସେ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ନ ଥିଲା। ଅନ୍ୟପକ୍ଷରେ ସରକାରୀ ଅଲଟ୍ରାସାଉଣ୍ଡ ବନ୍ଦ ରହିବା ଜାଣି ରୋଗୀମାନେ ବାଧ୍ୟହୋଇ ବେସରକାରୀ ହସ୍ପିଟାଲ ମୁହଁା ହୋଇ ଖର୍ଚ୍ଚାନ୍ତରେ ପଡ଼ିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡାକ୍ତର ଶ୍ୟାମପ୍ରସାଦଙ୍କ ମୃତ୍ୟୁ ପରେ କମ୍‌ ଡାକ୍ତରରେ ସେବା ଯୋଗାଇବା ଅସମ୍ଭବ ହୋଇପଡ଼ିଥିଲା। ଡିଏମ୍‌ଏଫ୍‌ ପାଣ୍ଠିରୁ ୨ ଜଣ ଡାକ୍ତର ନିୟୋଜିତ କରିବାକୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଜଣେ ଡାକ୍ତର ଡେପୁଟେଶନରେ ଆସିବା ପରେ ଏହା ଆରମ୍ଭ ହୋଇଥିଲେ ବି ସବୁଦିନେ ସେବା ଯୋଗାଇବା ସମ୍ଭବ ନୁହେଁ। ତେଣୁ ନୂଆ ଡାକ୍ତର ନିଯୁକ୍ତ ହେବା ପରେ ପୂର୍ବପରି ସପ୍ତାହକୁ ୬ ଦିନ ଅଲଟ୍ରାସାଉଣ୍ଡ କରାଯାଇପାରିବ ବୋଲି ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।
ସ୍ଥାୟୀ ପ୍ରତିକାର କରାଯାଉ
ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ରୋଗୀମାନେ ଅନେକ ସମୟରେ ସରକାରୀ ସେବାରୁ ବଞ୍ଚିତ ରହୁଛନ୍ତି। ୧୮ ଲକ୍ଷ ଟଙ୍କାର ଅଲଟ୍ରାସାଉଣ୍ଡ ମେଶିନ ଥାଇ ମଧ୍ୟ ଲାଭ ମିଳୁନି। ଅନେକ ବେସରକାରୀ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରୁଥିବାରୁ ଏହାର ସ୍ଥାୟୀ ପ୍ରତିକାର କରାଯାଉ।
-ସରିତା ମିଶ୍ର, ଅନୁଗୋଳ
ଅଯଥା ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ପାଇଁ ଯନ୍ତ୍ରାଂଶ ଉପଲବ୍ଧ ରହିଛି। କିନ୍ତୁ ରୋଗୀମାନେ ନିଃଶୁଳ୍କ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଠିକଣା ପଦକ୍ଷେପ ନେଉ ନ ଥିବାରୁ ଘରୋଇ ମେଡିକାଲକୁ ଯାଇ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି।
-ପ୍ରତାପ ମହାପାତ୍ର, ଅନୁଗୋଳ
ପାଣ୍ଠି ଥାଇ ସେବାରେ ଅବହେଳା
ଅନୁଗୋଳ ଜିଲାର ଉନ୍ନତି ପାଇଁ ଅର୍ଥର ଅଭାବ ନାହିଁ ବୋଲି ବିଭିନ୍ନ ସମୟରେ ଶୁଣିବାକୁ ମିଳୁଛି। କିନ୍ତୁ ଏଠାରେ ଲୋକଙ୍କୁ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେବାକୁ ପଡ଼ୁଛି। ଡେପୁଟେଶନରେ ଡାକ୍ତର ଆଣିବା ଅପେକ୍ଷା ଜିଲା ଖଣିଜ ପାଣ୍ଠିକୁ ବିନିଯୋଗ କରି ଡାକ୍ତର ନିଯୁକ୍ତି କରାଗଲେ ସମସ୍ୟା ହୁଅନ୍ତା ନାହିଁ।
-ସଙ୍ଗୀତା ମହାନ୍ତି, ଅନୁଗୋଳ
ଗୁରୁବାରରୁ ଶନିବାର ମିଳିବ ସେବା
ଡାକ୍ତର ଅଭାବରୁ ଅଲଟ୍ରାସାଉଣ୍ଡ ବନ୍ଦ ରହିଥିଲା। ଏବେ ଛେଣ୍ଡିପଦାରୁ ଜଣେ ଡାକ୍ତରଙ୍କୁ ଡେପୁଟେଶନ୍‌ରେ ଅଣାଯାଇଛି। ତେଣୁ ପ୍ରତି ଗୁରୁବାର, ଶୁକ୍ରବାର ଓ ଶନିବାର ରୋଗୀଙ୍କୁ ଏହି ସେବା ଯୋଗାଇ ଦିଆଯିବ। ଗୁରୁବାର ୧୧ ଜଣ ଓ ଶୁକ୍ରବାର ୧୨ ଜଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଛି।
-ବିଶ୍ୱ ବିହାରୀ ମହାନ୍ତି, ଏଡିଏମ୍‌ଓ (ମେଡିକାଲ)


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri