୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ : ରାଷ୍ଟ୍ର ଗଠନରେ ଏନଏସ୍‌ଏସ୍‌ ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଆସିକା/ଭଞ୍ଜନଗର,୪/୧୧(ସୁରେନ୍ଦ୍ର ନାଥ ସାହୁ/ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସ୍ତରୀୟ ୩ ଦିନିଆ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ମଙ୍ଗଳବାର କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର କଲେଜରେ ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବକୁ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଛାତ୍ରୀଛାତ୍ରମାନେ ସମାଜସେବାରେ ଲିପ୍ତ ରହନ୍ତୁ। ଉତ୍ତର ଘୁମୁସର ବନଖଣ୍ଡରେ ୨୨ ବର୍ଗ କିଲୋମିଟର ଜଙ୍ଗଲ ଇତିମଧ୍ୟରେ ବୃଦ୍ଧି ପାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ୨୨ ଏବଂ ବ୍ରହ୍ମପୁର ବନଖଣ୍ଡରେ ୮ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଛି। ଆଗାମୀ ଦିନରେ ଅନ୍ୟ ସହରରେ ମଧ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡିବ। ହାତୀ ସମେତ ସମସ୍ତ ବନ୍ୟପ୍ରାଣୀର ମଧ୍ୟ ସୁରକ୍ଷା କରିବାକୁ ପଡିବ। ତେଣୁ ଆମେ ସମସ୍ତେ ଜଣେ ଜଣେ ପରିବେଶ ଯୋଦ୍ଧା ଭାବେ କାର୍ଯ୍ୟ କରିବାକୁ ଡିଧ୍‌ଏଫ ଓ ମହାନ୍ତି ଆହ୍ବାନ କରିଥିଲେ।

ବରିଷ୍ଠ ସ୍ବେଛାସେବୀ ମଧୁସୂଦନ ଦାସ, ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା, ଜିଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ବିକଶିତ ଭାରତର ସର୍ବାଙ୍ଗୀନ ଉନ୍ନତି ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଜାତୀୟ ସେବା ଯୋଜନା ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କାରଣ ସେମାନେ ଦେଶର ଆଗାମୀ ଭବିଷ୍ୟତ। ତେଣୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ଏହି ଜଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ନିଶ୍ଚିତ ସାହାର୍ଯ୍ୟ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିସହ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସାହାଯ୍ୟ ମନୋବୃତ୍ତି, ସର୍ବୋପରି ନିଃସାର୍ଥପର ଭାବେ ସେବା କରି ଅନ୍ୟର ହୃଦୟକୁ ଜିତିବା ହେଉଛି ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ସ୍ବାମୀ ବିବେକା ନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ। କଲେଜ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ସଭାରେ ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଉଦିତ ନାରାୟଣ ଦାସ ସ୍ବାଗତ ଭାଷଣ ଦେଇଥିଲେ ।

ଜାତୀୟ ସେବା ଯୋଜନା ଅଧିକାରୀ ସିଲୁ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶିବିରରେ ଜଲାର ବିଭିନ୍ନ କଲେଜରୁ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଛନ୍ତି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଜାତୀୟ ସେବା ଯୋଜନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ କେନ୍ଦୂପଦର ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଏହି ଅବସରରେ ଜଗନ୍ନାଥପ୍ରସାଦ କଲେଜ ଯୋଜନା ଅଧିକାରୀ ଡ.ପ୍ରମୋଦ ଚୌଧୁରୀ, ବୁଗୁଡ଼ା କଲେଜର ରବୀନ୍ଦ୍ର ନାଥ ପୋଲେଇ, ଗାଲେରୀ ଯୋଜନା ଅଧିକାରୀ ଦୁର୍ଗା ମାଧବ ଦାସ, ବେଲଗୁଣ୍ଠାର ପିଙ୍କି ପାତ୍ର, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସସ୍ମିତା ଦାସ, ବି ପ୍ରଧାନ, ପୋଲସରା କଲେଜର ଶେଖ ଫରିଦ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ଜୟଲକ୍ଷ୍ମୀ ରଥ, କ୍ଷେତ୍ରୀୟବରପୁର କଲେଜର ସୀମାଞ୍ଚଳ ମହାପାତ୍ର, ଆସ୍କା କଲେଜର ଚିତ୍ରସେନ ବେହେରା, ସୋରଡା କଲେଜର ଡ ହୃଷୀକେଶ ପାଣିଗ୍ରାହୀ, ଖେମୁଣ୍ଡି କଲେଜର ଗୋପୀନାଥ ଦାସ, ବାଲିପଦର କଲେଜର ମିନତି ଆଚାର୍ଯ୍ୟ, ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଆସିକାର ଡ.ଜୟପ୍ରଦା ମହାପାତ୍ର, ବିଡିପୁର କଲେଜର ସୁଧିର କୁମାର ପଟ୍ଟନାୟକ, ଦିଗପହଣ୍ଡି ବିଜୁ ପଟ୍ଟନାୟକ ମହିଳା କଲେଜର ଜାତୀୟ ସେବା ଯୋଜନା ଅଧିକାରୀଣି ଡ. ସୁଜାତା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁପଦର କଲେଜର ଅଧ୍ୟାପିକା ସ୍ବପ୍ନରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ରାଜେଶ୍ୱରି ରଥ, ସୁଜାତା ଟେଟେ, କେ ସ୍ମିତା ପାତ୍ର, ଯାଜ୍ଞସିନି ପ୍ରଧାନ, ଅଧ୍ୟାପକ ଅଜିତ କୁମାର ମୁଖି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri