ପାରଳାଖେମୁଣ୍ଡି ୩ ଦିନ ଶଟ୍‌ଡାଉନ

ପାରଳାଖେମୁଣ୍ଡି,୮।୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ପାରଳାଖେମୁଣ୍ଡି ସହର ଶଟଡାଉନ ରହିବ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯିବ। ୬୦ଟି ମେଡିକାଲ ଟିମ ଦ୍ୱାରା ସହରରେ ସ୍କ୍ରିନିଂ ହେବ। ଏଥିରେ ୧୬ ସେକ୍ଟର ଅଫିସର ଟିମ, ୪ଟି ପୋଲିସ ଟିମ ନିୟୋଜିତ ହେବେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।