୩ ଦିନିଆ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଉଦ୍‌ଯାପିତ

ଭୁବନେଶ୍ୱର,୨୨।୧ (ଅଭୟ ଦାଶ): ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ୩ ଦିନିଆ ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ୨୦୨୪ ଜାନୁଆରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାଠାରେ ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ୨୪ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଏଣ୍ଟରପ୍ରାଇଜ୍‌ ଓଡ଼ିଶାରେ ତିନିଦିନିଆ ପ୍ରଦର୍ଶନୀ, ସମ୍ମିଳନୀ, ଜି୨ବି ଓ ବି୨ବି ବୈଠକ, କର୍ମଶାଳା ଓ ଅଧିବେଶନ ଆଦିର ଆୟୋଜନ କରାଯାଇଥିଲା।

ସେହିଭଳି ଉକ୍ତ ପ୍ରଦର୍ଶନୀରେ ଚାକିରି କାର୍ଯ୍ୟ, ଚୁକ୍ତିଭିତ୍ତିକ ଉତ୍ପାଦନ, କଞ୍ଚାମାଲ ଯୋଗାଣ, ପ୍ୟାକେଜିଂ ଏବଂ ଲଜିଷ୍ଟିକ୍ସ ଇତ୍ୟାଦି ସମ୍ବନ୍ଧୀୟ ଆବଶ୍ୟକତା ପାଇଁ ସମ୍ଭାବ୍ୟ ବିକ୍ରେତା, ଯୋଗାଣ ଶୃଙ୍ଖଳ ସଂସ୍ଥା, ଆନୁଷଙ୍ଗିକ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସେମାନଙ୍କର ସୁଯୋଗ ପ୍ରଦର୍ଶନ କରୁଥିବା ବୃହତ ଏବଂ ମଧ୍ୟମ ଧରଣର ଅନୁଷ୍ଠାନ ଗଡ଼ିକ ସାମିଲ ହୋଇଥିଲେ। ଏହି ପ୍ରଦର୍ଶନୀରେ ପ୍ରଯୁକ୍ତିବିଦ୍ୟା, ସ୍ଥାୟିତ୍ୱ, ଭିତ୍ତିଭୂମି, ଲଜିଷ୍ଟିକ୍‌ ଏବଂ ଅକ୍ଷୟ ଶକ୍ତି, ଇ-କମର୍ସ ପ୍ଲାଟଫର୍ମ, ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି, ମାଇକ୍ରୋଫାଇନାନ୍ସ ଅନୁଷ୍ଠାନଙ୍କ ସମେତ ଋଣ ପ୍ରଦାନକାରୀ ଏଜେନ୍ସି ଓ ପ୍ରମୁଖ ଦେଶଗୁଡ଼ିକର ବାଣିଜ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ କ୍ଷେତ୍ରରେ ଉତ୍ପାଦ ଏବଂ ସେବା ପ୍ରଦାନକାରୀମାନେ ଅଂଶଗ୍ରହଣ କରିଥିଲେ।

ଏ ସମ୍ପର୍କରେ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ କହିଛନ୍ତି, ସାରା ବିଶ୍ୱରେ ଓଡ଼ିଶାର ବିକାଶ କଥା ଆଲୋଚନା ହେଉଛି, ଓଡ଼ିଶା ସରକାର ପୁଞ୍ଜିନିବେଶ ଓ ଉଦ୍ୟୋଗ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ଏପରିକି ଓଡ଼ିଶାରେ ଅନେକ ଶିଳ୍ପ କେନ୍ଦ୍ର ରହିଥିଲାବେଳେ ଝାରସୁଗୁଡ଼ା ସେଥିମଧ୍ୟରୁ ଅନ୍ୟତମ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସିଆଇଆଇର ଏହି ପ୍ରମୁଖ ପଦକ୍ଷେପର ୨୪ତମ ସଂସ୍କରଣରେ ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସମେତ ୧୫୦ ପ୍ରଦର୍ଶକ, ୫୪ଶିଳ୍ପ ଅଂଶୀଦାର ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସଂଘ ଉପସ୍ଥିତ ଥିଲେ। ଏଥିରେ ଅଷ୍ଟ୍ରେଲିଆ, ବାଂଲାଦେଶ, ନେପାଳ ଓ ମ୍ୟାନମାରର ପ୍ରତିନିଧି ଦଳ ଓ କୂଟନୀତିଜ୍ଞଙ୍କ ସମେତ ଓଡ଼ିଶା ତଥା ଦେଶର ଶିଳ୍ପପତିଙ୍କ ସମେତ ଓଡ଼ିଶା ବାହାରୁ ୫୮ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ‘ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିଭଳି ସିଆଇଆଇ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଶୁଭେନ୍ଦ୍ର କୁମାର ବେହେରା କହିଥିଲେ, ବ୍ୟବସାୟ, ଷ୍ଟାର୍ଟଅପ୍‌, ପର୍ଯ୍ୟଟନ, ଶିକ୍ଷା, ଭିତ୍ତିଭୂମି ଆଦି ପ୍ରାୟ ସବୁ କ୍ଷେତ୍ରରେ ଓଡ଼ିଶା ବ୍ୟାପକ ଭାବେ ପରିବର୍ତ୍ତନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri