ପ୍ଲାଟିନମ୍‌ର ନୂତନ କଲେକ୍ସନ

ନୂଆଦିଲ୍ଲୀ, ୨୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ପ୍ଲାଟିନମ୍‌ ଗୁଲ୍‌ଡି ଇଣ୍ଟରନ୍ୟାଶନାଲ (ପିଜିଆଇ) ଆକର୍ଷଣୀୟ ତଥା ନୂତନ କଲେକ୍ସନଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଛି। ଏପରିକି ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ’ରେ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପ୍ରିୟଜନଙ୍କ ପାଇଁ ବିଭିନ୍ନ ବର୍ଗର ପ୍ଲାଟିନମ୍‌ ଗହଣା ପ୍ରସ୍ତୁତ କରାଯାଇଛି। ପ୍ଲାଟିନମ୍‌ ଅଳଙ୍କାର ଭଳି କିଛି ଜିନିଷ ପ୍ରେମ ଏବଂ ଚିନ୍ତାଧାରାକୁ ବର୍ଣ୍ଣନା କରିଥାଏ। ସେହିଭଳି ପ୍ଲାଟିନମ୍‌ ଅଳଙ୍କାର ୯୫% ଶୁଦ୍ଧ ହୋଇଥିବାବେଳେ ଏହା ପ୍ରେମର ପ୍ରତୀକ ସହ ତୁଳନା କରାଯାଏ। ଏ ସମ୍ପର୍କରେ ପିଜିଆଇର ବିଜ୍‌ନେସ ଡାଇରେକ୍ଟର ପଲ୍ଲବୀ ଶର୍ମା କହିଛନ୍ତି, ଦମ୍ପତିଙ୍କ ପାଇଁ ପରିପୂରକ ଲଭ୍‌ ବ୍ୟାଣ୍ଡ୍‌ ହେଉ କିମ୍ବା ମହିଳାଙ୍କ ପାଇଁ ସୂକ୍ଷ୍ମ ଭାବେ ଡିଜାଇନ୍‌ ହୋଇଥିବା ପେଣ୍ଡେନ୍ଟ, ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଅବସରରେ ଗ୍ରାହକମାନଙ୍କୁ ବାଛିବା ପାଇଁ ପିଜିଆଇରେ ଉପଲବ୍ଧ ରହିଛି। ସେହିଭଳି ବ୍ରାଣ୍ଡ୍‌ର ବିଭିନ୍ନ ଡିଜାଇନ୍‌ ବିକଳ୍ପ ପ୍ରସ୍ତୁତ କରିବା ପାଇଁ ଆମେ ଆମର ଡିଜାଇନ୍‌ ପାର୍ଟନରଙ୍କ ସହ ସହଯୋଗ କରିଛୁ, ପ୍ଲାଟିନମ୍‌ ଡେଜ୍‌ ଅଫ୍‌ ଲଭ୍‌ ସଂଗ୍ରହର ଡିଜାଇନ୍‌ କାହାଣୀ ପ୍ଲାଟିନମ୍‌ ସହିତ ଅନ୍ତର୍ନିହିତ-ସ୍ଲିକ୍‌, ସମସାମୟିକ ଏବଂ ବହୁମୁଖୀ ହୋଇପାରିଛି। ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ’ରେ ହୃଦୟକୁ କହୁଥିବା ଅଳଙ୍କାର ସହିତ ପ୍ରେମର ମାସକୁ ଆପଣାନ୍ତୁ, କାରଣ ଆପଣ ସାରା ଦେଶରେ ପିଜିଆଇ ଅନୁମୋଦିତ ଖୁଚୁରା ଦୋକାନରେ ଉପଲବ୍ଧ ବିଭିନ୍ନ ପ୍ଲାଟିନମ୍‌ ଅଳଙ୍କାର ଚୟନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?