୩ ଦିନିଆ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଉଦ୍‌ଯାପିତ

ଭୁବନେଶ୍ୱର,୨୨।୧ (ଅଭୟ ଦାଶ): ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ୩ ଦିନିଆ ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ୨୦୨୪ ଜାନୁଆରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାଠାରେ ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ୨୪ତମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଏଣ୍ଟରପ୍ରାଇଜ୍‌ ଓଡ଼ିଶାରେ ତିନିଦିନିଆ ପ୍ରଦର୍ଶନୀ, ସମ୍ମିଳନୀ, ଜି୨ବି ଓ ବି୨ବି ବୈଠକ, କର୍ମଶାଳା ଓ ଅଧିବେଶନ ଆଦିର ଆୟୋଜନ କରାଯାଇଥିଲା।

ସେହିଭଳି ଉକ୍ତ ପ୍ରଦର୍ଶନୀରେ ଚାକିରି କାର୍ଯ୍ୟ, ଚୁକ୍ତିଭିତ୍ତିକ ଉତ୍ପାଦନ, କଞ୍ଚାମାଲ ଯୋଗାଣ, ପ୍ୟାକେଜିଂ ଏବଂ ଲଜିଷ୍ଟିକ୍ସ ଇତ୍ୟାଦି ସମ୍ବନ୍ଧୀୟ ଆବଶ୍ୟକତା ପାଇଁ ସମ୍ଭାବ୍ୟ ବିକ୍ରେତା, ଯୋଗାଣ ଶୃଙ୍ଖଳ ସଂସ୍ଥା, ଆନୁଷଙ୍ଗିକ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସେମାନଙ୍କର ସୁଯୋଗ ପ୍ରଦର୍ଶନ କରୁଥିବା ବୃହତ ଏବଂ ମଧ୍ୟମ ଧରଣର ଅନୁଷ୍ଠାନ ଗଡ଼ିକ ସାମିଲ ହୋଇଥିଲେ। ଏହି ପ୍ରଦର୍ଶନୀରେ ପ୍ରଯୁକ୍ତିବିଦ୍ୟା, ସ୍ଥାୟିତ୍ୱ, ଭିତ୍ତିଭୂମି, ଲଜିଷ୍ଟିକ୍‌ ଏବଂ ଅକ୍ଷୟ ଶକ୍ତି, ଇ-କମର୍ସ ପ୍ଲାଟଫର୍ମ, ବ୍ୟାଙ୍କ ଏବଂ ଏନ୍‌ବିଏଫ୍‌ସି, ମାଇକ୍ରୋଫାଇନାନ୍ସ ଅନୁଷ୍ଠାନଙ୍କ ସମେତ ଋଣ ପ୍ରଦାନକାରୀ ଏଜେନ୍ସି ଓ ପ୍ରମୁଖ ଦେଶଗୁଡ଼ିକର ବାଣିଜ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ କ୍ଷେତ୍ରରେ ଉତ୍ପାଦ ଏବଂ ସେବା ପ୍ରଦାନକାରୀମାନେ ଅଂଶଗ୍ରହଣ କରିଥିଲେ।

ଏ ସମ୍ପର୍କରେ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ କହିଛନ୍ତି, ସାରା ବିଶ୍ୱରେ ଓଡ଼ିଶାର ବିକାଶ କଥା ଆଲୋଚନା ହେଉଛି, ଓଡ଼ିଶା ସରକାର ପୁଞ୍ଜିନିବେଶ ଓ ଉଦ୍ୟୋଗ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ଏପରିକି ଓଡ଼ିଶାରେ ଅନେକ ଶିଳ୍ପ କେନ୍ଦ୍ର ରହିଥିଲାବେଳେ ଝାରସୁଗୁଡ଼ା ସେଥିମଧ୍ୟରୁ ଅନ୍ୟତମ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସିଆଇଆଇର ଏହି ପ୍ରମୁଖ ପଦକ୍ଷେପର ୨୪ତମ ସଂସ୍କରଣରେ ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସମେତ ୧୫୦ ପ୍ରଦର୍ଶକ, ୫୪ଶିଳ୍ପ ଅଂଶୀଦାର ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସଂଘ ଉପସ୍ଥିତ ଥିଲେ। ଏଥିରେ ଅଷ୍ଟ୍ରେଲିଆ, ବାଂଲାଦେଶ, ନେପାଳ ଓ ମ୍ୟାନମାରର ପ୍ରତିନିଧି ଦଳ ଓ କୂଟନୀତିଜ୍ଞଙ୍କ ସମେତ ଓଡ଼ିଶା ତଥା ଦେଶର ଶିଳ୍ପପତିଙ୍କ ସମେତ ଓଡ଼ିଶା ବାହାରୁ ୫୮ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ‘ଏମ୍‌ଏସ୍‌ଏମ୍‌ଇ ପାଇଁ ସୁଯୋଗ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିଭଳି ସିଆଇଆଇ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଶୁଭେନ୍ଦ୍ର କୁମାର ବେହେରା କହିଥିଲେ, ବ୍ୟବସାୟ, ଷ୍ଟାର୍ଟଅପ୍‌, ପର୍ଯ୍ୟଟନ, ଶିକ୍ଷା, ଭିତ୍ତିଭୂମି ଆଦି ପ୍ରାୟ ସବୁ କ୍ଷେତ୍ରରେ ଓଡ଼ିଶା ବ୍ୟାପକ ଭାବେ ପରିବର୍ତ୍ତନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?