ପୁରୀ ବସ୍‌ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ୩ ବସ୍‌

ପୁରୀ ଅଫିସ, ୧୫।୩: ପୁରୀ ବସ୍‌ ଷ୍ଟାଣ୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ୩ ଟି ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କିପରି ନିଆଁ ଲାଗିଲା ତାହା ଏଯାବତ୍‌ ସ୍ପଷ୍ଟ ହୋଇ ପାରି ନାହିଁ।  ବସ୍‌ ୩ଟି ଛିଡା ହୋଇଥିବା ବେଳେ ଗୋଟିଏରେ ନିଆଁ ଲାଗି ପାଖ ୨ଟି ବସ୍‌କୁ ବ୍ୟାପିଥିବା କୁହାଯାଉଛି। ମୃତାହତ ନେଇ କୌଣସି ସୂଚନା ଆସି ନାହିଁ।