୩ ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରୁ ବହିଷ୍କୃତ

କେନ୍ଦ୍ରାପଡ଼ା ଅଫିସ,୨୬।୪: କେନ୍ଦ୍ରାପଡ଼ା ଡାକ ବିଭାଗରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରି ଲିଙ୍କ୍‌ ଧରାପଡ଼ିଛି। ଡାକ ଅଧୀକ୍ଷକ ୨୦୧୮ରୁ ଅଦ୍ୟାବଧି ଚାକିରି କରିଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରି ୩ଜଣ ବ୍ରାଞ୍ଚ ପୋଷ୍ଟମାଷ୍ଟରଙ୍କୁ ମଙ୍ଗଳବାର ଚାକିରିରୁ ବହିଷ୍କୃତ କରିଛନ୍ତି। ଏଥିସହ ଜଣେ କର୍ମଚାରୀଙ୍କ ସାର୍ଟିଫିକେଟ ଅଦ୍ୟାବଧି ସନ୍ଦେହ ଘେରରେ ରହିଛି। ବହିଷ୍କୃତ କର୍ମଚାରୀଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠୀ କହିଛନ୍ତି ଯେ, ଜିଲାର ଧରିବିଲ ବ୍ରାଞ୍ଚର ମାମାଶ୍ରୀ ଭାରତୀ, ନରସିଂହପୁର ଡିହପଡ଼ା ବ୍ରାଞ୍ଚର ସୌମ୍ୟରଞ୍ଜନ ସେଠୀ ଓ କଦଳୀବଣ ବ୍ରାଞ୍ଚର ପ୍ରଶାନ୍ତ କୁମାର ସେଠୀଙ୍କୁ ନକଲି ଶିକ୍ଷା ସାର୍ଟିଫିକେଟ ପ୍ରଦାନ ପାଇଁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଭଦ୍ରକ ଜିଲା ସୋରା କୁଲଣା ଗ୍ରାମର ମାମାଶ୍ରୀ ୨୦୨୧ ଜାନୁୟାରୀ ୨୯ରୁ ଏଠାରେ ଚାକିରି କରିଥିଲେ। ସେହିପରି ଭଦ୍ରକ ଜିଲା ରାଣିପଡ଼ା ଗ୍ରାମର ସୌମ୍ୟରଞ୍ଜନ ୨୦୨୨ ସେପ୍ଟେମ୍ବର ୫ ଓ ବନ୍ତ ଗ୍ରାମର ପ୍ରସନ୍ନ ୨୦୨୨ ସେପ୍ଟେମ୍ବର ୧୨ ତାରିଖଠାରୁ କେନ୍ଦ୍ରାପଡ଼ା ଜିଲାରେ ନିଯୁକ୍ତି ପାଇଥିଲେ। ସେମାନଙ୍କ ସାର୍ଟିଫିକେଟ ଉତ୍ତରପ୍ରଦେଶର ଥିବାବେଳେ ଓଡ଼ିଆ ବିଷୟରେ ୯୦ରୁ ୯୫ ପ୍ରତିଶତ ମାର୍କ ରହିଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ଏହାର ତଥ୍ୟ ଠିକ୍‌ ନ ଥିବା ଜାଣି ଚାକିରିରୁ ବହିଷ୍କୃତ ସହ ଥାନାରେ ଏ ନେଇ ଏଫ୍‌ଆଇଆର୍‌ ଦିଆଯାଇଛି। ଟାଉନ ଥାନା ଆଇଆଇସି ତପନ କୁମାର ନାୟକ କହିଛନ୍ତି, ଡାକ ଅଧୀକ୍ଷକ ସେଠୀଙ୍କ ଅଭିଯୋଗକୁ ଭିତ୍ତିକରି ମାମାଶ୍ରୀଙ୍କ ନାମରେ ନଂ.୧୩୧/୨୩, ସୌମ୍ୟରଞ୍ଜନ ଓ ପ୍ରସନ୍ନଙ୍କ ନାମରେ ନଂ. ୧୨୫/୨୩ରେ ମାମଲା ରୁଜୁ ହୋଇଛି। ଏ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ଅଧୀନରେ ଗ୍ରାମୀଣ ଡାକସେବକ ଚାକିରି ପାଇଁ ଭଦ୍ରକ ଜିଲା ଲୁଣିଆ ଗ୍ରାମର ଅନୀତା ଜେନା ନିଜର ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିଲେ। ଉତ୍ତରପ୍ରଦେଶ ଆଦର୍ଶ ଆରିଆ ଏସ୍‌ଏସ୍‌ ଏଚ୍‌ଏସ୍‌ଏସ୍‌ ତରୁଲୀ ହାର୍ଦ୍ଦୋଇ ହାଇସ୍କୁଲରୁ ୨୦୦୯ ମସିହାରେ ମାଟ୍ରିକ ପାସ୍‌ ପ୍ରମାଣପତ୍ରରେ ମୋଟ ୬୦୦ ନମ୍ବରରୁ ୫୭୭ ନଂ. ରଖିଥିବା ମାର୍କଲିଷ୍ଟରେ ଦେଖିବାକୁ ମିଳିଥିଲା; ଯାହା ଡାକ ବିଭାଗର ସନ୍ଦେହକୁ ଆସିଥିଲା। ଏ ନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଅନୀତାଙ୍କ ବିରୋଧରେ ନଂ. ୧୦୧/୨୩ରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri