ଯୁବକଙ୍କୁ ଘେରିଗଲେ ୩ ଭାଲୁ: ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଧର୍ମଗଡ଼ ବ୍ଲକ ଅଧୀନ ବଡ଼ଘୁମର ଗ୍ରାମର ଭୋଦେ ଗୋପାଳ(୩୦)। ତାଙ୍କୁ ଚିକିତ୍ସା ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଭୋଦେ ଶୁକ୍ରବାର ରାତିରେ ଗ୍ରାମର ଗଣେଶ ପୂଜା ମିଟିଂ ସାରି ଘରକୁ ଫେରୁ ଥିଲେ। ସେତିକିବେଳେ ସ୍କୁଲ ନିକଟରେ ୩ଟି ଭାଲୁ ହଠାତ୍‌ ଚାଲିଆସି ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ପିଠିରେ ଗୁରୁତର ଆଘାତ ଲାଗିଛି।