ପରିବାରଠୁ ଦୂରେଇ ଦେଇଛି ବାତ୍ୟା

ପାରାଦୀପ,୭ା୧(ସ୍ବ:ପ୍ର:): ଗତ ଅକ୍ଟୋବରରେ ୨ଟି ବୋଟ୍‌ ଯୋଗେ ସମୁଦ୍ରରେ ମାଛ ଧରୁଥିଲେ। ସେଥିରେ ଥିଲେ ୩୭ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଏହି ସମୟରେ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉଭୟ ବୋଟ୍‌ ଓଲଟି ପଡ଼ିଥିଲା। ସେମାନେ ସମସ୍ତେ ଅଥଳ ସମୁଦ୍ରରେ ଭାସୁଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ବାଲେଶର ଅଞ୍ଚଳର ‘ରଘୁନାଥ’ ନାମକ ମାଛଧରା ବୋଟ୍‌ର ମତ୍ସ୍ୟଜୀବୀ ଅକ୍ଟୋବର ୨୮ରେ ସାଗରଦ୍ୱୀପଠାରୁ ୯୦ ନଟିକାଲ ମାଇଲ (୧୬୨କିମି) ସମୁଦ୍ରରୁ ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆଣି ପାରାଦୀପ ମାଛଧରାବନ୍ଦର ପରିସରରେ ମତ୍ସ୍ୟବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ୩ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ନେଇ ପ୍ରଥମେ ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୁସ୍ଥ ହେବାପରେ ସେମାନଙ୍କୁ ଅଠରବାଙ୍କିର ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ପୋଲିସ ସେମାନଙ୍କୁ ଦିନରାତି ଜଗି ରହୁଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଖାଇବା ବନ୍ଦୋବସ୍ତ କରାଯାଇଛି। ଜିଲା ପ୍ରଶାସନ ଓ ଇମିଗ୍ରେସନ ବିଭାଗ ପକ୍ଷରୁ ଅକ୍ଟୋବର ୨୮ରୁ ଏପର୍ଯ୍ୟନ୍ତ ୩ ଥର କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ଦିଆଗଲାଣି। ହେଲେ ବାଂଲାଦେଶ ସରକାର ଏଯାଏ କ୍ଲିୟରାନ୍ସ ଦେଇ ନ ଥିବାରୁ ଏହି ୩ଜଣ ଘରକୁ ଫେରିପାରୁନାହାନ୍ତି।
ସୂଚନାଯୋଗ୍ୟ, ବାତ୍ୟା ସିତରଙ୍ଗ ସମୟରେ ଅର୍ଥାତ୍‌ ଗତ ଅକ୍ଟୋବର ୨୬ରେ କୋଷ୍ଟଗାର୍ଡ ମଧ୍ୟ ସମୁଦ୍ରରୁ ୧୮ଜଣଙ୍କୁ ଉଦ୍ଧାର କରିଥିଲା। ସେତେବେଳେ ପ୍ରାଥମିକ ଯାଞ୍ଚ କରାଯାଇ ବାଂଲାଦେଶ କୋଷ୍ଟଗାର୍ଡକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଯେଉଁ ୩ ଜଣଙ୍କୁ ମାଛଧରା ବୋଟ୍‌ ଦ୍ୱାରା ଉଦ୍ଧାର କରାଯାଇଛି ସେମାନେ ଅଟକି ରହିଛନ୍ତି। ସେମାନେ ହେଲେ ମହମ୍ମଦ ମିରାଜ, ମହମ୍ମଦ ନାର୍ଜି ଏବଂ ହବିସ ମହମ୍ମଦ। ଏମାନେ ଉର୍ଦ୍ଦୁ ମିଶା ବଙ୍ଗଳା ଭାଷାରେ କଥା ହେଉଛନ୍ତି। ମିରାଜ ଏବଂ ନାଜିର କୁହନ୍ତି, ସେମାନଙ୍କ ଘର ବାଂଲାଦେଶର ଭୋଲା ଜିଲା ଚୋପତାର ଓ୍ବାର୍ଡ ୯ ଅଞ୍ଚଳରେ। ଗତ ଅକ୍ଟୋବର ୨୦ରେ ସେମାନେ ୧୮ ଜଣ ଗୋଟିଏ ବୋଟ୍‌ରେ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲେ। ଅକ୍ଟୋବର ୨୩ରେ ବାତ୍ୟା ପ୍ରଭାବରେ ବୋଟ୍‌ ଦୁଇଫାଳ ହୋଇଯାଇଥିଲା। ପାଣିରେ ଭାସୁଥିଲେ। ଆସନ୍ନ ମୃତ୍ୟୁ ଅବସ୍ଥାରେ ଥିବାବେଳେ ‘ରଘୁନାଥ’ ବୋଟ୍‌ ଡ୍ରାଇଭର ବିଶ୍ବନାଥ ଗାରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ୧୬ ଜଣ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି କହି ସେମାନେ କାନ୍ଦି ପକାଇଥିଲେ। ଇତିମଧ୍ୟରେ ପୋଲିସ ବାବୁଙ୍କ ମୋବାଇଲ ଫୋନ ଜରିଆରେ ସେମାନେ ଦୁଇଥର ସ୍ତ୍ରୀ, ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି। ପରିବାର ଲୋକମାନେ ମଧ୍ୟ ବାଂଲାଦେଶ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ଶୀଘ୍ର ଘରକୁ ଫେରିବେ ବୋଲି ମିରାଜ ଏବଂ ନାଜିର ଆଶା କରି ରହିଛନ୍ତି। ସେହିପରି ହବିସ ମହମ୍ମଦଙ୍କ ଘର ବାଂଲାଦେଶର ପାତୁଆଖଲି ଜିଲାର ଦୋଲୁତଖାନ ଅଞ୍ଚଳରେ। ତାଙ୍କ ସହିତ ବୋଟ୍‌ରେ ୧୯ ଜଣ ଥିଲେ। ଅନ୍ୟ ୧୮ ଜଣ ମଧ୍ୟ ସେହି ସ୍ଥାନରେ ଭାସୁଥିବା ବେଳେ ଅଲଗା ହୋଇଯାଇଥିଲେ। ଉଦ୍ଧାର ମତ୍ସ୍ୟଜୀବୀଙ୍କ ପାଖରେ କୌଣସି କାଗଜପତ୍ର ନ ଥିବାରୁ ଏବେ ଦୁଇ ଦେଶର ସରକାରୀ ସ୍ତରରେ ଅସୁବିଧା ହେଉଛି ବୋଲି ପାରାଦୀପ ଇମିଗ୍ରେଶନ ଡିଏସ୍‌ପି ମାନସ ରଞ୍ଜନ ଦାଶ କହିଛନ୍ତି।
୨୦୦୯ରେ ଏଭଳି ଏକ ଘଟଣାରେ ପାରାଦୀପ ଷଣ୍ଢକୁଦର ନୋଳିଆ ମତ୍ସ୍ୟଜୀବୀ ୬ ଜଣ ମ୍ୟାନ୍‌ମାର ନାଗରିକଙ୍କୁ ଉଦ୍ଧାର କରି ଆଣିଥିଲେ। ସେମାନଙ୍କ ପାଖରେ କାଗଜପତ୍ର ନ ଥିବାରୁ ପାରାଦୀପ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜେଲରେ ଦୀର୍ଘଦିନ ରହିବା ପରେ ମୁକୁଳିଥିଲେ। ହେଲେ ସେମାନେ ନିଜ ଦେଶକୁ ଯାଇନାହାନ୍ତି। ଷଣ୍ଢକୁଦ ବସ୍ତିରେ ରହୁଥିଲେ। ତାଙ୍କ ମଧ୍ୟରୁ ଦୁଇଜଣ ପ୍ରେମଜନିତ ଘଟଣାରେ ପରସ୍ପରଙ୍କୁ ହତ୍ୟା କରିଥିଲେ। ସେହିପରି ଜଣଙ୍କର ଏଡ୍‌ସରେ ମୃତ୍ୟୁ ଘଟିଛି। ଆଉ ୩ଜଣ ସ୍ଥାନୀୟ ଅଞ୍ଚଳରେ ବିବାହ କରି ରହୁଛନ୍ତି। ସବୁଠାରୁ କୌତୂହଳ ବିଷୟ ହେଲା ତାଙ୍କ ନାମରେ ସରକାରୀ ପରିଚୟପତ୍ର ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri