ଜାଲ୍‌ ପଟ୍ଟାରେ ୧୦ ଲକ୍ଷ ଠକେଇ: ୩ ଗିରଫ

କଟକ ଅଫିସ,୩।୯: ଜାଲ୍‌ ଜମିପଟ୍ଟାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଲାଲବାଗ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ବାଖରାବାଦ ଅଞ୍ଚଳର ଅଳକା ସେନ୍‌ଗୁପ୍ତା ଓରଫ ମୋନାଲିସା ଭଗତ, ଗଣେଶଘାଟର ଚଗୁଲି ଓରଫ ଜଗନ୍ନାଥ ସାମଲ ଓ ମଙ୍ଗଳାବାଗ ଘାସିଆ ସାହିରେ ରହୁଥିବା ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର କାର ଚାଳକ ତାରା ଓରଫ ତାରାକ ଘୋଷ। ସେମାନଙ୍କଠାରୁ ଜାଲ୍‌ ଆଧାର କାର୍ଡ, ଜାଲ୍‌ ଜମିପଟ୍ଟା ଓ ଏଗ୍ରିମେଣ୍ଟ ଆଦି ପୋଲିସ ଜବତ କରିଛି।
ପୋଲିସ ସୂଚନା ମୁତାବକ, କିଛିଦିନ ପୂର୍ବରୁ ସାହେବଜାଦା ବଜାରର ରବୀନ୍ଦ୍ର ସାହୁଙ୍କ ସହିତ ଚଗୁଲିଙ୍କ ଭେଟ ହୋଇଥିଲା। ଜଣେ ମହିଳା କମ୍‌ ଦାମ୍‌ରେ ଭଲ ଜମି ବିକିବେ ବୋଲି ଚଗୁଲି ସେଠାରେ ରବୀନ୍ଦ୍ରଙ୍କୁ କହିଥିଲେ। ଏଥିରେ ରବୀନ୍ଦ୍ର ରାଜିହୋଇଥିଲେ। ଦିନେ ଚଗୁଲି କାରରେ ରବୀନ୍ଦ୍ରଙ୍କୁ ନେଇ ଏକ ଜମି ପାଖରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଜମି ମାଲିକ ଭାବେ ମୋନାଲିସା ଉପସ୍ଥିତ ଥିଲେ। ତେବେ ମୋନାଲିସା ନିଜର ଅସଲ ପରିଚୟ ଲୁଚାଇ ଜମିର ପ୍ରକୃତ ମାଲିକ ଅଳକା ସେନ୍‌ଗୁପ୍ତା ଭାବେ ପରିଚୟ ଦେଲେ। ରବୀନ୍ଦ୍ରଙ୍କର ଜମି ପସନ୍ଦ ହେବା ପରେ ୧୦ ଲକ୍ଷ ଟଙ୍କା ଅଗ୍ରିମ ଦେଇ ଏଗ୍ରିମେଣ୍ଟ କରିବାକୁ କୁହାଗଲା। ଏହାପରେ ମୋନାଲିସା ଜମିର ପ୍ରକୃତ ମାଲିକ ଅଳକାଙ୍କ ନଁାରେ ଏକ ଜାଲ୍‌ ଜମି କବଲା, ଜାଲ୍‌ ଆଧାର କାର୍ଡ ଆଣି ୧୦ ଲକ୍ଷ ଟଙ୍କା ନେଇ କୋର୍ଟ କାଗଜରେ ଏଗ୍ରିମେଣ୍ଟ କରିଦେଲେ। କିଛି ମାସ ପରେ ବାକି ଅର୍ଥ ପଇଠ କରି ଜମି ପଞ୍ଜୀକରଣ କରିବାକୁ ରବୀନ୍ଦ୍ର ଚାହିଁବାରୁ ମୋନାଲିସା ଓ ଚଗଲି ଧରାଛୁଅଁା ଦେଲେନାହିଁି। ରବୀନ୍ଦ୍ରଙ୍କର ସନ୍ଦେହ ହେବାରୁ ସେ ସବୁ କାଗଜପତ୍ର ପୁନଃ ଯାଞ୍ଚ କରିବାରୁ ସେଗୁଡିକ ଜାଲ୍‌ ବୋଲି ଜଣାପଡିଲା। ଏ ନେଇ ସେ ଗତ ଏପ୍ରିଲରେ ଲାଲବାଗ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri