Posted inଜାତୀୟ

୩.୬ ଲକ୍ଷ ଥର ସାଇବର ଆକ୍ରମଣ

ନୂଆଦିଲ୍ଲୀ, ୨୪।୪: ସମସ୍ତ ବ୍ୟବସ୍ଥାର ଡିଜିଟାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସାଇବର ଅପରାଧୀଙ୍କ ଆକ୍ରମଣ ବଢ଼ୁଛି। ଅପରାଧୀମାନେ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରି ତଥ୍ୟ ହାସଲ ସହ ରାନ୍‌ସମ୍‌ ଦାବି କରୁଛନ୍ତି। ଗତ ଏପ୍ରିଲ ୧୩ରେ ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଥିଲା। ଏହାକୁ ଗତ କିଛି ବର୍ଷ ମଧ୍ୟରେ ସବୁଠୁ ବଡ଼ ସାଇବର ଆଟାକ୍‌ କୁହାଯାଉଥିବାବେଳେ ୨୦୨୧ ଅକ୍ଟୋବରରୁ ଚଳିତ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ହ୍ୟାକର୍ସମାନେ କ୍ରମାଗତ ଭାବେ ତେଲ କମ୍ପାନୀଗୁଡ଼ିକୁ ଟାର୍ଗେଟ କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ୭ ମାସରେ ସାଇବର ଅପରାଧୀମାନେ ଥରେ କି ଦୁଇଥର ନୁହେଁ ୩,୬୦,୦୦୦ ଥର ଭାରତୀୟ ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଆକ୍ରମଣ କରିଥିବା ସାଇବର ପିସ୍‌ ଫାଉଣ୍ଡେଶନର ପକ୍ଷରୁ କୁହାଯାଇଛି।
ଅକ୍ଟୋବରରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ଗୋଇନ୍ଦା ସେନ୍ସର ଦ୍ୱାରା ଇଣ୍ଡିଆନ୍‌ ଅଏଲ୍‌ କମ୍ପାନୀଗୁଡ଼ିକ ଉପରେ ହୋଇଥିବା ସାଇବର ଆକ୍ରମଣର ବିଶ୍ଳେଷଣ କରାଯାଇଥିଲା। ହ୍ୟାକର୍ସମାନେ କେବଳ ଗତ ଫେବୃୟାରୀରେ ୧୯,୩୪୨ ଥର କମ୍ପାନୀ ଓ୍ବେବ୍‌ସାଇଟଗୁଡ଼ିକୁ ଟାଗେର୍ଟ କରିଥିବା ଜଣାଯାଇଛି, ଯାହାକି ଏହି ସମୟ ମଧ୍ୟରେ ସର୍ବନିମ୍ନ। କେବଳ ଅକ୍ଟୋବରରେ ସର୍ବାଧିକ ୧,୧୭,୦୦୦ ଥର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ପ୍ରମୁଖ କମ୍ପାନୀ ତଥା ପ୍ରତିଷ୍ଠାନ ଉପରେ ସାଇବର ଆକ୍ରମଣ ବିପଦ ରହୁଥିବା ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେବେ କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ହ୍ୟାକର୍ସମାନେ ସକ୍ରିୟ ଅଛନ୍ତି। ସେହିପରି ଗ୍ରୀଡ୍‌ କଣ୍ଟ୍ରୋଲ କରି ବିଦ୍ୟୁତ୍‌ ଯୋଗାଣ ଦାୟିତ୍ୱରେ ଥିବା ୭ ଇଣ୍ଡିଆନ୍‌ ଷ୍ଟେଟ୍‌ ଲୋଡ୍‌ ଡେସ୍‌ପ୍ୟାଚ୍‌ ସେଣ୍ଟର (ଏସ୍‌ଏଲ୍‌ଡିସି)କୁ ମଧ୍ୟ ଟାର୍ଗେଟ କରାଯିବାର ଆଶଙ୍କା ରହିଛି। ଏହି ଗ୍ରୀଡ଼ଗୁଡ଼ିକ ଭାରତ-ଚାଇନା ସୀମା ନିକଟରେ ରହିଛି। ଗତ ବର୍ଷ ଭାରତର ପାଓ୍ବାରଗ୍ରୀଡ୍‌କୁ ଚାଇନା ସମର୍ଥତ୍ତ ହ୍ୟାକର୍ସ ଗ୍ରୁପ୍‌ ଟାର୍ଗେଟ କରିଥିବା ସାଇବର ପିସ୍‌ ଫାଉଣ୍ଡେଶନ କହିଛି।
ଫାର୍ମ ପାଲୋ ଅଲ୍‌ଟୋ ନେଟ୍‌ଓ୍ବର୍କ ଚଳିତ ମାସରେ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ, ଭାରତର ବିଭିନ୍ନ ପ୍ରତିଷ୍ଠାନ ଉପରେ ୨୦୨୧ରେ ସାଇବର ଆକ୍ରମଣ ୨୧୮ % ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣ ଦୈନିକ ପରିଚାଳନାକୁ ଦୁର୍ବଳ କରିବା ସହ ତଥ୍ୟ ଚୋରି, ଆର୍ଥିକ ହାନି ଆଦି ପୁନରୁଦ୍ଧାର ନିମନ୍ତେ ଖର୍ଚ୍ଚ ବୃଦ୍ଧି କରୁଛି। ୨୦୧୦ରେ ଆମେରିକା ଏବଂ ଇସ୍ରାଏଲ ଇରାନର ନାଟାଞ୍ଜ ସ୍ଥିତ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଷ୍ଟକ୍ସନେଟ୍‌ ଭାଇରସ୍‌ ଦ୍ୱାରା ସାଇବର ଆକ୍ରମଣ କରି ଏହାର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ପଥଚ୍ୟୁତ କରିବାକୁ ଉଦ୍ୟମ କରିଥିଲେ। ଏହା ପରଠାରୁ ଅନେକ ଦେଶ ସାଇବର ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri