ମିଳିଲାଣି ୩.୫ କୋଟିର ସମ୍ପତ୍ତି, ଚାଲିଛି ଖୋଜା

ଭୁବନେଶ୍ୱର, (ବ୍ୟୁରୋ)/ ରଣପୁର,୧୬ା୧୨(ସ୍ବ.ପ୍ର.):ପୋଲିସ ବିଭାଗରେ କେତେଜଣ ଅଧିକାରୀ ଲାଞ୍ଚ କାରବାର କରି କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ବିଗତ ଦିନରେ ଭିଜିଲାନ୍ସ ଏକାଧିକ ପୋଲିସ କର୍ମଚାରୀଙ୍କୁ ଧରିବା ପରେ ସେମାନଙ୍କର ଅମାପ ସମ୍ପତ୍ତି ପଦାକୁ ଆସିଛି। ଗୁରୁବାର ଟୁଇନ୍‌ ସିଟି କମିଶନରେଟ ପୋଲିସର ଭୁବନେଶ୍ୱର ତମାଣ୍ଡୋ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଅଭିମନ୍ୟୁ ଚୌଧୁରୀଙ୍କ କାର୍ଯ୍ୟାଳୟ ଏବଂ ଘର ସମେତ ନୟାଗଡ଼ ଓ ଭୁବନେଶ୍ୱରର ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୩ଜଣ ଡିଏସ୍‌ପି, ୧୧ଜଣ ଇନ୍ସପେକ୍ଟର, ୬ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ୟୁନିଟ-୧୮ ପାଇକନଗରସ୍ଥିତ ପ୍ଲଟ ନଂ. ୩୬୧/୯୦୧ରେ ସବ୍‌ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀଙ୍କ ୧୦ ହଜାର ସ୍କୋୟାର ଫୁଟରେ ଥିବା ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୪ ମହଲା କୋଠା ଠାବ ହୋଇଛି। ଏହି କୋଠାରେ ୨୯ଟି ରୁମ୍‌ ଥିବା ବେଳେ ୨୫ଟି ରୁମ୍‌କୁ ଭଡ଼ାରେ ଲଗାଯାଇଛି। ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ତାଳକଣି ପଞ୍ଚାୟତ ନଛିପୁର ପୈତୃକ ଗାଁରେ ୬.୨୨ ଲକ୍ଷ ଟଙ୍କାର ଏକ ମହଲା କୋଠା ଠାବ ହୋଇଛି। ଭିଜିଲାନ୍ସର ଟେକ୍‌ନିକାଲ୍‌ ଓ୍ବିଙ୍ଗ୍‌ ପକ୍ଷରୁ ଏସବୁର ପ୍ରକୃତ ମୂଲ୍ୟ ହିସାବ କରାଯାଉଛି। ସେହିପରି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୭ଟି ପ୍ଲଟ ଓ ନୟାଗଡ଼ ନଛିପୁରରେ ଗୋଟଏ ପ୍ଲଟ ଠାବ ହୋଇଛି। ଏହି ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜଣାପଡ଼ି ନ ଥିଲେ ମଧ୍ୟ କବଲାରେ ଉଲ୍ଲେଖ ମୂଲ୍ୟ ଅନୁସାରେ ୯୦ ଲକ୍ଷ ଟଙ୍କା ହେବ। ତେବେ କବଲା ହେବା ସମୟରେ କମ୍‌ ମୂଲ୍ୟ ଦର୍ଶାଯାଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ତାଙ୍କ ଘରୁ ୧୫.୯୦ ଲକ୍ଷର ସୁନା ଓ ରୁପା ଅଳଙ୍କାର ଏବଂ ଘରୋଇ ସାମଗ୍ରୀ, ୧.୮୯ ଲକ୍ଷ ଟଙ୍କାର ୩ଟି ବାଇକ୍‌, ୬.୯୫ ଲକ୍ଷର ଗୋଟିଏ ଚାରିଚକିଆ ଯାନ, ନଗଦ ୧.୭୫ ଲକ୍ଷ ଟଙ୍କା ଏବଂ ବିଭିନ୍ନ ବ୍ୟାଙ୍କରେ ୭୮.୮୦ ଲକ୍ଷ ଟଙ୍କା ଜମାରାଶି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩.୫ କୋଟିରୁ ଉର୍ଦ୍ଧ୍ୱ କୋଟି ହେବ। ଏହି ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ କେତେ ଗୁଣ ଅଧିକ ସେନେଇ ଯାଞ୍ଚ ଚାଲିଛି। ଅଭିମନ୍ୟୁଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ଘରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତେବେ ଜଣେ ଏସ୍‌ଆଇଙ୍କ ଏତେ ପରିମାଣର ସମ୍ପତ୍ତି ଠାବ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ଅଭିମନ୍ୟୁ ୧୯୮୯ରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ। ୨୦୦୯ରୁ ସେ ଏଏସ୍‌ଆଇକୁ ପଦନ୍ନୋତି ପାଇ ୨୦୨୧ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ଥାନାରେ କାର୍ଯ୍ୟ କରିଥିଲେ। ୨୦୨୧ରେ ସେ ଏସ୍‌ଆଇକୁ ପଦନ୍ନୋତି ପାଇ ତମାଣ୍ଡୋ ଥାନାରେ ଥିଲେ। ୪ ବର୍ଷ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ତେବେ ତାଙ୍କ ନାମରେ କିଛିଦିନ ହେଲା ମାଳ ମାଳ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କୁ ସ୍କାନରରେ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri