କଚ୍ଚାଘରେ ୩.୪୭ ଲକ୍ଷ ସହରବାସୀ

ଯାଜପୁର ଅଫିସ,୧୯ା୭:ରାଜ୍ୟର ସହରାଞ୍ଚଳରେ ୪,୫୧,୪୯୩ ପକ୍କାଘର କିମ୍ବା ନିଜସ୍ବ ଗୃହ ନ ଥିବା ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହି ପରିବାରମାନଙ୍କ ମଧ୍ୟରୁ ବେସିକ ସର୍ଭିସ ଟୁ ଅର୍ବାନ ପୁଅର୍‌ (ବିଏସ୍‌ୟୁପି) ଯୋଜନାରେ ୧୭୭୮, ଇଣ୍ଟିଗ୍ରେଟେଡ୍‌ ହାଉସିଂ ଆଣ୍ଡ ସ୍ଲମ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ(ଆଇଏଚ୍‌ଏସ୍‌ଡିପି)ରେ ୧୧,୨୯୬, ରାଜୀବ ଆବାସ ଯୋଜନା (ଆର୍‌ଏଓ୍ବାଇ)ରେ ୫,୨୪୧, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ୮୫,୩୩୨ ଘର ଆଦିକୁ ମିଶାଇ ମୋଟ ୧,୦୩,୬୪୭ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ୍‌ ଏଯାଏ ୩,୪୭,୮୪୬ ସହରବାସୀ କଚ୍ଚାଘରେ ଜୀବନ ବିତାଉଛନ୍ତି। ଚଳିତ ବିଧାନସଭାରେ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ତାରାପ୍ରସାଦ ବାହିନୀପତି ଓ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତରରୁ ଏହି ତଥ୍ୟ ମିଳିଛି। ଏଥିରୁ ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇଦେବା ଲକ୍ଷ୍ୟ ବିଫଳ ହୋଇଥିବା ସ୍ପଷ୍ଟ ହେଉଛି। ୨୦୨୧ ସୁଦ୍ଧା ସହରାଞ୍ଚଳରେ ସମସ୍ତ ଝୁମ୍ପୁଡିବାସୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ଦିଆଯାଇଥିବା ପ୍ରତିଶ୍ରୁତି ଏଠାରେ ଫମ୍ପା ମାଠିଆ ସଦୃଶ ହୋଇଛି। ଏହାବାଦ୍‌ ବାସଗୃହ ଯୋଗାଇ ଦେବାରେ କେତେକ ସହରାଞ୍ଚଳରେ ବ୍ୟାପକ ଅନିୟମିତତା ହେଉଥିବା ସହ ହାତଗୁଞ୍ଜା ନଦେଲେ ଘର ମିଳୁ ନ ଥିବା ଅଭିଯୋଗ ହୋଇଛି। ଜାଗା ମିଶନ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଅଧିକାଂଶ ସହରରେ ସରକାରୀ ଜମି ଜବରଦଖଲ ଅଣାୟତ୍ତ ହୋଇଛି।
ସହରର ସୌନ୍ଦର୍ଯ୍ୟ ବଢ଼େଇବା ସହ ଝୁମ୍ପୁଡିବାସୀଙ୍କ ମଧ୍ୟରେ ସହରୀ ଛାପ ପକାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୯ରୁ ବିଭିନ୍ନ ଗୃହ ନିର୍ମାଣ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ବିଏସ୍‌ୟୁପିରେ ୧,୭୭୮ଟି ଗୃହ ଯୋଗାଇ ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱର ଓ ପୁରୀ ସହରାଞ୍ଚଳକୁ ସାମିଲ କରାଯାଇ ୪୬.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୨୦୦୯ରୁ ୨୦୧୫ ମଧ୍ୟରେ ଆଇଏଚ୍‌ଏସ୍‌ଡିପିରେ ୧୧,୨୯୬ ଘର ଯୋଗାଇ ଦିଆଯାଇଥିବାବେଳେ ଏଥିରେ ୧୭୧.୭୨ କୋଟି ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଅନୁଗୋଳ, ତାଳଚେର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ପାଟଣାଗଡ଼, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଯାଜପୁର, ବ୍ୟାସନଗର, ବ୍ରଜରାଜନଗର, ଝାରସୁଗୁଡା, ଭବାନୀପାଟଣା, କେନ୍ଦ୍ରାପଡ଼ା, ଜଟଣୀ, ଖୋର୍ଦ୍ଧା, ଯୋଡ଼ା, ଜୟପୁର, ମାଲକାନଗିରି, ବାରିପଦା, ନୟାଗଡ଼, ନବରଙ୍ଗପୁର, ଖରିଆର ରୋଡ୍‌, ଫୁଲବାଣୀ, ସମ୍ବଲପୁର, କୁଚିଣ୍ଡା, ସୋନପୁର, ବୀରମିତ୍ରପୁର, ରାଉରକେଲା, ବୌଦ୍ଧଗଡ଼ ଓ ଜଗତ୍‌ସିଂହପୁର ସହରାଞ୍ଚଳକୁ ସାମିଲ କରାଯାଇଥିଲା। ୨୦୧୩ ରୁ ୨୦୨୨ ମଧ୍ୟରେ ରାଜୀବ ଆବାସ ଯୋଜନାରେ ୫୨୪୧ ବାସଗୃହ ଯୋଗାଇ ଦିଆଯାଇଥିବାବେଳେ ୩୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ଜିଲାକୁ ସାମିଲ କରାଯାଇଛି। ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୩୦ ଜିଲାରେ ୮୫,୩୩୨ ବାସଗୃହ ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଇଛି। ଏଥିପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଉପରୋକ୍ତ ସମସ୍ତ ଯୋଜନାରେ ୨,୧୫,୭୫୭ ଘର ମଞ୍ଜୁର ହୋଇଛି। ଅବଶିଷ୍ଟ ପରିବାରମାନଙ୍କୁ ୨୦୨୩-୨୪ ସୁଦ୍ଧା ଯୋଗ୍ୟତା ଭିତ୍ତିରେ ବାସଗୃହ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗାଇଡ୍‌ଲାଇନ୍‌ ଅନୁଯାୟୀ ଓପନ ଟେଣ୍ଡର ମାଧ୍ୟମରେ ଏଜେନ୍ସି ଦ୍ୱାରା ୫ ଜଣ ରାଜ୍ୟସ୍ତରୀୟ କନସଲଟାଣ୍ଟ ଏବଂ ୭୨ ଜଣ ସହରୀସ୍ତରୀୟ କନସଲଟାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସ୍ତରୀୟ କନସଲଟାଣ୍ଟମାନଙ୍କୁ ୧,୦୩,୯୯୯ ଟଙ୍କା ଏବଂ ସହରୀସ୍ତରୀୟ କନସଲଟାଣ୍ଟମାନଙ୍କୁ ୩୫୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ତଥାପି ସହରରେ ବହୁ ଲୋକଙ୍କୁ ମୁଣ୍ଡ ଗୁଞ୍ଚିବାକୁ ପକ୍କା ଘର ନ ଥିବା ବିଡମ୍ବନା ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ଜାଗା ମିଶନ ଜରିଆରେ ୧ ଲକ୍ଷ ୭୫ ହଜାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୫ ହଜାର ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ହେଲେ ଏହି ଜାଗା ମିଶନ ବିଭିନ୍ନ ସହରରେ ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି। ଏଠାରେ ଯାଜପୁର ଜିଲା ବ୍ୟାସନଗର ସହରକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଯୋଜନା କାର୍ଯ୍ୟକାରୀ ହେଉ ନ ଥିବାରୁ ସରକାରୀ ତଥା ଶିକ୍ଷାନୁଷ୍ଠାନ ଜମି ଜବରଦଖଲ କରୁଛନ୍ତି। ଏନ୍‌ସି ହାଇସ୍କଲ ପଡିଆ ଏଥିପାଇଁ ଖୋଲା ଶୌଚାଳୟ ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବିଘ୍ନ ଘଟୁଥିବା ଅଭିଯୋଗ ହୋଇ ଆସୁଛି। ତେବେ ଗରିବ ଲୋକଙ୍କ ସରଳତାର ସୁଯୋଗ ନେଇ ବାସଗୃହ ଯୋଗାଇଦେବାରେ ବହୁ ଚଞ୍ଚକତା କରି ବ୍ୟାପକ ଅନିୟମିତତା ହୋଇଥିବା ପୂର୍ବରୁ ନଜିର ରହିଛି। ରାଜୀବ ଆବାସ ଯୋଜନାରେ ଯାଜପୁର ପୌରାଞ୍ଚଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୨୦୧୮ ଜୁଲାଇରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ରିପୋର୍ଟରେ ହିତାଧିକାରୀ ଚୟନରେ ପାତରଅନ୍ତର ଏବଂ ଆବଣ୍ଟିତ ଅନୁଦାନ ଉଦ୍ଦେଶ୍ୟ ବିହୀନ ଭାବେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri