ଅଟୋ ଶିଳ୍ପରେ ଚାକିରି ହରାଇଛନ୍ତି ୩.୪୫ ଲକ୍ଷ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାଦ୍ୱାରା ଦେଶର ଅଟୋମୋବାଇଲ ଶିଳ୍ପରେ ୩.୪୫ ଲକ୍ଷ ନିଯୁକ୍ତି ହରାଇଛନ୍ତି। ସେହିଭଳି ଲକ୍‌ଡାଉନରେ ଅଟୋ କମ୍ପାନୀଗୁଡିକର ଦୈନିକ କ୍ଷତି ୨୩୦୦ କୋଟି ଟଙ୍କା ରହିଥିବା ପାର୍ଲାମେଣ୍ଟ କମିଟି ରିପୋର୍ଟରୁ ସାମ୍ନାକୁ ଆସିଛି। ସଂସଦୀୟ କମିଟି ଏହି ରିପୋର୍ଟକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ପ୍ରଦାନ କରିଛି। ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) ଏମ୍‌ପି କେଶବ ରାଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଥିଲା। ଅଟୋମୋବାଇଲ ଶିଳ୍ପରେ ସୁଧାର ଆଣିବା ଲାଗି କମିଟି କେତେକ ପ୍ରସ୍ତାବ ରଖିଛି। ଜମି ଏବଂ ଶ୍ରମ ଆଇନ ସଂଶୋଧନ ଭଳି ପ୍ରସ୍ତାବ ଏହା ମଧ୍ୟରେ ସାମିଲ ହୋଇଛି। ଚାହିଦା ଏବଂ କମ୍ପାନୀଗୁଡିକର ଗାଡି ବିକ୍ରି କମିବା ଯୋଗୁ ଓରିଜିନାଲ ଇକ୍ୱିପମେଣ୍ଟ ନିର୍ମାତା(ଓଇଏମ୍‌)ଗୁଡିକ ୧୮ରୁ ୨୦% ଉତ୍ପାଦନ ହ୍ରାସ କରିଥିଲେ। ଏହି କାରଣ ଯୋଗୁ ଅନେକଙ୍କୁ ଚାକିରି ହରାଇବାକୁ ପଡିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମଧ୍ୟ ପ୍ରଭାବିତ ହୋଇ ରହିଛି। ସମସ୍ୟା ଯୋଗୁ ୨୮୬ ଅଟୋମୋବାଇଲ ଡିଲରଶିପ ବନ୍ଦ ହୋଇଯାଇଛି। ଅଟୋ ସେକ୍ଟରର ଉତ୍ପାଦନ କମିବା ଯୋଗୁ ଅଟୋ ଯନ୍ତ୍ରାଂଶ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଅଟୋ ପାର୍ଟସ ପ୍ରସ୍ତୁତ କରୁଥିବା ଏମ୍‌ଏସ୍‌ଏମ୍‌ଇ ସଙ୍କଟ ମଧ୍ୟକୁ ଚାଲିଯାଇଛନ୍ତି। ଉତ୍ପାଦନ କମିବା ଯୋଗୁ କମ୍ପାନୀଙ୍କୁ ଦୈନିକ ୨୩୦୦ କୋଟି କ୍ଷତି ସହିବାକୁ ପଡିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ୨ ବର୍ଷ ଯାଏ ଅଟୋ ମୋବାଇଲ ଶିଳ୍ପ ପ୍ରଭାବିତ ହୋଇ ରହିବା ନେଇ ଅନୁମାନ କରାଯାଇଛି। ଫଳରେ ଏହି କ୍ଷେତ୍ର ଭାଲ୍ୟୁ ଚେନ୍‌ ଉପଯୋଗ କ୍ଷମତା କମିବ। ଏହାବାଦ କ୍ୟାପେକ୍ସ ନିବେଶ କମିବ। ସେହିଭଳି ଦେବାଳିଆ ଘଟଣା ବଢିବା ସହ ନିଯୁକ୍ତି ହ୍ରାସ ଧାରା ଜାରି ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଅଟୋ ଶିଳ୍ପର ଚାହିଦା ବଢାଇବା ଲାଗି ଜିଏସ୍‌ଟି କମାଇବା ଏବଂ ଋଣ ପ୍ରଦାନରେ ବିଭିନ୍ନ କୋହଳ ନୀତି ଆପଣାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri