ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ

ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍‌ଲାଇନ ଆପ୍‌ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍‌ ନମ୍ବରକୁ କେହି ଜଣେ ଠକ ଫୋନ୍‌ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ ଘର ଭଡ଼ାରେ ନେବାକୁ କହି ଅଗ୍ରିମ ଟଙ୍କା ଦେବା ପରିବର୍ତ୍ତେ ଘର ମାଲିକ କେ. ରୋହିତଙ୍କଠାରୁ ଓଲଟା ୩ ଲକ୍ଷ ୪୪ ହଜାର ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଜାଣିବା ପରେ ଘର ମାଲିକ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ନଂ.୪୭/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ରଙ୍ଗୁଣୀବନ୍ଧ ସାହିର କେ.ରୋହିତ ଏହି ଅଭିଯୋଗ କରିଛନ୍ତି। ଓଏଲ୍‌ଏକ୍ସରେ ଘର ଭଡ଼ା ପାଇଁ ଦେଇଥିବା ମୋବାଇଲ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ରଙ୍ଗେଇଲୁଣ୍ଡା ଆର୍ମି ଏଡି କଲେଜକୁ ତାଙ୍କର ବଦଳି ହୋଇଥିବାରୁ ସେ ଘର ଭଡ଼ା ନେବାକୁ ଚାହୁଁଥିବା କହିଥିଲେ। ମାଲିକ ଜଣକ ତାଙ୍କୁ ଘର ଦେଖି ଆସିବା ପାଇଁ କହିଥିଲେ। କିନ୍ତୁ ସେ ବିଜ୍ଞାପନରେ ଦେଖିଥିବା ଘର ଫଟୋ ଦେଖି ସନ୍ତୁଷ୍ଟ ଥିବା କହିଥିଲେ। ଏହାପରେ ମୋତେ ସେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ କେୱାଇସି ଡିଟେଲ୍‌ ପଠାଇବାକୁ କହିଥିଲେ। ଇଣ୍ଡିଆନ୍‌ ଆର୍ମିର ବ୍ୟବସ୍ଥା ମୁତାବକ କୁଆଡ଼େ ସେସବୁ ଅଫିସରେ ଦାଖଲ କଲାପରେ ଯାଇ ସାଧାରଣ ଲୋକଙ୍କ ସହ ଅର୍ଥ ନେଣଦେଣ କରିପାରିବେ ବୋଲି କହିଥିଲେ। ଏହି କଥାକୁ ବିଶ୍ୱାସ କରି ସମସ୍ତ ବ୍ୟାଙ୍କ ଡିଟେଲ୍ସ ତାଙ୍କୁ ଦେଇଥିଲେ। ପରେ ତାଙ୍କ କହିବା ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧ଟଙ୍କା ତାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ଟ୍ରାନ୍ସଫର୍‌ କରିଥିଲେ। ତା’ପରେ ୯୯୯୯ ଟଙ୍କା ପଠାଇଲେ ୨୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କହିଥିଲେ। ସେତିକି ପରିମାଣର ଟଙ୍କା ପଠାଇବା ପରେ ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ଜାରି ରହିଛି, ତେଣୁ ୧୦ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏଭଳି ସେ ବିଭିନ୍ନ ବାହାନା କରି ୯ଥରରେ ମୋଟ ୩ ଲକ୍ଷ ୪୪ ହଜାର ଟଙ୍କା ମାଗି ନେଇଥିଲେ। ପୁଣି ଶେଷଥର ପାଇଁ ୯୯,୫୦୦ ଟଙ୍କା ମାଗିବାରୁ ଘର ମାଲିକ ମନାକରି ଦେଇଥିଲେ। ତଥାପି ସେ ବାଧ୍ୟ କରିଥିଲେ, ଉପରୋକ୍ତ ଟଙ୍କା ଜମା କଲେ ପୂର୍ବରୁ ଡିପୋଜିଟ୍‌ କରିଥିବା ସମସ୍ତ ଟଙ୍କା ପେରସ୍ତ ଆସିଯିବ ବୋଲି। ନଚେତ୍‌ ୭-୧୦ ଦିନ ମଧ୍ୟରେ ଚେକ୍‌ ଆସିବ ବୋଲି କହିଥିଲେ। ତେବେ ସେତେବେଳକୁ ଘର ମାଲିକ ଜଣକ ଠକ ହାବୁଡ଼ରେ ପଡ଼ି ଯାଇଥିବା ଅନୁଭବ କରି ମନାକରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri