ଡାକ୍ତରଙ୍କ ବ୍ୟାଙ୍କ ଖାତାରୁ ୩.୨୫ଲକ୍ଷ ଲୁଟ୍‌

ବ୍ରହ୍ମପୁର ଅଫିସ,୧୧ା୧୦:ଜଣେ ଡାକ୍ତର ସାଇବର ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜପତି ଜିଲା ଆର୍‌.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସର୍ଜରି ବିଭାଗର ଡା.ଲକ୍ଷ୍ମୀକାନ୍ତ ଚାନ୍ଦ। ଗତ ଶନିବାର ତାଙ୍କ ଏସ୍‌ବିଆଇ ଆକାଉଣ୍ଟ ଜମାଖାତାରୁ ଅନ୍‌ଲାଇନ୍‌ରେ ପ୍ରାୟ ୩.୨୫ଲକ୍ଷ ଟଙ୍କା କେହି ଦୁର୍ବୃତ୍ତ ଲୁଟି ନେବା ସମ୍ପର୍କରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ସେ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଡା.ଚାନ୍ଦଙ୍କ ମୋବାଇଲକୁ ବାରମ୍ବାର ୟୋନୋ ହୋମ୍‌ପେଜ୍‌ର ଏକ ମେସେଜ୍‌ ଆସିଥିଲା। ସେ ଏହାକୁ କ୍ଲିକ୍‌ କରି ଦେଖିବାରୁ ଅପ୍‌ଡେଟ୍‌ ପାଇଁ ୟୁଜର ଆଇଡି ଏବଂ ପାସ୍‌ୱାର୍ଡ ପଠାଇବାକୁ ନିର୍ଦ୍ଦେଶ ଥିଲା। ଏହାକୁ ସେ ସତ ଭାବି ନିଜର ଆଇଡି ଏବଂ ପାସ୍‌ୱାର୍ଡ ଦେବା ପରେ ଆସିଥିବା ଓଟିପିକୁ ମଧ୍ୟ ପଠାଇ ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୨,୯୯,୯୯୯ଟଙ୍କା ଏବଂ ଦ୍ୱିତୀୟ ଥର ୨୪,୯୮୭ଟଙ୍କା ଏଭଳି ମୋଟ ୩ଲକ୍ଷ ୨୪ହଜାର ୯୮୬ଟଙ୍କା ଟଙ୍କା କଟିଯାଇଥିଲା। ତାଙ୍କ ଏସ୍‌ବିଆଇ ଜମା ଖାତାରେ କେବଳ ବଳକା ୪ହଜାର ଟଙ୍କା ରହିଥିଲା। ଏଥିରୁ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ସାଇବର ଓ ଅର୍ଥନେତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri