ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌। ଆଉ ୨ହଜାର ଟଙ୍କାର ନୋଟ୍‌ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍‌ ଫେରେଇ ନେବା ନେଇ ଶୁକ୍ରବାର ଘୋଷଣା କରିଛି ଆରବିଆଇ। ବର୍ତ୍ତମାନ ପାଇଁ ଏହି ନୋଟ୍‌ ବଜାରରେ ପ୍ରଚଳିତ ହୋଇପାରିବ। ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ନୋଟ୍‌କୁ ବ୍ୟାଙ୍କ୍‌ରେ ଫେରସ୍ତ କରିପାରିବେ। କିନ୍ତୁ ପୂର୍ବଭଳି ଏହି ନୋଟ୍‌ ଆଉ ଛପା ଯିବ ନାହିଁ। ନିକଟସ୍ଥ କୌଣସି ବି ବ୍ୟାଙ୍କ୍‌କୁ ଯାଇ ୨ହଜାର ଟଙ୍କିଆ ନୋଟ୍‌ ଜମା କରିପାରିବେ ବୋଲି ଆରବିଆଇ ସୂଚନା ଦେଇଛି। ଥରକରେ ୨୦ ହଜାର ଟଙ୍କିଆ ନୋଟ୍‌ ଜମା କରିପାରିବେ କିମ୍ବା ବଦଳାଇ ପାରିବେ। ଗ୍ରାହକଙ୍କୁ ୨ ହଜାର ଟଙ୍କା ନ ଦେବାକୁ ବ୍ୟାଙ୍କ୍‌ଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି।

ଆରବିଆଇ କହିଛି ଯେ, କ୍ଲିନ୍‌ ନୋଟ୍‌ ପଲିସି ଅନ୍ତର୍ଗତ ୨ହଜାର ଟଙ୍କିଆ ନୋଟ୍‌ ସର୍କୁଲେଶନ୍‌କୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୨ହଜାର ଟଙ୍କିଆ ନୋଟ୍‌ ଗୋଟିଏ ବି ଛପା ଯାଇ ନାହିଁ। ଅର୍ଥାତ୍‌ ସର୍କୁଲେଶନ୍‌ ପୂର୍ବରୁ ଛାପିବା କମ୍‌ କରିଦିଆ ଯାଇଥିଲା।

କେନ୍ଦ୍ର ସରକାର ୨୦୧୬ରେ ନୋଟବନ୍ଦୀ ନେଇ ବଡ ନିଷ୍ପତ୍ତି ନେଇଥିଲେ। ୮ ନଭେମ୍ବରରେ ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ କରି ଦେଇଥିଲେ। ସେହି ସମୟରେ ୨ହଜାର ପ୍ରଚଳନ କରାଯାଇଥିଲା। । ଏଠାରେ କୁହାଯାଇଥିଲାଯେ,ଏହି ଛୋଟ ନୋଟ୍‌ଗୁଡିକର ସ୍ଥାନ ୨ହଜାର ଟଙ୍କା ନେବ। କିନ୍ତୁ ଏହି କିଛି ବର୍ଷ ମଧ୍ୟରେ ବଜାରରେ ୨ହଜାର ଟଙ୍କାର ନୋଟ୍‌ର ପ୍ରଚଳନ ପୁରା କମି ଯାଇଥିଲା।

ତେବେ ୨ହଜାର ଟଙ୍କା ନୋଟ୍‌ର ପ୍ରଚଳନ ୨୦୧୭-୧୮ରେ ଅଧିକ ଥିଲା। ସେହି ସମୟରେ ୩୩,୬୩୦ଲକ୍ଷ ୨ହଜାର ଟଙ୍କିଆ ନୋଟ୍‌ର ସର୍କୁଲେଶନ ହୋଇଥିଲା। ଗତ ଦୁଇବର୍ଷ ମଧ୍ୟରେ ଗୋଟିଏ ବି ୨ହଜାର ଟଙ୍କିଆ ନୋଟ୍‌ ଛପା ହୋଇ ନାହିଁ ବୋଲି ୨୦୨୧ରେ ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri