ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ ଏପି’ର ୨ୟ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଏପିଜେ ଅବଦୁଲ କଲାମ ଅଡିଟୋରିୟମ୍‌ ପରିସରରେ ଉକ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ.ରାଧାକ୍ରିଷ୍ଣନ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ଭିଜନ୍‌ ଇଣ୍ଡିଆ-୨୦୪୭ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ତଥା ଏମ୍‌ପି ଡ. ଟି.ଆର.ପ୍ୟାରୀଭେନ୍ଦର କୃତୀ ସ୍ନାତକ ଏବଂ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେହିଭଳି ବିଶ୍ୱବିଦ୍ୟାଳୟର ପ୍ରୋ-କୁଳପତି ଡ. ପି. ସତ୍ୟନାରାୟଣନ୍‌ ସ୍ବାଗତ ଅଭିଭାଷଣ ଦେଇଥିବାବେଳେ କୁଳପତି ପ୍ରଫେସର ମନୋଜ କେ ଆରୋରା ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ୨ୟ ସମାବର୍ତ୍ତନ ଉତ୍ସବରେ ମୋଟ ୧,୧୫୩ ଛାତ୍ର ଯଥା ବିବିଏ, ବିଏ, ବିଏସ୍‌ସି, ଏମ୍‌ବିଏ ଏବଂ ପିଏଚ୍‌ଡି ପ୍ରୋଗ୍ରାମଧାରୀଙ୍କୁ ପୁରସ୍କାର, ଡିଗ୍ରୀ ଏବଂ ପଦକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଡ.ଏସ. ଚନ୍ଦ୍ରଶେଖରଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ଏବଂ ଏକାଡେମିକ୍‌ ବୋର୍ଡର ସଦସ୍ୟ ପରିଷଦଙ୍କ ସମେତ ପ୍ରୋ ଚାନସେଲର ପ୍ରଫେସର ଡି ନାରାୟଣ ରାଓ, ରେଜିଷ୍ଟ୍ରାର୍‌ ଡ. ଆର. ପ୍ରେମକୁମାର, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଉପଦେଷ୍ଟା ପ୍ରଫେସର ଭି ଏସ୍‌ ରାଓ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri