ଭାରତ ନିର୍ବାଚନ ଉପରେ ଆମେରିକା, ଚାଇନା ଏବଂ ପାକିସ୍ତାନର ନଜର

ନୂଆଦିଲ୍ଲୀ,୨୮।୩ : ଆଗକୁ ଭାରତରେ ହେବ ଲୋକ ସଭା ନିର୍ବାଚନ। ନିର୍ବାଚନ ଉପରେ ଆମେରିକା, ଚାଇନା ସହିତ ପାକିସ୍ତାନର ନଜର ରହିଛି। ଭାରତରେ କିଭଳି ସରକାର ସ୍ଥାପିତ ହେବ ସେ ନେଇ ଏହି ୩ ଦେଶ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଭାରତ ଦକ୍ଷିଣ ଏସିଆର ଏକ ବୃହତ ବଜାର ଭାବେ ଉଭା ହୋଇଛି। ବିଶ୍ୱ ବ୍ୟାଙ୍କ ଅନୁସାରେ ୨୦୨୫ ବେଳକୁ ଭାରତ ପୃଥିବୀର ତୃତୀୟ ବୃହତମ ବଜାରର ମାନ୍ୟତା ହାସଲ କରିବ। ଆମେରିକା, ଚାଇନା ଓ ପାକିସ୍ତାନ ଭାରତ ସହିତ କାରବାର କରି ବେଶ୍‌ ଲାଭ ସାଉଁଟିଥାନ୍ତି। ତେଣୁ ଭାରତରେ ସ୍ଥିର ସରକାର ହେଲେ କାରବାର ସହିତ ଅନ୍ୟ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପର ସମ୍ଭାବନା ରହିବ। ପାକିସ୍ତାନ ଭାରତ ସହିତ ଉତ୍ତେଜନା ମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲେ ମଧ୍ୟ ୨୦୧୬-୧୭ରେ ଦୁଇ ଦେଶ ମଧ୍ୟରେ ୧୮୨୧ ନିୟୁତ ଡଲାରର କାରବାର ହୋଇଥିଲା। ୨୦୦୬ଠାରୁ ୨୦୧୭ ମଧ୍ୟରେ ୨୦୧୩-୧୪ରେ ଦୁଇ ଦେଶ ମଧ୍ୟରେ ସର୍ବାଧିକ ୨୨୭୪ ନିୟୁତ ଡଲାରର କାରବାର ହୋଇଛି। ଏହି ସମୟ ମଧ୍ୟରେ ଭାରତ ପାକିସ୍ତାନରୁ ୪୨୭ ନିୟୁତ ଡଲାର ଆମଦାନୀ କରିଛି। ଦୁଇ ଦେଶ ମଧ୍ୟରେ ପ୍ଲାଷ୍ଟିକ୍‌, ଡାଏ, କଟନ, ଅର୍ଗାନିକ୍‌ କେମିକାଲସ୍‌, ତେଲ, ନ୍ୟୁକ୍ଲିୟର ରିଆକ୍ଟର, ଖାଦ୍ୟ ସାମଗ୍ରୀ ଆଦି ରହିଛି। ଚାଇନା ଭାରତ ମଧ୍ୟରେ ୪ ହଜାର ୫୬ କିଲୋମିଟରର ଅନ୍ତର୍ଜାତୀୟ ସୀମା ରେଖା ରହିଛି। ଏହା ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ପରିବ୍ୟାପ୍ତ। ବିଭିନ୍ନ ଅନ୍ତର୍ଜାତୀୟ ସମସ୍ୟା ସତ୍ତ୍ୱେ ୨୦୧୮ରେ ଦୁଇଦେଶ ମଧ୍ୟରେ ୨୦୧୭ ତୁଳନାରେ ଅଧିକ କାରବାର ହୋଇଛି। ଏହି ସମୟ ମଧ୍ୟରେ ଭାରତ ଚାଇନାକୁ ୧୮.୧୫୮୪ ବିଲିୟନ୍‌ ଡଲାରର ରପ୍ତାନୀ କରିଥିଲା। ସେହିପରି ଭାରତ ଆମେରିକା ପାଇଁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଆଇଟି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଏକ ବଡ଼ ବଜାର ପାଲଟିଛି। ଗତ ୫ ବର୍ଷ ମଧ୍ୟରେ ଏଥିପାଇଁ ଆମେରିକା ଭାରତର ନିକଟତର ହେବାରେ ଲାଗିଛି। ଭାରତର ନୂଆ ସରକାର ଗଠନ ନେଇ ଏହି ୩ ଦେଶ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିବା ସମୀକ୍ଷକ ମତ ଦେଇଛନ୍ତି।


All Right Reserved By

ଜୁଆଡ଼ିଙ୍କୁ ଧରାଇଲା ସୋସିଆଲ ମିଡିଆ

ଭୁବନେଶ୍ୱର,୫ା୮(ବ୍ୟୁରୋ) : ସୋସିଆଲ ମିଡିଆ ଧରାଇଛି ଅଭିଯୁକ୍ତ। ଜଣେ ବ୍ୟକ୍ତି ନିଜର ଟୁଇଟ୍‌ରରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଭୁବନେଶ୍ୱର ରେଳ ଷ୍ଟେଶନଠାରେ...

ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ...

ଜୀବନକାଳ ମଧ୍ୟରେ ପାଣି କି ବିଜୁଳି ପାଇଲେ ନାହିଁ ଆଦର୍ଶ ମତଦାତା

କୁଲ୍ଲୁ,୫।୮: ହିମାଚଳ ପ୍ରଦେଶର କୁଲୁ ଜିଲାରେ ଥିବା ଶାକ୍ଟି ମରେଡରେ ଆଜି ପର୍ଯ୍ୟନ୍ତ ବିଜୁଳି କି ପାନୀୟ ଜଳର ସୁବିଧା ନାହିଁ। ତେବେ ଗାଁର ବିକାଶକୁ...

ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା: ଜଣ୍ଡିସ୍‌କୁ ଡାକୁଛି ଗୋଳିଆପାଣି

ବ୍ରହ୍ମପୁର ଅଫିସ୍‌,୨୬ା୭- ସ୍ବଚ୍ଛ ପାଣି ଯୋଗାଇବାରେ ଜନସ୍ବାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ଏବେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଦୁଇ ଦିନ ହେଲା ପାଇପ୍‌ରେ କେବଳ ଗୋଳିଆ...

ସରୋଗେସୀ ବିଲ୍‌ ଆଗତ

ନୂଆଦିଲ୍ଲୀ,୧୬ା୭(ପି.ଟି.): ବ୍ୟବସାୟିକ ସରୋଗେସୀକୁ ନିଷିଦ୍ଧ କରିବା ଲାଗି ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିଃସନ୍ତାନ ଦମ୍ପତିଙ୍କ...

ହାଇକୋର୍ଟର ଦ୍ୱାରସ୍ଥ ହେଲେ କପିଲ ମିଶ୍ରା

ନୂଆଦିଲ୍ଲୀ,୬।୮: ଏଏପିର ବିଦ୍ରୋହୀ ତଥା ଅଯୋଗ୍ୟ ଘୋଷିତ ହୋଇଥିବା ନେତା କପିଲ ମିଶ୍ରା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅଯୋଗ୍ୟ ଘୋଷିତ ବିଧାୟକ...

‘ଧରିତ୍ରୀ’ ପ୍ରଭାବ: ଖବର ପ୍ରକାଶନ ପରେ ଲୁଣାବନ୍ଧ ଘାଇ ମରାମତି ଆରମ୍ଭ

କାକଟପୁର,୧୭।୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲୁଣାବନ୍ଧର ଚତୁରା...

ମୋଦି ସରକାରଙ୍କ ବିଦେଶ ନୀତି: ୨ ବର୍ଷରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଗତ ୨ ବର୍ଷ ମଧ୍ୟରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା ଦିଆଯାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *