୨୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ପାଇଁ ରବିବାର ମତଦାନ ଅନୁଷ୍ଠିତ ହେବ। ସ୍ଥାନୀୟ ବିଜେବି ହାଇସ୍କୁଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ଅପରାହ୍ନ ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ୧୧ଟି ଜୋନ୍‌ରେ ୨୨ ଶହ ଭୋଟର ରହିଛନ୍ତି। ସମସ୍ତ ଜୋନ୍‌ରେ ୧୯୯ ଭୋଟର ରହିଥିବା ବେଳେ କେବଳ ୧୫ନଂ. ଜୋନ୍‌ରେ ୨୧୦ ଭୋଟର ରହିଛନ୍ତି। ଏଥିପାଇଁ ୧୧ଟି ବୁଥ୍‌ କରାଯାଇଛି। ପ୍ରତି ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କୁ ମିଶାଇ ମୋଟ୍‌ ୪ଜଣ ନିୟୋଜିତ ରହିବେ। ସିସିଟିଭି ସର୍ଭେଲାନ୍ସରେ ନିର୍ବାଚନ ଆୟୋଜନ କରାଯିବ ବୋଲି ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି। ଭୋଟରମାନେ ଆଧାର କାର୍ଡ ସହ ଭୋଟ ଦେବାକୁ ଆସିବାକୁ ନିବେଦନ କରାଯାଇଛି। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ରହିବେ।
ଜୋନ୍‌ ସଦସ୍ୟ ପାଇଁ ୫୧ ଜଣ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ଜଣଙ୍କର ନାମାଙ୍କନ ନାକଚ ହୋଇଥିଲା। ୪ଜଣ ଅପ୍ରତିଦ୍ୱନ୍ଦ୍ୱୀ ରହିଥିବା ବେଳେ ୧୧ ଜୋନ୍‌ରେ ୨୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ରବିବାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଥିବା ବେଳେ ଭୋଟରଙ୍କ ମତଦାନ କାହା ସପକ୍ଷରେ ଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିର୍ବାଚନ ଦୌଡ଼ରେ ଶାସକ ଦଳ ସମର୍ଥିତ ୧୫ଜଣ ରହିଥିବା ବେଳେ ଭାଜପାରୁ ୫ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜଣାପଡ଼ିଛି। ତେବେ ମୁଖ୍ୟତଃ ବିଜେଡି ଏବଂ ଭାଜପା ମଧ୍ୟରେ ଟକ୍କର ହେବ। ମତଦାନ ହେବାକୁ ଥିବା ୧୧ଟି ଜୋନ୍‌ରେ ବିଜେଡିର ପ୍ରଭାବ ରହିଥିବାରୁ ଶାସକ ଦଳ ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହେବା ଏବଂ ଚଳିତବର୍ଷ କମିଟି ଗଠନ କରିବା ଅଧିକ ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ୬ନଂ. ଜୋନ୍‌ରୁ ପ୍ରସନ୍ନ କୁମାର ଜାଲି, ୭ନଂ. ପଦ୍ମିନୀପ୍ରଭା ଷଡ଼ଙ୍ଗୀ, ୧୦ନଂ. ଜୟଶ୍ରୀ ଗଡ଼ନାୟକ ଏବଂ ୧୪ନଂ. ଜୋନ୍‌ରୁ ଅଭିଷେକ ସିଂସାମନ୍ତ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ୧ନଂ. ଜୋନ୍‌ ପାଇଁ କୃଷ୍ଣଚନ୍ଦ୍ର ବାରିକ, ପ୍ରଶାନ୍ତ କୁମାର ସାହୁ ଓ ସୁଧାଂଶୁ ଶେଖର ବଡ଼ଜେନା ପ୍ରାର୍ଥୀ ରହିଛନ୍ତି। ୨ନଂ.ରେ ପ୍ରକାଶ ଚନ୍ଦ୍ର ରାଉତରାୟ ଓ ସୌରୀ ସାହୁ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ୩ନଂ.ରେ ପବିତ୍ର ମୋହନ ମାଝି ଓ ସ୍ବପ୍ନେଶ୍ୱର ଜୟସିଂ, ୪ନଂ.ରେ ପ୍ରଦୀପ କୁମାର ବାରିକ ଓ ରମେଶ ଶ୍ରୀଚନ୍ଦନ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ୫ନଂ.ଜୋନ୍‌ରେ ୬ଜଣ ପ୍ରାର୍ଥୀ ବସନ୍ତ କୁମାର ସ୍ବାଇଁ, ବିଜୟ କୁମାର ଲେଙ୍କା, ଭି.କାମେଶ୍ୱର ଆଚାରୀ, ରଞ୍ଜନ କୁମାର ଛୋଟରାୟ, ହରିହର ସାହୁ ଓ ହିମାଦ୍ରୀ କୁମାର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ୮ନଂ.ରେ ପ୍ରଶାନ୍ତ କୁମାର ଦାସ ଓ ବିପିନ ବିହାରୀ ପାତ୍ର, ୯ନଂ.ରେ କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରଶାନ୍ତ ଆଦିତ୍ୟ ଓ ଭାରତ ଭୂଷଣ ମହାନ୍ତିି ପ୍ରମୁଖ ରହିଛନ୍ତି। ୧୧ନଂ.ରେ ପଦ୍ମଚରଣ ମହାନ୍ତି ଓ ଭାବଗ୍ରାହୀ ସାହୁ, ୧୨ନଂ.ରେ ରୀନାରାଣୀ ବିଶ୍ୱାଳ, ଶ୍ରୀରଞ୍ଜନ ମଙ୍ଗରାଜ ଓ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ, ୧୩ ନଂ.ରେ ଝୁନି ପ୍ରଧାନ, ସୁମତି ଶତ୍ରୁସଲ୍ୟ ଏବଂ ୧୫ନଂ.ରେ ବିଜୟ କୁମାର ମଙ୍ଗରାଜ ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ତେବେ ୫ନଂ. ଜୋନ୍‌ରେ କେସିସିବିର ପୂର୍ବତନ ମହାପ୍ରବନ୍ଧକ ହିମାଦ୍ରୀ ପ୍ରଧାନ ଏବଂ ସହ ପ୍ରବନ୍ଧକ ଭି. କାମେଶ୍ୱର ଆଚାରୀ ଏବଂ ୧୫ ନଂ.ଜୋନ୍‌ରେ ଭୁବନେଶ୍ୱର ସିଟି ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଜୟ ମଙ୍ଗରାଜ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri