୨୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ପରିଚାଳନା ପରିଷଦ ପାଇଁ ରବିବାର ମତଦାନ ଅନୁଷ୍ଠିତ ହେବ। ସ୍ଥାନୀୟ ବିଜେବି ହାଇସ୍କୁଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ଅପରାହ୍ନ ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ୧୧ଟି ଜୋନ୍‌ରେ ୨୨ ଶହ ଭୋଟର ରହିଛନ୍ତି। ସମସ୍ତ ଜୋନ୍‌ରେ ୧୯୯ ଭୋଟର ରହିଥିବା ବେଳେ କେବଳ ୧୫ନଂ. ଜୋନ୍‌ରେ ୨୧୦ ଭୋଟର ରହିଛନ୍ତି। ଏଥିପାଇଁ ୧୧ଟି ବୁଥ୍‌ କରାଯାଇଛି। ପ୍ରତି ବୁଥ୍‌ରେ ପ୍ରିଜାଇଡିଂ ଅଫିସରଙ୍କୁ ମିଶାଇ ମୋଟ୍‌ ୪ଜଣ ନିୟୋଜିତ ରହିବେ। ସିସିଟିଭି ସର୍ଭେଲାନ୍ସରେ ନିର୍ବାଚନ ଆୟୋଜନ କରାଯିବ ବୋଲି ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି। ଭୋଟରମାନେ ଆଧାର କାର୍ଡ ସହ ଭୋଟ ଦେବାକୁ ଆସିବାକୁ ନିବେଦନ କରାଯାଇଛି। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ରହିବେ।
ଜୋନ୍‌ ସଦସ୍ୟ ପାଇଁ ୫୧ ଜଣ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ଜଣଙ୍କର ନାମାଙ୍କନ ନାକଚ ହୋଇଥିଲା। ୪ଜଣ ଅପ୍ରତିଦ୍ୱନ୍ଦ୍ୱୀ ରହିଥିବା ବେଳେ ୧୧ ଜୋନ୍‌ରେ ୨୯ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ରବିବାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ପ୍ରଚାର ଶେଷ ହୋଇଥିବା ବେଳେ ଭୋଟରଙ୍କ ମତଦାନ କାହା ସପକ୍ଷରେ ଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିର୍ବାଚନ ଦୌଡ଼ରେ ଶାସକ ଦଳ ସମର୍ଥିତ ୧୫ଜଣ ରହିଥିବା ବେଳେ ଭାଜପାରୁ ୫ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜଣାପଡ଼ିଛି। ତେବେ ମୁଖ୍ୟତଃ ବିଜେଡି ଏବଂ ଭାଜପା ମଧ୍ୟରେ ଟକ୍କର ହେବ। ମତଦାନ ହେବାକୁ ଥିବା ୧୧ଟି ଜୋନ୍‌ରେ ବିଜେଡିର ପ୍ରଭାବ ରହିଥିବାରୁ ଶାସକ ଦଳ ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହେବା ଏବଂ ଚଳିତବର୍ଷ କମିଟି ଗଠନ କରିବା ଅଧିକ ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ୬ନଂ. ଜୋନ୍‌ରୁ ପ୍ରସନ୍ନ କୁମାର ଜାଲି, ୭ନଂ. ପଦ୍ମିନୀପ୍ରଭା ଷଡ଼ଙ୍ଗୀ, ୧୦ନଂ. ଜୟଶ୍ରୀ ଗଡ଼ନାୟକ ଏବଂ ୧୪ନଂ. ଜୋନ୍‌ରୁ ଅଭିଷେକ ସିଂସାମନ୍ତ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ୧ନଂ. ଜୋନ୍‌ ପାଇଁ କୃଷ୍ଣଚନ୍ଦ୍ର ବାରିକ, ପ୍ରଶାନ୍ତ କୁମାର ସାହୁ ଓ ସୁଧାଂଶୁ ଶେଖର ବଡ଼ଜେନା ପ୍ରାର୍ଥୀ ରହିଛନ୍ତି। ୨ନଂ.ରେ ପ୍ରକାଶ ଚନ୍ଦ୍ର ରାଉତରାୟ ଓ ସୌରୀ ସାହୁ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ୩ନଂ.ରେ ପବିତ୍ର ମୋହନ ମାଝି ଓ ସ୍ବପ୍ନେଶ୍ୱର ଜୟସିଂ, ୪ନଂ.ରେ ପ୍ରଦୀପ କୁମାର ବାରିକ ଓ ରମେଶ ଶ୍ରୀଚନ୍ଦନ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ୫ନଂ.ଜୋନ୍‌ରେ ୬ଜଣ ପ୍ରାର୍ଥୀ ବସନ୍ତ କୁମାର ସ୍ବାଇଁ, ବିଜୟ କୁମାର ଲେଙ୍କା, ଭି.କାମେଶ୍ୱର ଆଚାରୀ, ରଞ୍ଜନ କୁମାର ଛୋଟରାୟ, ହରିହର ସାହୁ ଓ ହିମାଦ୍ରୀ କୁମାର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ୮ନଂ.ରେ ପ୍ରଶାନ୍ତ କୁମାର ଦାସ ଓ ବିପିନ ବିହାରୀ ପାତ୍ର, ୯ନଂ.ରେ କୃଷ୍ଣଚନ୍ଦ୍ର ପୃଷ୍ଟି, ପ୍ରଶାନ୍ତ ଆଦିତ୍ୟ ଓ ଭାରତ ଭୂଷଣ ମହାନ୍ତିି ପ୍ରମୁଖ ରହିଛନ୍ତି। ୧୧ନଂ.ରେ ପଦ୍ମଚରଣ ମହାନ୍ତି ଓ ଭାବଗ୍ରାହୀ ସାହୁ, ୧୨ନଂ.ରେ ରୀନାରାଣୀ ବିଶ୍ୱାଳ, ଶ୍ରୀରଞ୍ଜନ ମଙ୍ଗରାଜ ଓ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ, ୧୩ ନଂ.ରେ ଝୁନି ପ୍ରଧାନ, ସୁମତି ଶତ୍ରୁସଲ୍ୟ ଏବଂ ୧୫ନଂ.ରେ ବିଜୟ କୁମାର ମଙ୍ଗରାଜ ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଲଢ଼େଇ ହେବ। ତେବେ ୫ନଂ. ଜୋନ୍‌ରେ କେସିସିବିର ପୂର୍ବତନ ମହାପ୍ରବନ୍ଧକ ହିମାଦ୍ରୀ ପ୍ରଧାନ ଏବଂ ସହ ପ୍ରବନ୍ଧକ ଭି. କାମେଶ୍ୱର ଆଚାରୀ ଏବଂ ୧୫ ନଂ.ଜୋନ୍‌ରେ ଭୁବନେଶ୍ୱର ସିଟି ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ବିଜୟ ମଙ୍ଗରାଜ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri