ଓଡ଼ିଶାରେ ଏନ୍‌ଟିପିସିର ୨୮,୯୭୮କୋଟି ପୁଞ୍ଜି ବିନିଯୋଗ, ୩ରେ ତିନି ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ୱର,୨।୨ (ଅଭୟ ଦାଶ): ଦେଶର ପ୍ରମୁଖ ଶକ୍ତି ଉତ୍ପାଦକ ତଥା ଭାରତ ସରକାରଙ୍କ ଅଗ୍ରଣୀ ଏଣ୍ଟପ୍ରାଇଜେସ୍‌ ଏନ୍‌ଟିପିସି ଲିମିଟେଡ୍‌ (ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍‌ଟିପିସି)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଓଡ଼ିଶା ୩ଟି ପ୍ରମୁଖ ପ୍ରକଳ୍ପକୁ ୨୦୨୪ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହ ପ୍ରାୟ ୨୮,୯୭୮ କୋଟି ଟଙ୍କାର ଉକ୍ତ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉର୍ତ୍ସଗ(ଲୋକାର୍ପଣ) କରିବେ। ଏହି ପରିପ୍ରେକ୍ଷୀରେ ଏନ୍‌ଟିପିସି ଲିମିଟେଡ୍‌ର ଓଡ଼ିଶା ୟୁନିଟ୍‌ (ଇଷ୍ଟର୍ନ ରିଜିଅନ-୨ ଭୁବନେଶ୍ୱର) ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଏନ୍‌ଟିପିସି ଲିମିଟେଡ୍‌ର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜିଅନ-୧ଏବଂ୨) ସୁଦୀପ ନାଗ କମ୍ପାନୀର ବିକାଶମୂଳକ କାର୍ଯ୍ୟକଳାପ ସହ ନୂତନ ପ୍ରକଳ୍ପ ଏବଂ ଖବରଦାତା ସମ୍ମିଳନୀ(ପ୍ରେସ୍‌ ବାର୍ତ୍ତା)ର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସୁନ୍ଦରଗଡ଼ ଜିଲା ଅଧୀନ ଏନ୍‌ଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନ (୧୬୦୦ମେଗାଓ୍ବାଟ୍‌) ଏବଂ ଏନ୍‌ଏସ୍‌ପିସିଏଲ୍‌ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୨୫୦ମେଗାଓ୍ବାଟ୍‌)ର ଲୋକାର୍ପଣ ସହ ଅନୁଗୋଳ ଜିଲା ଅନ୍ତର୍ଗତ ଏନ୍‌ଟିପିସି ତାଳଚେର ଥର୍ମାଲ ପାଓ୍ବାର ପ୍ରାଜେକ୍ଟ ଷ୍ଟେଜ-୩ (୧୩୨୦ ମେଗାଓ୍ବାଟ)ର ଶିଳାନ୍ୟାସ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ଦର୍ଲିପାଲି ଏସ୍‌ଟିପିିପି ପ୍ରକଳ୍ପ ହେଉଛି,ସୁପରକ୍ରିଟିକାଲ (ଅତ୍ୟନ୍ତ ଦକ୍ଷ) ଟେକ୍ନୋଲୋଜି ସମ୍ପନ୍ନ ଏକ ପିଟ୍‌ ହେଡ୍‌ ପାଓ୍ବାର ଷ୍ଟେଶନ, ଯାହା ଓଡ଼ିଶା, ବିହାର. ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ସିକିମ ଭଳି ରାଜ୍ୟକୁ କମ୍‌ ମୂଲ୍ୟରେ ବିଜୁଳି ଯୋଗାଉଛି। ସେହିପରି ରାଉରକେଲା ଇସ୍ପାତ କାରଖାନାରେ ଏନ୍‌ଟିପିସି-ସେଲ ପାଓ୍ବାର କମ୍ପାନୀ ଲିମିଟେଡ୍‌ର ୨୫୦ମେଗାଓ୍ବାଟ୍‌ ପ୍ରକଳ୍ପ କରାଯାଇଛି, ଯାହା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ କାରଖାନାକୁ ନିର୍ଭରଯୋଗ୍ୟ ଶକ୍ତି ପ୍ରଦାନ କରିବ। ଅପରପକ୍ଷରେ ଅନୁଗୋଳ ଜିଲାର ପୁରୁଣା ଟିଟିପିଏସ୍‌ ପ୍ଲାଣ୍ଟ ପରିସରରେ କମ୍ପାନୀ ତାଳଚେର ଥର୍ମାଲ ପାଓ୍ବାର ପ୍ରୋଜେକ୍ଟ ଷ୍ଟେଜ-୩ ନିର୍ମାଣ କରୁଛି, ଯାହାକୁ କମ୍ପାନୀ ୧୯୯୫ରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋର୍ଡଠାରୁ ଅଧିଗ୍ରହଣ କରିଥିଲା।

ଉକ୍ତ ସମ୍ମିଳନୀରେ ଏନ୍‌ଏସ୍‌ପିସିଏଲ୍‌ର ସିଇଓ ଦିବାକର କୌଶିକ, ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌତମ ଦେବ, ଏନ୍‌ଟିପିସି ଲିମିଟେଡ୍‌ ନୂଆଦିଲ୍ଲୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରଟେ କମ୍ୟୁନିକେଶନ) ହରଜିତ ସିଂହ, ତାଳଚେର କଣିହାର ବିଜ୍‌ନେସ୍‌ ୟୁନିଟ୍‌ ହେଡ୍‌ ଅଶୋକ କୁମାର ସେହଗଲ, ଦର୍ଲିପାଲିର ବିଜ୍‌ନେସ୍‌ ୟୁନିଟ୍‌ ହେଡ୍‌ ହର୍ଷ ନାଥ ଚକ୍ରବର୍ତ୍ତୀ, ଏନ୍‌ଏସ୍‌ପିସିଏଲ୍‌ର ଜିଏମ୍‌ (ଓଏସ୍‌) ତ୍ରିଦିବ ଦେବ ଏବଂ ଏନ୍‌ଟିପିସି ଲିମିଟେଡ୍‌ର ଇଷ୍ଟର୍ନ ରିଜିଅନ-୨ (ହେଡ୍‌କ୍ୱାର୍ଟର) ରଜନୀଶ ରୋସ୍ତୋଗୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri