ଆଜି ରାଜ୍ୟରୁ ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୭(ବ୍ୟୁରୋ): ସୋମବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ ଏବଂ ମୟୂରଭଞ୍ଜରୁ ୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୯୭, ବାଲେଶ୍ୱର ୧୫୫, ବରଗଡ଼ ୧୭, ଭଦ୍ରକ ୧୩୧, ବଲାଙ୍ଗୀର ୩, ବୌଦ୍ଧ ୨୧, ଦେବଗଡ଼ ୯, ଢେଙ୍କାନାଳ ୬୭, ଗଜପତି ୧୦, ଗଞ୍ଜାମ ୨୦, ଜଗତସିଂହପୁର ୧୧୭, ଯାଜପୁର ୧୫୩, ଝାରସୁଗୁଡ଼ା ୭, କଳାହାଣ୍ଡି ୧୫, କନ୍ଧମାଳ ୨୦, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୬୪, କୋରାପୁଟ ୬୫, ମାଲକାନଗିରି ୫୫, ନବରଙ୍ଗପୁର ୧୫, ନୟାଗଡ଼ ୧୧୫, ନୂଆପଡ଼ା ୮, ପୁରୀ ୧୫୪, ରାୟଗଡ଼ା ୫୪, ସମ୍ବଲପୁର ୩୨, ସୋନପୁରରୁ ୧୮ ଏବଂ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୯୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୨୪,୬୯୯ରେ ପହଞ୍ଚିଥିବା ବେଳେ ୮,୯୦,୭୭୮ଜଣ ସୁସ୍ଥ ହୋଇଛନ୍ତି। ୨୬,୬୨୦ ଜଣ ଚିକିିତ୍ସିତ ହେଉଛନ୍ତି।