ଦାଦନ ଦୁଃଖ: ଦୁବାଇରେ ଫସିଛନ୍ତି ୨୮ ଶ୍ରମିକ

କେନ୍ଦ୍ରାପଡ଼ା,୧୫ା୬(ଜଗନ୍ନାଥ ଧଳ): ଦାଦନ ଯନ୍ତ୍ରଣା କେନ୍ଦ୍ରାପଡ଼ା ଜିଲାରେ ବଢ଼ିଚାଲିଛି। ଚଳିତ ସପ୍ତାହରେ ନଜରକୁ ଆସିଥିବା ଦୁଇଟି ଘଟଣା ଏବେ ପ୍ରବାସ ଜୀବନର ସଂଘର୍ଷ କାହାଣୀକୁ ସ୍ଥାନୀୟ ଅଞ୍ଚଳରେ ଦୁଃଖପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି। ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ କୋଚିଳାବେଲାରି ଗ୍ରାମର ଝରଣା ମଣ୍ଡଳ ବେଙ୍ଗାଲୁରୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଦୁଇଦିନ ପୂର୍ବେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି। ଆର୍ଥିକ ଦୁରବସ୍ଥା ଯୋଗୁ ଗ୍ରାମକୁ ଝରଣାଙ୍କ ମୃତଦେହ ଆସିପାରୁନାହିଁ। ରଜରେ ସଜ ହେବାକୁ ଚାହିଁ ବସିଥିବା କିଶୋରୀ କନ୍ୟା ସ୍ନେହା ଏବେ ମା’ ଝରଣାଙ୍କ ମୃତଦେହକୁ ଘରକୁ ଆଣିବାକୁ ପ୍ରଶାସନ ସହିତ ବୈଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନର ସହଯୋଗ ଲୋଡିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳର ୨୮ ଶ୍ରମିକ ଦୁବାଇ ସହରର ଜବରଅଲିସ୍ଥ ଗ୍ରାଣ୍ଡ୍‌ ହାଇପର ମାର୍କେଟ ପାଖରେ ଥିବା ଇଞ୍ଜିନିୟରିଂ କଣ୍ଟ୍ରାକ୍ଟିଂ କମ୍ପାନୀ (ଇସିସି)ରେ ଫସି ଯାଇଛନ୍ତି। ଏହି ଶ୍ରମିକଙ୍କୁ ନେଇଥିବା ଠିକାଦାର ଓ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଧରାଛୁଆଁ ଦେଉନାହାନ୍ତି। ଇସିସିରେ ୮ ଘଣ୍ଟା ବଦଳରେ ୧୦ ଘଣ୍ଟା ଶ୍ରମିକ କାର୍ଯ୍ୟ କରୁଛନ୍ତି। ଚିକିତ୍ସା ଓ ଅନ୍ୟ ଅବହେଳା ସହିତ ସୁରକ୍ଷା ବ୍ୟବସ୍ଥା ନାହିଁ। ଭଦ୍ରକରୁ ଯାଇଥିବା ସାଥୀ ସନାତନ ପରିଡାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ପରେ ଜିଲାର ଏହି ୨୮ ଶ୍ରମିକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଭାରତ ଫେରାଇ ଆଣିବାକୁ ସେମାନେ ଭିଡିଓ ବାର୍ତ୍ତା ଦେଇଛନ୍ତି। ପ୍ରବାସରେ ଥିବା କେନ୍ଦ୍ରାପଡ଼ାର ଏହି ଶ୍ରେଣୀର ଯୁବବର୍ଗ ଏବେ ମୃତ୍ୟୁ ଓ ନିର୍ଯାତନାର ସାମ୍ନା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସମସ୍ୟା ସମାଧାନ ହୋଇ ପାରୁ ନ ଥିବାରୁ ଏପରି ଘଟଣା ନଜରକୁ ଆସୁଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ, ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ସୁଶାନ୍ତ କୁମାର ନାୟକ ପ୍ରମୁଖ କହିଛନ୍ତି, ପ୍ରବାସୀ ଶ୍ରମିକ ଝରଣାଙ୍କର ଏହି ଅକାଳ ବିୟୋଗ ଘଟଣା କେନ୍ଦ୍ରାପଡ଼ା ଜିଲାରେ ନୂଆ ନୁହେଁ। ସେହିପରି ନିର୍ଯାତନା କାହାଣୀ ପ୍ରତିମାସରେ ଶୁଣିବାକୁ ମିଳୁଛି। କରୋନା ସଂକ୍ରମଣ କାଳରେ ଜିଲାକୁ ମୋଟ ୫୮,୭୩୭ଜଣ ପ୍ରବାସୀ ଆସିଥିବା ଜିଲା ଜରୁରିକାଳୀନ ବିଭାଗରେ ପଞ୍ଜୀକୃତ ହୋଇଛି। ତେବେ ଜିଲାର ୧୬ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୭ ଲକ୍ଷ ହୋଇଥିବା ବେଳେ କରୋନା ସଂକ୍ରମଣ କାଳରେ ୩ ଲକ୍ଷରୁ ଅଧିକ ଘରକୁ ଫେରିଥିଲେ। ଜିଲାରେ କ୍ଷୁଦ୍ର, ମଧ୍ୟମ ତଥା ବୃହତ୍‌ ଶିଳ୍ପ ନାହିଁ। ସେହିପରି ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଥିଲେ ମଧ୍ୟ ଜଳ ପରିଚାଳନା ପାଇଁ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ଜାତୀୟ ଉଦ୍ୟାନ ଓ ରାମ୍‌ସାର ସାଇଟ ଭାବେ ଭିତରକନିକା ମାନ୍ୟତା ପାଇଥିଲେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ରୁଗ୍‌ଣ ଅବସ୍ଥାରେ ଅଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ଏପରିସ୍ଥିତିରେ ଜିଲାର ଯୁବବର୍ଗ ବାଧ୍ୟ ହୋଇ ପ୍ରବାସକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଯୁବବର୍ଗଙ୍କ ଶ୍ରମିକ ଦଲାଲ ଅର୍ଥ ପ୍ରଲୋଭନ ଦେଖାଇ ନେଉଥିଲେ ମଧ୍ୟ ଏମାନଙ୍କର ଲାଇସେନ୍ସ ନାହିଁ। ଫଳରେ ପ୍ରବାସରେ ନିର୍ଯାତିତ ଅଥବା ମୃତ୍ୟୁ ହେଲେ ପ୍ରଶାସନ ନିକଟରେ ଖବର ପହଞ୍ଚତ୍ ପାରୁନାହିଁ। ଏପରିକି ସରକାରୀ କ୍ଷତିପୂରଣରୁ ଶ୍ରମିକଙ୍କ ପରିବାର ବଞ୍ଚତ୍ତ ହେଉଛନ୍ତି। ଗ୍ରାମୱାରୀ ଶ୍ରମିକ ଚିହ୍ନଟକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ପଞ୍ଜୀକୃତ କଲେ ଶ୍ରମିକଙ୍କ ନିର୍ଯାତନା କାହାଣୀ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଶ୍ରମିକଙ୍କ ପଞ୍ଜୀକରଣ ସମ୍ପର୍କରେ ଡିଭିଜନାଲ ଶ୍ରମ କମିଶନର ପ୍ରଦୀପ୍ତ ମହାନ୍ତିଙ୍କୁ ପଚାରିବାରେ ଶ୍ରମିକ ଚିହ୍ନଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ଶ୍ରମିକ ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରି ବାହାରକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri