୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟସଙ୍କଟ ଉପରେ ଏହି ବୈଶ୍ୱିକ ରିପୋର୍ଟରେ କୁହାଯାଇଛି, ଖାଦ୍ୟ ସୁରକ୍ଷାରେ ଅବନତି ଯୋଗୁ ୨୦୨୨ ତୁଳନାରେ ଗତବର୍ଷ ଅଧିକ ୨୪ ନିୟୁତ ଲୋକଙ୍କୁ ଖାଦ୍ୟାଭାବର ସାମନା କରିବାକୁ ପଡ଼ିଛି। ବିଶେଷ କରି ଗାଜାଷ୍ଟ୍ରିପ୍‌ ଏବଂ ସୁଦାନରେ ଖାଦ୍ୟ ସଙ୍କଟ ସର୍ବାଧିକ ରହିଛି। ପୂର୍ବ ବର୍ଷ ତୁଳନାରେ ଗତବର୍ଷ ଅଧିକ ଦେଶ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ମୁଖ୍ୟ ଅର୍ଥନୀତିଜ୍ଞ ମ୍ୟାକ୍ସିମୋ ଟୋରେରୋଙ୍କ ମତରେ ୫ମ ପର୍ଯ୍ୟାୟରେ ୫ ଦେଶର ୭,୦୫,୦୦୦ ଲୋକ ସର୍ବାଧିକ ସ୍ତରର ଖାଦ୍ୟ ସଙ୍କଟର ସାମନା କରୁଛନ୍ତି। ୨୦୧୬ରୁ ଏହି ବୈଶ୍ୱିକ ରିପୋର୍ଟ ପ୍ରକାଶ ପାଉଥିବାବେଳେ ଗତବର୍ଷ ସର୍ବାଧିକ କ୍ଷୁଧାର ସମ୍ମୁଖୀନ ଲୋକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ସେମାନଙ୍କର ୮୦ ପ୍ରତିଶତ ଅର୍ଥାତ୍‌ ୫,୭୭,୦୦୦ ଜଣ କେବଳ ଗାଜା, ଦକ୍ଷିଣ ସୁଦାନ, ବୁର୍କିନା ଫାସୋ, ସୋମାଲିଆ ଏବଂ ମାଲିର ବାସିନ୍ଦା। ଇସ୍ରାଏଲ୍‌-ହମାସ ଆକ୍ରମଣ ୭ ମାସ ହେଲା ଜାରି ରହିଥିବାବେଳେ ଗାଜାର ୧୧ ଲକ୍ଷ ଲୋକ ଗୁରୁତର ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ସମେତ ଦକ୍ଷିଣ ସୁଦାନର ୭୯ ହଜାର ଲୋକ ପଞ୍ଚମ ପର୍ଯ୍ୟାୟ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ରିପୋର୍ଟରେ କୁହାଯାଇଛି। ବିଦ୍ରୋହ ଯୋଗୁ ହାଇତିରେ ମଧ୍ୟ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହା ସାଙ୍ଗକୁ ଚଳିତବର୍ଷ ପ୍ରଥମ ଭାଗରେ ଏଲ୍‌ ନିନୋ ପ୍ରଭାବ ଯୋଗୁ ଖାଦ୍ୟ ସୁରକ୍ଷା ପ୍ରଭାବିତ ହୋଇଛି। ପୂର୍ବ ଆଫ୍ରିକାର କେତେକ ଭାଗରେ ବନ୍ୟା ତ ପୁଣି କେତେକ ଅଞ୍ଚଳରେ ଅନାବୃଷ୍ଟି ଦେଖାଦେଇଛି। ସେହିପରି ଦକ୍ଷିଣ ଆଫ୍ରିକାର ମାଲାଓ୍ବି, ଜାମ୍ବିଆ ଏବଂ ଜିମ୍ବାଓ୍ବେରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱରେ ପ୍ରଚୁର ଖାଦ୍ୟ ଥିବାବେଳେ ପିଲାମାନେ କ୍ଷୁଧାରେ ମରିବା ମାନବୀୟ ବିଫଳତା ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଉକ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ଗତ ୧୨ ମାସ ହେଲା ବିବାଦ ଏବଂ ଯୁଦ୍ଧ ଭୟାନକ ବିଶ୍ୱ ସ୍ଥିତି ସୃଷ୍ଟି କରିଥିବା ରିପୋର୍ଟରେ ଲେଖାଯାଇଛି।
ରିପୋର୍ଟ ଅନୁଯାୟୀ ୩୯ ଦେଶର ୩୬ ନିୟୁତରୁ ଅଧିକ ଲୋକ ଚତୁର୍ଥ ପର୍ଯ୍ୟାୟ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଛନ୍ତି। ସେଥିରେ ସୁଦାନ ଏବଂ ଆଫଗାନିସ୍ତାନର ଏକ-ତୃତୀୟାଂଶରୁ ଅଧିକ ଲୋକ ରହିଛନ୍ତି। ୨୦୨୨ ତୁଳନାରେ ଏହା ୧ ମିଲିୟନ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri