Categories: ଖେଳ

ମୋହାଲିରେ ଆଇପିଏଲର ୨୭ତମ ମ୍ୟାଚ: ପିବିକେଏସ-ଆରସିବି ଲଢ଼େଇ…

ମୋହାଲି,୨୦।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୭ତମ ମ୍ୟାଚ ଗୁରୁବାର ଅପରାହ୍ନ ସାଢ଼େ ୩ଟାରେ ରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଏବଯ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଖେଳାଯିବ। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ପଞ୍ଜାବ କ୍ରମାଗତ ଦ୍ୱିତୀୟ ବିଜୟ ଉପରେ ନଜର ରଖିଛି। ଦଳ ଶେଷ ମ୍ୟାଚରେ ଲକ୍ଷ୍ନୌସୁପର ଜ୍ୟାଣ୍ଟସକୁ ପରାସ୍ତ କରିଥିଲା। ସିଜିନରେ ତିନୋଟି ବିଜୟ ଏବଂ ଦୁଇଟି ପରାଜୟ ସହିତ ପଞ୍ଜାବ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଏଥି ସହିତ ଦୁଇଟି ବିଜୟ ଏବଂ ତିନୋଟି ପରାଜୟ ପରେ ଆରସିବି ଅଷ୍ଟମ ସ୍ଥାନରେ ରହିଛି। ଏହାର ପଏଣ୍ଟ ୪ ରହିଛି। ଯଦି ଏହି ମ୍ୟାଚରେ ପଞ୍ଜାବ ଦଳ ଆରସିବିକୁ ପରାସ୍ତ କରେ ତେବେ ଏହା ଆଠ ପଏଣ୍ଟ ପାଇବ।

ପଞ୍ଜାବ କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ପ୍ରଭାସୀମରନ ସିଂ, ମାଥ୍ୟୁ ସର୍ଟ / ଲିଆମ ଲିଭିଙ୍ଗଷ୍ଟୋନ, ହରପ୍ରୀତ ସିଂ ଭାଟିଆ, ସିକନ୍ଦର ରଜା, ସାମ କରଣ, ଜିତେଶ ଶର୍ମା (ୱିକେଟ କିପର), ଶାହରୁଖ ଖାନ, ହରପ୍ରୀତ ବ୍ର, କାଗିସୋ ରାବାଡା, ଅର୍ଶଦୀପ ସିଂ ପ୍ରମୁଖ ରହିଛନ୍ତି।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେଇଙ୍ଗ ୧୧ରେ ବିରାଟ କୋହଲି, ଫାଫ ଡୁପଲେସିସ ( ଅଧିନାୟକ), ମହିପାଲ ଲୋମୋର, ଗ୍ଲେନ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ଓ୍ବିକେଟ କିପର), ହର୍ଷଲ ପଟେଲ, ୱାନିନ୍ଦୁ ହାସରାଙ୍ଗା, ୱେନ ପାର୍ନେଲ, ବିଜୟକୁମାର ୱାଇସକ, ମହମ୍ମଦ ସିରାଜ ପ୍ରମୁଖ ଅଛନ୍ତି।

Share