ଅଟୋମୋବାଇଲ କ୍ଷେତ୍ରକୁ ୨୬ ହଜାର କୋଟି

ନୂଆଦିଲ୍ଲୀ,୧୬ା୯:  ଦେଶର ଅଟୋମୋବାଇଲ କ୍ଷେତ୍ରକୁ ଉତ୍ପାଦନ ସଂଯୋଗୀ ନିବେଶ (ପିଏଲ୍‌ଆଇ) ଯୋଜନା ପରିସରଭୁକ୍ତ କରାଯାଇଛି। ଏହି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଅଟୋ, ଅଟୋମୋବାଇଲ ଯନ୍ତ୍ରାଂଶ ଏବଂ ଡ୍ରୋନ୍‌ ଶିଳ୍ପକୁ ପ୍ରାୟ ୨୬ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନୁରାଗ ଠାକୁର ଏ ସମ୍ପର୍କରେ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଅଟୋ କ୍ଷେତ୍ର ଲାଗି ୨୫,୯୩୮ କୋଟି ଏବଂ ଡ୍ରୋନ ଶିଳ୍ପ ଲାଗି ୧୨୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ୭.୬ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଇପାରିବ। ଏହାଦ୍ୱାରା ଘରୋଇ ବଜାରରେ ଇ-ଯାନ ଉତ୍ପାଦନକୁ ମଧ୍ୟ ଉତ୍ସାହିତ କରାଯିବ। ଏହି ଶିଳ୍ପକୁ ଆଗାମୀ ୫ ବର୍ଷରେ ୪୭,୫୦୦ କୋଟି ଟଙ୍କାର ନୂଆ ନିବେଶ ଆଣିବାରେ ସରକାରଙ୍କ ଘୋଷଣା ଯୋଗଦାନ ରଖିବ। ଭାରତର ମାନୁଫାକ୍‌ଚରିଂ ଦକ୍ଷତା ବଢାଇବାରେ ଏହା ସହାୟକ। ପିଏଲ୍‌ଆଇ ସ୍କିମ୍‌ରେ ଇ-ଯାନ ଏବଂ ହାଇଡ୍ରୋଜେନ ଫୁଏଲ ସେଲ୍‌ ଭେଇକିଲକୁ ଉତ୍ସାହିତ କରାଯିବ। ୫ ବର୍ଷ ଅଧି ଲାଗି ଏଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯିବ। ଏହି ଅବଧିରେ ଅଟୋଶିଳ୍ପରେ ୨.୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଉତ୍ପାଦନ ମଧ୍ୟ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।
ବର୍ତ୍ତମାନ କାର୍ଯ୍ୟ କରୁଥିବା ଅଟୋ କମ୍ପାନୀ ଏବଂ ନୂଆ ନିବେଶ କରୁଥିବା କମ୍ପାନୀଗୁଡ଼ିକ ସ୍କିମ୍‌ର ପରିସରଭୁକ୍ତ ହୋଇପାରିବେ। ୨ ବର୍ଗ ଲାଗି ଯୋଜନା ବିଶେଷ ଭାବେ କାର୍ଯ୍ୟକାରୀ ହେବ। ପ୍ରଥମରେ ବ୍ୟାଟେରି ଇଲେକ୍ଟ୍ରିକ ଭେଇକିଲ, ହାଇଡ୍ରୋଜେନ ଫୁଏଲ ସେଲ୍‌ ଭେଇକିଲ ରହିଛି। ଦ୍ୱିତୀୟରେ ଆଡଭାନ୍ସ ଅଟୋମୋଟିଭ ଟେକ୍ନୋଲୋଜି କମ୍ପୋନେଣ୍ଟ ଭେଇକିଲ, କମ୍ପ୍ଲିଟଲି ନକ୍‌ଡାଉନ, ସେମିନକ୍‌ଡାଉନ କିଟ୍‌, ୨ ଚକିଆ, ୩ ଚକିଆ ଏବଂ ପାସେଞ୍ଜର ଯାନ, ବାଣିଜି୍ୟକ ଯାନ ଏବଂ ଟ୍ରାକ୍ଟର ରହିଥିବା ଜଣାପଡିଛି।
ପିଏଲ୍‌ଆଇ ସ୍କିମ କଣ
ପ୍ରଡକ୍ଟଶନ ଲିଙ୍କଡ ଇନଭେଷ୍ଟମେଣ୍ଟ (ପିଏଲ୍‌ଆଇ) ଅନ୍ତର୍ଗତ ସରକାର କମ୍ପାନୀଙ୍କ ଅତିରିକ୍ତ ଉତ୍ପାଦନ ଉପରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ରପ୍ତାନି ବୃଦ୍ଧି ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଶିଳ୍ପ କ୍ଷେତ୍ରକୁ ପ୍ରତିଦ୍ୱନ୍ଦ୍ୱୀ କରିବା ଏବଂ ନିବେଶକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଏଭଳି ଯୋଜନା କରାଯାଇଛି। ରାଜସ୍ବ ଏବଂ ନିବେଶ ସର୍ତ୍ତ ପାଳନ କରୁଥିବା କମ୍ପାନୀଗୁଡିକୁ ପିଏଲ୍‌ଆଇ ସ୍କିମର ଫାଇଦା ମିଳିବ। ୪ ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀଗୁଡିକୁ ଆଗାମୀ ୫ ବର୍ଷରେ ଅତିକମ୍‌ରେ ୨ ହଜାର କୋଟି ଟଙ୍କା ନିବେଶ କରିବାକୁ ପଡିବ। ସେହିଭଳି ୨ ଏବଂ ୩ ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ ମଧ୍ୟ ଏହି ଅବଧିରେ ୨ ହଜାର କୋଟି ଟଙ୍କା ନିବେଶ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri