ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୧୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ଭଦ୍ରକରୁ ଏକ ପିକ୍‌ଅପ୍‌ ଗାଡ଼ିରେ ଏକ ମିକ୍ସଚର ମେଶିନ ସହ ୨୭ ଶ୍ରମିକ ମନ୍ଦାରୀକୁ ଛାତ କାମ କରିବା ପାଇଁ ଆସୁଥିଲେ, ବେକମୁଡ଼ି ଛକରେ ଏକ ଗାଈ ଗାଡ଼ି ଆଗକୁ ଚାଲି ଆସିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା, ସ୍ଥାନୀୟ ଲୋକ ଓ ବାସୁଦେବପୁର ପୋଲିସ ଆହତଙ୍କୁ ଉଦ୍ଧର କରି ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସଦର ଏସ୍‌ଡିପିଓ ବିଚିତ୍ରା ନନ୍ଦ ସେଠୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସାର ତଦାରଖ କରିଛନ୍ତି।

Dharitri – Odisha’s No.1 Odia Daily

Share