ବୈଶିଙ୍ଗା,୨୫ା୧୦(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳରେ ଚଳିତ ମାସ ୨୭ ତାରିଖଠାରୁ ପ୍ରଥମ ଥର ପାଇଁ ନବମ ଶ୍ରେଣୀ ନିମନ୍ତେ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଏ-୧ ପରୀକ୍ଷା ଆରମ୍ଭ ହେବ। ନୂତନ ବ୍ୟବସ୍ଥାରେ ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ନଭେମ୍ବର ୨ ତାରିଖରେ ସରିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି। ଏହା ବୋର୍ଡ ଦ୍ୱାରା ପରିଚାଳିତ ହେଉଥିବାରୁ ସମସ୍ତ ଛାତ୍ରୀଛାତ୍ର ଉକ୍ତ ପରୀକ୍ଷାରେ ନିଶ୍ଚିତ ଭାବରେ ଅଂଶଗ୍ରହଣ କରିବାପାଇଁ ଜିଲା ଓଷ୍ଟା ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ କିଶୋର କୁମାର ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।
ପ୍ରଶ୍ନ ପତ୍ର ପରିଚାଳନା ପାଇଁ ବେତନଟୀ ସ୍ଥିତ ଏମ୍ପିସି ଉଚ୍ଚ ବିଦ୍ୟାଳୟ ଓ ବୈଶିଙ୍ଗା ସ୍ଥିତ ମୁନିଲାଲ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। ବ୍ଲକରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଏହି ଦୁଇ ବିଦ୍ୟାଳୟରୁ ପ୍ରଶ୍ନ ପତ୍ର ପଠାଯିବ। ସେହିପରି ବ୍ଲକରେ ମୋଟ ୧୨ଟି ନିଉଟ୍ରାଲ ବିଦ୍ୟାଳୟ ଚିହ୍ନଟ କରାଯାଇଛି।


