ସୁରକ୍ଷା ଲୋଡ଼ିଲେ ୨୭ ବିରୋଧୀ ବିଧାୟକ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଖଣି ଓ ବାଲି ମାଫିଆଙ୍କ ଟାର୍ଗେଟରେ ଥିବା ବିରୋଧୀ ଦଳର ୨୭ଜଣ ବିଧାୟକ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ବାଚସ୍ପତିଙ୍କ ନିକଟରେ ସୁରକ୍ଷା ଦାବି କରିଛନ୍ତି। ଗୁରୁବାର ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ଖଣି ମାଫିଆଙ୍କ ଟାର୍ଗେଟରେ ବିରୋଧୀ ଦଳର ୨୭ ଜଣ ସଦସ୍ୟ ରହିଛନ୍ତି। ହଜାର ହଜାର ଟ୍ରକ୍‌ ବାଲି ବିନା ଟ୍ରାଞ୍ଜିଟ୍‌ ପାସ୍‌ରେ ଚୋରା ଚାଲାଣ ହେଉଛି। ଦୈନିକ ପ୍ରାୟ ୩୫ ହଜାର କୋଟି ଟଙ୍କାର ବାଲିପଥର, ମୋରମ, ମାଟି ଆଦି ଚୋରା ଚାଲାଣ ହେଉଛି। କେତେତଣ ସରକାରୀ ଅଧିକାରୀ ବାଲି ମାଫିଆଙ୍କ ସହ ମିଶି ରାଜ୍ୟକୁ ଲୁଟ୍‌ କରୁଛନ୍ତି । ସରକାରଙ୍କୁ ରାଜସ୍ବ ହାନି ହେଉଛି। ବିରୋଧୀ ଦଳ ସଦସ୍ୟମାନେ ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠାଉଥିଲେ ମଧ୍ୟ କାୈଣସି ପଦକ୍ଷେପ ନିଆଯାଉ ନାହିଁ। ବିଧାୟକମାନଙ୍କୁ ମାରିଦେବାକୁ ଧମକ ମିଳୁଛି। ବାଚସ୍ପତି ଏ ନେଇ ରୁଲିଂ ଦେବା ସହ ବାଲି ମାଫିଆଙ୍କ ସହ ହାତ ମିଶାଇଥିବା ଅଧିକାରୀଙ୍କୁ ଦଣ୍ଡିତ କରିବାକୁ ସେ ଦାବି କରିଥିଲେ। ସେହିପରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କଠାରୁ ସୁରକ୍ଷା ଲୋଡ଼ିଥିଲେ।
ଏଥିସହ ପେଟ୍ରୋଲ, ଡିଜେଲ ଦରବୃଦ୍ଧିକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଢୁଥିବା ତୈଳ ଦରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ଏ ନେଇ ସରକାର ଗୃହରେ ବିବୃତି ଦିଅନ୍ତୁ ନଚେତ ଯେଉଁ ନିଅଁା ଜଳିବ ସେଥିରେ ରାଜ୍ୟ ଓ କେନ୍ଦ୍ର ସରକାର ଛାରଖାର ହୋଇଯିବେ ବୋଲି ସେ କହିଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୯୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭ଟଙ୍କା ୫୨ ପଇସାରେ ପହଞ୍ଚତ୍ଲାଣି। ରାଜ୍ୟ ସରକାର ଡିଜେଲ ଉପରେ ୨୪ ଟଙ୍କା ଓ ପେଟ୍ରୋଲ ଉପରେ ୨୮ ଟଙ୍କା ଟିକସ ନେଉଛନ୍ତି। ୧୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ହେଲାଣି ଗ୍ୟାସ ଦର। ଦରଦାମ ଏତେ ବଢ଼ିଲାଣି ଯେ ଗରିବ ଲୋକଙ୍କ ପାଇଁ ଚଳିବା ମୁସ୍କିଲ ହୋଇ ପଡ଼ିଲାଣି। ରାଜ୍ୟ ସରକାର ଟିକସ ଛାଡ଼ କରିବା ସହ କେନ୍ଦ୍ର ସରକାର ତେଲ ଦର କମାନ୍ତୁ ବୋଲି ସାଲୁଜା ଦାବି କରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଟିକସ ହ୍ରାସ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri