ରାଜ୍ୟରେ ସୁସ୍ଥ ହେଲେ ୨୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୨୬୯ କରୋନା ଆକ୍ରାନ୍ତ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି କଟକରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୩୧ ଏବଂ ସମ୍ବଲପୁରରୁ ୨୬ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡ଼ାରୁ ୨୧, ସୁନ୍ଦରଗଡ଼ ୧୯, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜରୁ ୧୫ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼, ଝାରସୁଗୁଡ଼ା ଏବଂ ଖୋର୍ଦ୍ଧାରୁ ୧୪ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରରୁ ୧୩, କେନ୍ଦ୍ରାପଡ଼ା ୧୦, ଜଗତସିଂହପୁର ୫, ଗଞ୍ଜାମରୁ ୩ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼, କଳାହାଣ୍ଡି ଏବଂ ସୋନପୁରରୁ ୨ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମାଲକାନଗିରିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୬୦୨ରେ ପହଞ୍ଚିଥିବା ବେଳେ ୩,୨୭,୫୩୪ ଜଣ ସୁସ୍ଥ ହୋଇଛନ୍ତି। ୨,୧୨୪ ଜଣ ଚିକିତ୍ସିତ ହେଉଛନ୍ତି।