ସ୍କୁଲ ଖୋଲିବା ପରେ ୨୬୨ଶିକ୍ଷାର୍ଥୀ, ୧୬୦ ଶିକ୍ଷକ ହେଲେ କରୋନା ସଂକ୍ରମିତ

ଅମରାବତୀ,୬ ।୧୧: ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଓ ଦାମ ଶ୍ରେଶୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଦିଆଯାଇଛି । ଆଉ ସ୍କୁଲ ଖୋଲିବା ପରେ ମାତ୍ର ୨ ଦିନ ମଧ୍ୟରେ ୧୬୨ ଛାତ୍ର ଓ ୧୬୦ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସ୍କୁଲ ଶିକ୍ଷା ଆୟୁକ୍ତ ବି ଚିନ୍ନା ବିରଭଦ୍ରୁଦୁ ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ସ୍କୁଲ ଖୋଲିବା ପର ପ୍ରତ୍ୟେକ ସ୍ଥାନରେ କରୋନା ନିୟମ ମାନିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଛି । ତାଙ୍କ ମତରେ ନଭମ୍ବର ୪ରେ ପାଖାପାଖି ୪ ଲକ୍ଷ ଶିକ୍ଷାର୍ଥୀ ସ୍କୁଲ ଆସିଥିଲେ । ଏବେ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୨୬ ୨ । ଯାହା ମୋଟ ଛାତ୍ରଙ୍କ ୦.୧ ପ୍ରତିଶତ । ତେଣୁ ଏହା ଚିନ୍ତାର କାରଣ ନୁହେଁ ବୋଲି ସେ କହିଛନ୍ତି । ଅବଶ୍ୟ ସ୍କୁଲ ଖୋଲିବା ଯୋଗୁ ସଂକ୍ରମଣ ହୋଇଛି ବୋଲି କହିବା ଭୁଲ୍ ହେବନାହିଁ । ଅନ୍ୟପନଟେ ସ୍କୁଲ ଖୋଲିବା ପରେ ପାଖାପାଖି ୧.୧୧ ଲକ୍ଷ ଶିକ୍ଷକ କାମରେ ଯୋଗ ଦେଇଥିଲେ ଆଉ ସେମାନଙ୍କ ମଧ୍ୟରୁ ମାତ୍ର ୧୬୦ ଜଣ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗ୍ରାମୀଣ ଅଞ୍ଚଳରେ ଥିବା ଛାତ୍ରୀଛାତ୍ର ଓ ଗରିବ ଶ୍ରେଣୀର ପିଲା ଅନଲାଇନରେ ପାଠ ପଢିବାକୁ ନାନା ଅସୁବିଧାର ସ।ମ୍ନା କରୁଥିବାରୁ ଏମାନଙ୍କ ପାଇଁ ସ୍କୁଲ ଖୋଲାଯିବା କଥା ଚିନ୍ତା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri