ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୦୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ଖସିବରେ ଲାଗିଛି ଦୈନିକ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪୯ ଜଣ ପିଲା ରହିଛନ୍ତି। ସେହିପରି ୧୫୨୧ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୦୮୨ଜଣ ଲୋକାଲ କେସ ରହିଛି।
ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷର ୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ଥିବା ବେଳେ ଅନୁଗୋଳରୁ ୧୦୨, ବାଲେଶ୍ୱରରୁ ୪୮, ବରଗଡ଼ରୁ ୫୧, ଭଦ୍ରକରୁ ୩୭, ବଲାଙ୍ଗୀରରୁ ୬୦, ବୌଦ୍ଧରରୁ ୩୭, କଟକରୁ ୨୦୫, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ୬୪, ଗଜପତିରୁ ୬୪, ଗଞ୍ଜାମରୁ ୮୫, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୬୩, କେନ୍ଦୁଝରରୁ ୪୩,କୋରାପୁଟରୁ ୯୪, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୮୭, ନୂଆପଡ଼ାରୁ ୮୭, ପୁରୀରୁ ୪୧, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୮୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୨୦୪ ଏବଂ ଷ୍ଟେଟ ପୁଲ୍‌ରୁ ୧୦୦ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।