ଓଡ଼ିଶା ପୋଲିସରେ ୨୬ ହଜାର ପଦବୀ ଖାଲି, ମୁଖ୍ୟମନ୍ତ୍ରୀ କହିଲେ….

ଭୁବନେଶ୍ୱର,୨୩ା୧୧: ଓଡ଼ିଶା ପୋଲିସ ବିଭାଗରେ ବିପୁଳ ସଂଖ୍ୟକ ପଦବୀ ଖାଲି ପଡ଼ିଛି । ରାଜ୍ୟ ପୋଲିସ ବିଭାଗରେ ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୨୬ ହଜାର ୧୦୧ଟି ପଦବୀ ଖାଲି ରହିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ୬ ହଜାର ୮୮୫ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାବ୍ୟତୀତ ୨୯୮ଟି ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ) ପଦବୀ ପୂରଣ ପାଇଁ ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (OUSSSC)କୁ କୁହାଯାଇଛି । ରାଜ୍ୟ ପୋଲିସ ବିଭାଗରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ତୁଳନାରେ ଖାଲି ପଦବୀ ସଂଖ୍ୟା ଅଧିକ ରହିଥିବାରୁ ନିଯୁକ୍ତି ପ୍ରକ୍ରିୟା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ତେବେ ଆଗାମୀ ଦିନରେ ଖାଲି ପଦବୀଗୁଡ଼ିକ କେବେ ପୂରଣ ହେବ, ତାହା ଉପରେ ନଜର ରହିଛି ।

 

Dharitri – Odisha’s No.1 Odia Daily

Share