ରାଜ୍ୟକୁ ଆସିବ ୨୬ ହଜାର କୋଟିର ନିବେଶ

ଭୁବନେଶ୍ୱର,୬ା୪(ବ୍ୟୁରୋ): ଜାପାନରୁ ଓଡ଼ିଶାକୁ ଆସିବ ୨୬ ହଜାର କୋଟି ଟଙ୍କାର ନିବେଶ। ଜାପାନରେ ପୁଞ୍ଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା ପରେ ଗ୍ରୀନ୍‌ ହାଇଡ୍ରୋଜେନ, ଗ୍ରୀନ୍‌ ଆମୋନିଆ, ଗ୍ରୀନ୍‌ ଏନର୍ଜି, ଆଇଟି, ଇସ୍ପାତ୍‌, ମେଟାଲ ଡାଉନଷ୍ଟ୍ରିମ୍‌ ଆଦି କ୍ଷେତ୍ରରେ ନିବେଶ ପାଇଁ ଏଭଳି ପ୍ରସ୍ତାବ ଆସିଛି। ଓଡ଼ିଶାରେ ପୁଞ୍ଜିନିବେଶର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହାର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଶିଳ୍ପ ମହାନାୟକମାନଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା ବେଳେ ଆହ୍ବାନ ଦେଇଛନ୍ତି।
ରାଜ୍ୟ ସରକାର, ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ, ଜାପାନ ଏକ୍ସଟର୍ନାଲ ଟ୍ରେଡ୍‌ ଅର୍ଗାନାଇଜେଶନ(ଜେଇଟିଆରଓ) ଏବଂ ଫିକିର ମିଳିତ ସହଯୋଗରେ ବୁଧବାର ଟୋକିଓଠାରେ ବିଜ୍‌ନେସ୍‌ ମିଟ୍‌-୨୦୨୩ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ରାଜ୍ୟ ମଧ୍ୟରୁ ଅନ୍ୟତମ। ଗତ ଦେଢ଼ ଦଶନ୍ଧି ଧରି ଓଡ଼ିଶା ଅଭିବୃଦ୍ଧି ନିୟମିତ ଭାବେ ଜାତୀୟ ହାରଠାରୁ ଅଧିକ ରହିଛି। ଏଥିସହିତ ଓଡ଼ିଶା ସମଗ୍ର ଦେଶରେ ଏକ ବୃହତ୍‌ ଶିଳ୍ପ ହବ୍‌ରେ ପରିଣତ ହୋଇଛି। ଏଠାରେ ପ୍ରଚୁର ପ୍ରାକ୍‌ୃତିକ ସମ୍ପଦ ସହ ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଦୃଢ଼ ପ୍ରଶାସନିକ ବ୍ୟବସ୍ଥା ରହିଛି। ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସମଗ୍ର ଦେଶରେ ଓଡ଼ିଶା ଅଗ୍ରୀଣ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି। ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ ର଼୍ୟାଙ୍କିଂରେ ଓଡ଼ିଶା ଆଗରେ ରହିଛି। ଓଡ଼ିଶା ସରକାର ଶିଳ୍ପଗୁଡ଼ିକୁ ସମସ୍ତ ସୁବିଧାସୁଯୋଗ ଦେବା ସହ ପୂର୍ବ ଓ ଉତ୍ତର ପୂର୍ବ ଭାରତ ସହ ଆସୋସିଏଶନ ଅଫ୍‌ ସାଉଥ ଇଷ୍ଟ ଏସିଆନ ନେଶନ ଏବଂ ପୂର୍ବ ଏସିଆ ଅଞ୍ଚଳରେ ସ୍ବତନ୍ତ୍ର ବଜାର ସୃଷ୍ଟି କରିପାରିଛି। ନୂଆ ଶିଳ୍ପ ଯୁଗରେ ପ୍ରବେଶ କରୁଥିବାରୁ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିଛୁ। ସ୍ଥିର ଅଭିବୃଦ୍ଧି ପାଇଁ ସରକାର, ଶିଳ୍ପ ଏବଂ ଲୋକଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ବହୁମୂଲ୍ୟ ସଂସ୍କୃତି ଓ ପରମ୍ପରା ପାଇଁ ଓଡ଼ିଶା ବେଶ୍‌ ପରିଚିତ। ଓଡ଼ିଶାରେ ପୁଞ୍ଜିବିନିଯୋଗ ପାଇଁ ଆସିଥିବା ନିବେଶକଙ୍କୁ ରାଜ୍ୟ ସରକାର ସବୁଠାରୁ ଉତ୍ତମ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି। ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଧଉଳି,ଉଦୟ ଗିରି, ରତ୍ନଗିରି ଏବଂ ଲଳିତଗିରିର ରୂପାନ୍ତରଣ କରାଯାଇଛି। ଓଡ଼ିଶା ଆସି ଏହି ପରିବର୍ତ୍ତନର ସ୍ବାଦ ଚାଖିବା ସହ ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଜାପାନ ଶିଳ୍ପପତିଙ୍କୁ ଆହ୍ବାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କ ସହିତ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଛନ୍ତି। ଏଥିସହିତ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଜାଇକାର ବରିଷ୍ଠ ଅଧିକାରୀଙ୍କ ସହ ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାପାନ ଏବଂ ଇଣ୍ଡୋ ପାସିଫିକ୍‌ ଅଞ୍ଚଳରୁ ୨୦୦ରୁ ଊର୍ଦ୍ଧ୍ୱ ନିବେଶକାରୀ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଦେଶରେ ଏକ ପୁଞ୍ଜିନିବେଶକାରୀ ସ୍ଥଳରେ ପରିଣତ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ସେ ନିବେଶକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିବେଶକାରୀଙ୍କୁ ସ୍ବାଗତ କରିବା ସହ ଓଡ଼ିଶା କିପରି ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିପାରିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ଜେଇଟିଆରଓ ଏକ୍‌ଜିକ୍ୟୁଟିଭ ଭାଇସ୍‌ ପ୍ରେସିଡେଣ୍ଟ କାଜୁୟା ନକାଜୋ ଭାରତ ଓ ଜାପାନ ମଧ୍ୟରେ ଭବିଷ୍ୟତ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କ୍ରୋସାକି ହରିମା କର୍ପୋରେଶନ ନିର୍ଦ୍ଦେଶକଙ୍କୁ ଭେଟିବା ସହ ଏସିଆ ପାସିଫିକ୍‌ ଉପାଧ୍ୟକ୍ଷ କୋଇଚିରୋ କିମୁରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏଥିସହିତ ସେ ଜାପାନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri