୨୫ରୁ ଶୁଲିଆ ମହୋତ୍ସବ, ୨୭ରେ ଯାତ୍ରା

ଦେଓଗଁା(ଡି.ଏନ.ଏ.)/ବଲାଙ୍ଗୀର ଅଫିସ,୧୯ା୧୨:ଡିସେମ୍ବର ୨୫ରୁ ଶୁଲିଆ ମହୋତ୍ସବ ଆରମ୍ଭ ହେବ। ୨୭ ତାରିଖ ପାରମ୍ପରିକ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ରବିବାର ଶୁଲିଆ ମହେତ୍ସବ କମିଟି ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଖଇରଗୁଡାଠାରେ ଅନୁଷ୍ଠିତ ହୋଇଛି। ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ତିନିଦିନ ଧରି ଶୁଲିଆ ମହୋତ୍ସବ ପାଳନ କରାଯିବା ନେଇ କମିଟି ସୂଚନା ଦେଇଛି ା ବିଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ମହୋତ୍ସବ ବନ୍ଦ ରହିଥିଲା। ଚଳିତବର୍ଷ ଶୁଲିଆ ଭକ୍ତମାନେ ଅବାଧରେ ଦର୍ଶନ କରିବା ସହ ମହୋତ୍ସବ ଉପଭୋଗ କରିପାରିବେ ବୋଲି କମିଟି ସଭାପତି ମୟ ପଧାନୀ ସୂଚନା ଦେଇଛନ୍ତି। ଖଇରଗୁଡା ସ୍ଥିତ ଶୁଲିଆପଦାରେ ଅନୁଷ୍ଠିତ ବୈଠକରେ ପଧାନୀ ଆହୁରି କହିଥିଲେ ଯେ, ସମସ୍ତ ଶୁଲିଆ ଆୟୋଜକ ମିଳିତ ଭାବେ ଶୁଲିଆ ମହୋତ୍ସବ ପାଳନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ା ବିଗତ ବର୍ଷମାନଙ୍କରେ ପିଇବା ପାଣି, ଯାତାୟତ ଓ ଟ୍ରାଫିକକୁ ନେଇ ଅନେକ ସମସ୍ୟ ଦେଖା ଦେଉଥିଲା। ଗତ ୧୬ ତାରିଖରେ ଶୁଲିଆ କମିଟି ପକ୍ଷରୁ ଏହାର ସମାଧାନ ନେଇ ଜିଲା ପ୍ରଶାସନ ସହ ସବିଶେଷ ଆଲୋଚନା କରାଯାଇଛି। ଜିଲା ପ୍ରଶାସନ ଏ ଦିଗରେ ସୁବନ୍ଦୋବସ୍ତ କରାଯିବା ସହ ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଥିଲେ। ଶୁଲିଆ ମହୋତ୍ସବକୁ ଲୋକାଭିମୁଖୀ ତଥା ମନୋରଞ୍ଜକ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ। ଆଦିବାସୀ ସଂସ୍କୃତିକୁ ବ୍ୟାପକ ଓ ଦୀର୍ଘସ୍ଥାୟୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରଧାନୀ କହିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରୀତିନୀତି ଅନୁସାରେ ଶୁଲିଆ ପୂଜା କରାଯିବ ା ସୋମବାର ଦିନ ସକାଳୁ ବରଣ, ସନ୍୍ଯଯାରେ ନିଶିପୂଜା ଏବଂ ମଙ୍ଗଳବାର ସକାଳୁ ବିଧିବଦ୍ଧ ଭାବେ ପାରମ୍ପରିକ ପୂଜା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଶୁଲିଆ ମହୋତ୍ସବ କମିଟି ଉପସଭାପତି ପ୍ରଫୁଲ୍ଲ ଦାଶ, ଅନ୍ତ ଚୌହାନ, ସମ୍ପାଦକ ପ୍ରଭାତ ପାତ୍ର, ସହସମ୍ପାଦକ ସତ୍ୟ କାଲସାଏ, ରାଜେନ୍ଦ୍ର ପାଣି, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ରଣା, ମନବୋଧ ହରପାଲ, ପରମେଶ୍ୱର ନାଏକ, ଲୋଚନ ହନ୍ନା, ସୁଦର୍ଶନ ପଧାନ, ସୁବାସ ନାଏକ, ଅର୍ଜୁନ ସାହୁ ଓ ଅମର ରଣାଙ୍କ ସମେତ ଅ୍ଯଯମାନେ ଉପସ୍ଥିତ ଥିଲେ।