ଭୁବନେଶ୍ୱରରେ ବର୍ଷକରେ ୨୫୮ ଅପହରଣ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ବିଭିନ୍ନ ଥାନାରେ ଏବର୍ଷ ୨୫୮ଟି ଅପହରଣ ମାମଲା ରୁଜୁ କରାଯାଇଛି। ଏଥିମଧ୍ୟରୁ ୧୪୭ଟି ମାମଲାର ତଦନ୍ତ ଶେଷ କରାଯାଇଥିବାବେଳେ ସମ୍ପୃକ୍ତ ୪୦ଜଣ ଅଭିଯୁକ୍ତ ଗିରଫ ହୋଇଥିବା କମିଶନରେଟ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ନୟାପଲ୍ଲୀ ଥାନାରେ ସର୍ବାଧିକ ୨୩ଟି, ମଞ୍ଚେଶ୍ୱରରେ ୨୦ଟି, କ୍ୟାପିଟାଲ ଓ ବଡ଼ଗଡ ଥାନାରେ ୧୭ଟି ଲେଖାଏ, ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୫ଟି ଲେଖାଏ, ଖାରବେଳନଗର ଓ ବାଲିଅନ୍ତା ଥାନାରେ ୧୩ଟି ଲେଖାଏ, ନନ୍ଦନକାନନରେ ୩ଟି, ଧଉଳିରେ ୫ଟି, ଇନଫୋସିଟିରେ ୮ଟି, ଏୟାରପୋର୍ଟ, ଏୟାରଫିଲ୍ଡ, ତମାଣ୍ଡୋ ଓ ଲକ୍ଷ୍ମୀସାଗର ଥାନାରେ ୯ଟି ଲେଖାଏ ଅପହରଣ ମାମଲା ରୁଜୁ ହୋଇଛି। ତେବେ ‘କିଡ୍‌ନାପିଙ୍ଗ୍‌ ଓ ମ୍ୟାନ୍‌ ମିସିଂ ସେଲ୍‌’ର ମିଳିତ ଉଦ୍ୟମରେ ୧୪୭ଟି ମାମଲାର ତଦନ୍ତ ଶେଷ କରାଯାଇ ୧୫୪ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।