ଆଜି ରାଜ୍ୟରୁ ୨୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୭୨୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩୨ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୦ ଏବଂ କଟକରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୨, ବରଗଡ଼ ୩, ଭଦ୍ରକ ୩, ବଲାଙ୍ଗୀର ୧୧, ଦେବଗଡ଼ ୧, ଗଞ୍ଜାମ ୬, ଜଗତସିଂହପୁର ୫, ଯାଜପୁର ୫ ଝାରସୁଗୁଡ଼ା ୨, କଳାହାଣ୍ଡି ୧୧, କନ୍ଧମାଳ ୨ କେନ୍ଦ୍ରାପଡ଼ା ୧, କୋରାପୁଟ ୪, ମୟୂରଭଞ୍ଜ ୮, ନବରଙ୍ଗପୁର ୧୫, ନୟାଗଡ଼ ୧୨, ନୂଆପଡ଼ା ୯, ପୁରୀ ୮, ରାୟଗଡ଼ା ୪, ସମ୍ବଲପୁରରୁ ୧୭ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୭୨୬ରେ ପହଞ୍ଚିଥିବା ବେଳେ ୧୩,୧୮,୭୯୮ ଜଣ ସୁସ୍ଥ ହୋଇଛନ୍ତି। ୧୬୯୧ ଜଣ ଚିକିିତ୍ସିତ ହେଉଛନ୍ତି।