ରୋଗୀଙ୍କୁ ବଣ୍ଟାଯିବ ୨,୫୩୪ କିଟ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଚମତ୍କାର ସଙ୍ଗୀତରେ ସେ ମଞ୍ଚରେ ଭରିପାରନ୍ତି ରୋମାଞ୍ଚ। ଭଜନ, ଜଣାଣ ହେଉ କି ଆଧୁନିକ ଗୀତ, ଶ୍ରୋତାଙ୍କ ହୃଦୟକୁ ଛୁଇଁପାରେ ତାଙ୍କ ସ୍ବର। ଶକ୍ତି ମିଶ୍ର, ଅସୀମା ପଣ୍ଡାଙ୍କ ଭଳି ଆଗଧାଡ଼ିର କଣ୍ଠଶିଳ୍ପୀ ରାଜ୍ୟ ତଥା ଜାତୀୟ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ଢେଙ୍କାନାଳର ଗୌରବ ବଢ଼ାଇଥିବାବେଳେ ଯୁବପ୍ରତିଭା ଅଂଶୁମାନ ଭରଦ୍ୱାଜ ଏବେ ସେହି ଧାରାରେ ଆଗକୁ ବଢୁଛନ୍ତି। ‘ସିଦ୍ଧାର୍ଥ’ ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ ‘ଓଡ଼ିଶାର ନୂଆ ସ୍ବର’ର ଫାଇନାଲ ରାଉଣ୍ଡର ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରି ସେ ନିଜର ଦକ୍ଷତାର ପରିଚୟ ଦେଇଥିବାବେଳେ ସଙ୍ଗୀତ ଜଗତରେ ନୂଆକରି ପାଦ ଥାପୁଥିବା ଯୁବପିଢ଼ିଙ୍କ ପାଇଁ ସାଜିଛନ୍ତି ଆଦର୍ଶ।
ପିଲାଟି ଦିନରୁ ସଙ୍ଗୀତ ପ୍ରେମରେ ପଡ଼ିଯାଇଛନ୍ତି ଅଂଶୁମାନ। ଏଥିରେ ତାଙ୍କ ମା’ ମଧୁସ୍ମିତା ମିଶ୍ରଙ୍କ ପ୍ରୋତ୍ସାହନ ଏବଂ ବାପା ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ପ୍ରେରଣା ବେଶ୍‌ ସହାୟକ ହୋଇଛି। ଅଂଶୁମାନ ପର୍ଯ୍ୟାୟକ୍ରମେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ଗୁରୁ ଯାମିନୀ ରଞ୍ଜନ ଦାସ, ଗୁରୁ ଶିବାନୀ ପ୍ରିୟଦର୍ଶିନୀ ନନ୍ଦଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି। ରାଜ୍ୟର ବିଭିନ୍ନ ଉତ୍ସବ, ମହୋତ୍ସବରେ ସଙ୍ଗୀତ ପରିବେଷଣ କରି ସେ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। କୋଲ୍‌କାତାରେ ରେକର୍ଡିଂ ହୋଇଥିବା ‘ସିଙ୍ଗ୍‌ ଦିଲ୍‌ ସେ’ ଗୀତ ଗାଇ ସେ ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ଏକାଧାରରେ ଜଣେ ମଞ୍ଚ ଅଭିନେତା, କ୍ରିକେଟର ମଧ୍ୟ। ଏଏସ୍‌ସିଏଲ୍‌ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ପ୍ରାଇଭେଟ୍‌ କ୍ରିକେଟ ଲିଗ୍‌ରେ ଓଡ଼ିଶାର ୧୪୦ ପ୍ରତିଭାଙ୍କ ମଧ୍ୟରୁ ଚୟନ ହୋଇଥିବା ୨ଜଣଙ୍କ ମଧ୍ୟରେ ଅଂଶୁମାନ ଅଛନ୍ତି। ସେ ଏବେ ଡେରାଡୁନ୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଯୁକ୍ତ ୩ ପ୍ରଥମ ବର୍ଷରେ ପାଦ ଥାପିଥିବା ଏହି ୧୮ ବର୍ଷୀୟ ଯୁବକ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ଆଦର୍ଶ ମାନୁଥିବାବେଳେ ଭବିଷ୍ୟତରେ ଓଲିଉଡ୍‌ ଏବଂ ବଲିଉଡ୍‌ରେ କଣ୍ଠଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଅଂଶୁମାନଙ୍କ ପୈତୃକ ଘର ମୁକ୍ତାଦେଈପୁର ଶାସନ ହୋଇଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍‌, ଆଇନଜୀବୀ ତଥା ସାହିତି୍ୟକ ସ୍ବର୍ଗତ ଡ. ବିଧାନଚନ୍ଦ୍ର ମିଶ୍ରଙ୍କ ସେ ନାତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri