ରୋଗୀଙ୍କୁ ବଣ୍ଟାଯିବ ୨,୫୩୪ କିଟ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଚମତ୍କାର ସଙ୍ଗୀତରେ ସେ ମଞ୍ଚରେ ଭରିପାରନ୍ତି ରୋମାଞ୍ଚ। ଭଜନ, ଜଣାଣ ହେଉ କି ଆଧୁନିକ ଗୀତ, ଶ୍ରୋତାଙ୍କ ହୃଦୟକୁ ଛୁଇଁପାରେ ତାଙ୍କ ସ୍ବର। ଶକ୍ତି ମିଶ୍ର, ଅସୀମା ପଣ୍ଡାଙ୍କ ଭଳି ଆଗଧାଡ଼ିର କଣ୍ଠଶିଳ୍ପୀ ରାଜ୍ୟ ତଥା ଜାତୀୟ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ଢେଙ୍କାନାଳର ଗୌରବ ବଢ଼ାଇଥିବାବେଳେ ଯୁବପ୍ରତିଭା ଅଂଶୁମାନ ଭରଦ୍ୱାଜ ଏବେ ସେହି ଧାରାରେ ଆଗକୁ ବଢୁଛନ୍ତି। ‘ସିଦ୍ଧାର୍ଥ’ ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ ‘ଓଡ଼ିଶାର ନୂଆ ସ୍ବର’ର ଫାଇନାଲ ରାଉଣ୍ଡର ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରି ସେ ନିଜର ଦକ୍ଷତାର ପରିଚୟ ଦେଇଥିବାବେଳେ ସଙ୍ଗୀତ ଜଗତରେ ନୂଆକରି ପାଦ ଥାପୁଥିବା ଯୁବପିଢ଼ିଙ୍କ ପାଇଁ ସାଜିଛନ୍ତି ଆଦର୍ଶ।
ପିଲାଟି ଦିନରୁ ସଙ୍ଗୀତ ପ୍ରେମରେ ପଡ଼ିଯାଇଛନ୍ତି ଅଂଶୁମାନ। ଏଥିରେ ତାଙ୍କ ମା’ ମଧୁସ୍ମିତା ମିଶ୍ରଙ୍କ ପ୍ରୋତ୍ସାହନ ଏବଂ ବାପା ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ପ୍ରେରଣା ବେଶ୍‌ ସହାୟକ ହୋଇଛି। ଅଂଶୁମାନ ପର୍ଯ୍ୟାୟକ୍ରମେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ଗୁରୁ ଯାମିନୀ ରଞ୍ଜନ ଦାସ, ଗୁରୁ ଶିବାନୀ ପ୍ରିୟଦର୍ଶିନୀ ନନ୍ଦଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି। ରାଜ୍ୟର ବିଭିନ୍ନ ଉତ୍ସବ, ମହୋତ୍ସବରେ ସଙ୍ଗୀତ ପରିବେଷଣ କରି ସେ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। କୋଲ୍‌କାତାରେ ରେକର୍ଡିଂ ହୋଇଥିବା ‘ସିଙ୍ଗ୍‌ ଦିଲ୍‌ ସେ’ ଗୀତ ଗାଇ ସେ ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ଏକାଧାରରେ ଜଣେ ମଞ୍ଚ ଅଭିନେତା, କ୍ରିକେଟର ମଧ୍ୟ। ଏଏସ୍‌ସିଏଲ୍‌ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ପ୍ରାଇଭେଟ୍‌ କ୍ରିକେଟ ଲିଗ୍‌ରେ ଓଡ଼ିଶାର ୧୪୦ ପ୍ରତିଭାଙ୍କ ମଧ୍ୟରୁ ଚୟନ ହୋଇଥିବା ୨ଜଣଙ୍କ ମଧ୍ୟରେ ଅଂଶୁମାନ ଅଛନ୍ତି। ସେ ଏବେ ଡେରାଡୁନ୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଯୁକ୍ତ ୩ ପ୍ରଥମ ବର୍ଷରେ ପାଦ ଥାପିଥିବା ଏହି ୧୮ ବର୍ଷୀୟ ଯୁବକ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ଆଦର୍ଶ ମାନୁଥିବାବେଳେ ଭବିଷ୍ୟତରେ ଓଲିଉଡ୍‌ ଏବଂ ବଲିଉଡ୍‌ରେ କଣ୍ଠଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଅଂଶୁମାନଙ୍କ ପୈତୃକ ଘର ମୁକ୍ତାଦେଈପୁର ଶାସନ ହୋଇଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍‌, ଆଇନଜୀବୀ ତଥା ସାହିତି୍ୟକ ସ୍ବର୍ଗତ ଡ. ବିଧାନଚନ୍ଦ୍ର ମିଶ୍ରଙ୍କ ସେ ନାତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri