ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୪୩ ଆକ୍ରାନ୍ତ ଥିବା ବେଳେ ୧୪୮ କ୍ୱାରାଣ୍ଟାଇନ୍‌ରୁ ଏବଂ ୧୦୪ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୨,୫୩୩କୁ ବୃଦ୍ଧି ପାଇଛି।